Categories: Uncategorized

ପୁରୁଣା ଡିଜାଇନ, ନୂଆ ଲୁକ୍‌

 

ଘରର ଇଣ୍ଟେରିୟର ଲୁକ୍‌ ବଦଳାଇବା ପାଇଁ ସମସ୍ତେ
ନୂଆ ନୂଆ ଟ୍ରେଣ୍ଟର ଆସବାବପତ୍ର ରଖିବାକୁ ଚେଷ୍ଟା କରନ୍ତି। କିନ୍ତୁ ଏମିତି କିଛି ପୁରୁଣା ଡିଜାଇନ ରହିଛି ଯାହା ଆଜିର ଟ୍ରେଣ୍ଡରେ ଖୁବ୍‌ ପସନ୍ଦ ହୋଇପାରିଛି। ତେଣୁ ଘରର ଡିଜାଇନ ବଦଳାଇବା ପାଇଁ ଜାଣି ରଖନ୍ତୁ କିଛି ଟିପ୍ସ….
– ଘରେ ଆସବାବପତ୍ର ମାଧ୍ୟମରେ ଇଣ୍ଟେରିୟର ଡିଜାଇନ ବଦଳାଇବା ପାଇଁ ଏବେ ମାର୍କେଟରେ ବହୁ ସୁନ୍ଦର ସୁନ୍ଦର ଡିଜାଇନ ଉପଲବ୍ଧ ହେଲାଣି। ସେସବୁରେ ଆପଣ ଘର ସଜାଇପାରିବେ।
– ଘର ସଜାଇବା ପାଇଁ ଏବେ ମାର୍ବଲର ଚିକ୍କଣ ପଥର କିମ୍ବା ସ୍ବତନ୍ତ୍ର ଡିଜାଇନ ଷ୍ଟୋନ୍‌ ମିଳୁଛି ଯାହା ପୂରା ସ୍ବଚ୍ଛ। ତେଣୁ ଏଭଳି ମାର୍ବଲକୁ ବେଡ୍‌ରୁମ୍‌ରେ ଡ୍ରେସିଂ ଭ୍ୟାନିଟି ସେଟ୍‌ କିମ୍ବା ଟେବୁଲ ଲ୍ୟାମ୍ପ ପାଇଁ ଏହାକୁ ବେସ୍‌ ଭଳି ବ୍ୟବହାର କରିହେବ, ଯାହା ଅତ୍ୟନ୍ତ ଆକର୍ଷଣୀୟ ଲାଗିବ।
– ପୁରୁଣା ଟ୍ରାଡିସନାଲ ଡିଜାଇନ ଏବେ ମଧ୍ୟ ଇଣ୍ଟେରିୟର ଫ୍ୟାଶନ ଟ୍ରେଣ୍ଡରେ ଚାଲିଛି। ତେଣୁ ବହୁ ବର୍ଷ ତଳର ବମ୍ବିନ୍‌ ଷ୍ଟାଇଲ ଫର୍ନିଚର ମଧ୍ୟ ଏବେ ଘରସଜ୍ଜା ପାଇଁ ବ୍ୟବହାର କରିପାରିବେ। ଆଜିକାଲି ବୋହେମିୟନ୍‌ ସ୍ପିଣ୍ଡିଲ ଚେୟାର ମଧ୍ୟ ବ୍ୟବହାର କରାଗଲାଣି।
– ବହୁ ବର୍ଷ ତଳର ମେକ୍ସିକାନ୍‌- ଆମେରିକାନ୍‌ ଡିଜାଇନ୍‌ ବୋବନ୍‌ ଫର୍ନିଚର ଆଜି ବି ଲୋକଙ୍କର ପ୍ରଥମ ପସନ୍ଦ ହେବାରେ ଲାଗିଛି।
– ହଳଦିଆ ଏବଂ ସୁନେଲି ରଙ୍ଗର ବିଭିନ୍ନ ଆସବାବପତ୍ର ମଧ୍ୟ ଆଜିକାଲି ଲୋକଙ୍କୁ ଖୁବ୍‌ ପସନ୍ଦ ଆସୁଛି। ତେଣୁ ଟେବୁଲ ଲ୍ୟାମ୍ପ ହେଉ କି ୱାଲ୍‌ପେପର ଅବା କଫି ଟେବୁଲ ଆଦି ଏହି ରଙ୍ଗର ମଧ୍ୟ କରି ହେବ।
– ଘରେ ପ୍ରକୃତିର ଝଲକ ମଧ୍ୟ ଆଜିକାଲି ଟ୍ରେଣ୍ଡରେ ରହିଛି। ତେଣୁ ଇନ୍‌ଡୋର ଏବଂ ଆଉଟ୍‌ଡୋରରେ କାଠ ତିଆରି ବିଭିନ୍ନ ଆସବାବପତ୍ର ବେଶ୍‌ ଆକର୍ଷଣୀୟ ଲାଗିବ।