ମାଟିରେ ମିଶିଲା ପୁରୁଣା ଜେଲ

ନୟାଗଡ଼ ଅଫିସ,୧୭।୧୦: ଖୁଣ୍ଟୁବନ୍ଧକୁ ସ୍ଥାନାନ୍ତର ପରେ ପରିତ୍ୟକ୍ତ ହୋଇ ପଡିଥିବା ନୟାଗଡ଼ ପୁରୁଣା ଜେଲକୁ ଶନିବାର ବିଳମ୍ବିତ ରାତି ଓ ରବିବାର ପରି ଛୁଟିଦିନରେ ଭଙ୍ଗାଯିବାରୁ ପ୍ରତିବାଦ ଉଠିଛି। ମ୍ୟୁନିସିପାଲିଟି ପକ୍ଷରୁ ତରବରିଆ ଭାବେ ପୁରୁଣା ଜେଲକୁ ଭଙ୍ଗାଯିବାକୁ ନେଇ ନୟାଗଡ଼ ସହରର ଅନେକ ବାସିନ୍ଦା ନାପସନ୍ଦ କରିବା ସହ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ତେବେ ପୁରୁଣା ଜେଲ ଜମିରେ ବହୁ ତଳ ମାର୍କେଟ କମ୍ପ୍ଲେକ୍ସ ନ କରି ଖୋଲା ପାର୍କିଂ ବ୍ୟବସ୍ଥା କରିବାକୁ ଦାବି ଉଠିଛି। ପୁରୁଣା ଜେଲ ଜମିକୁ ପାର୍କିଂ ବଦଳରେ ଅନ୍ୟ କିଛି କରାଗଲେ ବିରୋଧ କରାଯିବ ବୋଲି ଚେତାବନୀ ଦିଆଯାଇଛି।
୨୦୦୯ରେ ନୟାଗଡ଼ ସବ୍‌ଜେଲ ଉଠିବା ପରେ ପୁରୁଣା ଜେଲ ଜମିର ପୂର୍ବ ପାଖରେ ୧୬ଟି ଦୋକାନ ଘର ନିର୍ମାଣ ହୋଇଥିଲା। ସେହି ଦୋକାନ ଘର ଜୁବୁଲି ମାର୍କେଟ ପଛ ପାଖରେ ରହିଛି। ଏ ପରିପ୍ର୍ରେକ୍ଷୀରେ ପୁରୁଣା ଜେଲ ଜମିକୁ ନେଇ ୨୦୦୯ ଓ ୨୦୧୦ରେ କୋର୍ଟରେ ୨ଟି ମକଦ୍ଦମା ହୋଇଥିଲା। ପ୍ରଥମ ମକଦ୍ଦମାଟି ପୁରୁଣା ଜେଲର ୬୩ ଏକର ଜମି ଉପରେ ହୋଇଥିଲା। ହାଇକୋର୍ଟ ରହିତାଦେଶ ଜାରି କରିଥିଲେ। ତେବେ ଜିଲା କୋର୍ଟ ପାଇଁ ସ୍ଥାନ ଚୟନ କରାଯାଇ ନୂଆ କୋଠା ନିର୍ମାଣ ପରେ ହାଇକୋର୍ଟ ରହିତାଦେଶ ଉଠାଇ ଦେଇଥିଲେ। କିନ୍ତୁ ଜବରଦଖଲ କରି ଦୋକାନ ଘର କରାଯାଇଥିବାରୁ ନୟାଗଡ଼ ଦେୱାନୀ ଜଜ୍‌ କନିଷ୍ଠଙ୍କ କୋର୍ଟରେ ୨୦୧୦ରେ ଅନୁରୂପ ମକଦ୍ଦମା ହୋଇଥିଲା। ଏଣୁ ଜେଲ ଜମିର ପୂର୍ବ ପାଖ ପ୍ରାଚୀରଠାରୁ ବିବାଦୀୟ ଦୋକାନ ଘର ପର୍ଯ୍ୟନ୍ତ କୋର୍ଟ ରହିତାଦେଶ ଜାରି କରିଥିଲେ। ସଂପୃକ୍ତ ଅଞ୍ଚଳରେ ସ୍ଥିତାବସ୍ଥା ବଳବତ୍ତର ଥିବାରୁ ଗତ କିଛି ଦିନ ତଳେ ନୟାଗଡ଼ ମ୍ୟୁନିସିପାଲିଟି ପକ୍ଷରୁ ପ୍ରାଚୀର ଭଙ୍ଗାଯିବା ବେଆଇନ ବୋଲି କୁହାଯାଇଥିଲା। ଏଭଳିସ୍ଥଳେ ଶନିବାର ରାତି ଓ ରବିବାର ପରି ଛୁଟିଦିନରେ ତରବରିଆ ଭାବେ ଦୋକାନ ଭଙ୍ଗା ଯାଇଛି।
ଏନେଇ ମ୍ୟୁନିସିପାଲିଟିର ଚେୟାରମ୍ୟାନ ନିରୁପମା ଖଟେଇ କୁହନ୍ତି, ଜିଲାପାଳଙ୍କ ନିର୍ଦ୍ଦେଶରେ ପୁରୁଣା ଜେଲ ଜମିରୁ ପରିତ୍ୟକ୍ତ ଜେଲକୁ ଭଙ୍ଗା ଯାଇଛି। ଏହା ବିପଦସଙ୍କୁଳ ଅବସ୍ଥାରେ ଥିଲା। ଏଥିରେ ପାର୍କିଂ ସୁବିଧା ସହ ବହୁତଳ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରାଯିବ। ଲୋକଙ୍କ ସୁବିଧା ପାଇଁ ମ୍ୟୁନିସିପାଲିଟି ପକ୍ଷରୁ ସବୁ ପ୍ରକାରର ସୁବିଧା ଯୋଗାଇ ଦିଆଯାଉଥିବାବେଳେ ଏହାକୁ ବିରୋଧ କରାଯିବା ଠିକ୍‌ ନୁହେଁ। ପୂର୍ବତନ ଏନ୍‌ଏସି ଚେୟାରମ୍ୟାନ ଭବାନୀ ଶଙ୍କର ଦାଶ କୁହନ୍ତି, ଜେଲ ଜମିକୁ ନେଇ ରୋଜଗାର କରାଯିବାକୁ ଉଦ୍ୟମ ଆରମ୍ଭ ହୋଇଛି। ଆଗକୁ ସାଧାରଣ ନିର୍ବାଚନ ଆସୁଥିବାରୁ ତରବରିଆ ଭାବେ ପାଣ୍ଠି ସଂଗ୍ରହ ପାଇଁ ମସୁଧା ଚାଲିଛି। ନୟାଗଡ଼ରେ ବିଜୁ ମାର୍କେଟ, ରାଜୀବ ମାର୍କେଟ ପରି ଅନେକ କମ୍ପ୍ଲେକ୍ସ ରହିଛି। ହେଲେ ଏଥିରେ ପାର୍କିଂ ବ୍ୟବସ୍ଥା ନାହିଁ। ପୁଣି ସହରରେ ସ୍ବତନ୍ତ୍ର ପାର୍କିଂ ପାଇଁ ସ୍ଥାନ ନାହିଁ। ସଂପୃକ୍ତ ଜମିରେ ଖୋଲା ପାର୍କିଂ ବ୍ୟବସ୍ଥା କରିବାକୁ ବର୍ତ୍ତମାନର ମ୍ୟୁନିସିପାଲିଟି ଅଧ୍ୟକ୍ଷାଙ୍କ ସ୍ବାମୀ ଆମ ସହ ମିଶି ଆନ୍ଦୋଳନ କରିଥିଲେ। ହେଲେ ସେ ମୂଳ ଦାବିରୁ ଓହରି ଏହାକୁ ଅନ୍ୟ କାର୍ଯ୍ୟରେ ଲଗାଇବାକୁ ଉଦ୍ୟମ କରୁଛନ୍ତି। ଏଣୁ ଜେଲ ଜମିରେ ଖୋଲା ପାର୍କିଂ ବ୍ୟବସ୍ଥା କରାଯିବା ଦରକାର। ନୟାଗଡ଼ ସହରବାସୀ ବି ଖୋଲା ପାର୍କିଂ କରିବାକୁ ଦାବି କରିଛନ୍ତି। ଏହା କରା ନ ଗଲେ ମୋ ନେତୃତ୍ୱରେ ଆନ୍ଦୋଳନ କରାଯିବ। କଂଗ୍ରେସ ଜିଲା ସଭାପତି ରଣଜିତ୍‌ ଦାଶ କୁହନ୍ତି, ପୁରୁଣା ଜେଲ ଜମିରେ ଖୋଲା ପାର୍କିଂ ବ୍ୟବସ୍ଥା କରା ନ ଗଲେ କଂଗ୍ରେସ ଲୋକଙ୍କ ପାଖକୁ ଯାଇ କାମ ବନ୍ଦ କରାଇବ। ଏପରିକି ପ୍ରସଙ୍ଗ କୋର୍ଟକୁ ନେଇ ଲଢ଼ିବ। ନୟାଗଡ଼ ବାସିନ୍ଦା ତ୍ରିନାଥ ସାହୁ କୁହନ୍ତି, ଜେଲ ଜମିରେ ଖୋଲା ପାର୍କିଂ ବ୍ୟବସ୍ଥା କରା ନ ଗଲେ ଖୋଲାଖୋଲି ବିରୋଧ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?