Categories: ଫୁରସତ

ଫସଲ ଲଗାଇବା ପାଇଁ କୃଷକ ଖୋଳୁଥିଲେ ଗାତ, ବାହାରିଲା ଖାଲି ସୁନା ମୁଦ୍ରା

ବିହାରର ବକ୍ସରରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଜମି ଖୋଳୁ ଖୋଳୁ ହଠାତ୍‌ ସୁନାର ମୁଦ୍ରା ବାହାରିବାରେ ଲାଗିଲା। ଏହି ଜମିରେ କାମ କରୁଥିବା କୃଷକ, ସ୍ଥାନୀୟ ଲୋକ ଏବଂ ପ୍ରଶାସନ ଏହଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି। ଜମିରେ ବାଡ଼ ଦେବା ପାଇଁ କୃଷକ ଜଣକ ଗାତ ଖୋଳୁଥିଲେ। ଏହି ସମୟରେ ସୁନାର ମୁଦ୍ରା ବାହାରିଲା। ଏହି ଖବର ଗାଁରେ ପ୍ରଚାରିତ ହେବା ପରେ ଗ୍ରାମବାସୀ ରୁଣ୍ଡ ହୋଇଗଲେ। କେହି ଜଣେ ଗ୍ରାମବାସୀ ଏନେଇ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଚଳାଇଛି। ଏହି ସୁନାର ମୁଦ୍ରା କେଉଁ କାଳର ସେ ବିଷୟରେ ସୂଚନା ନାହିଁ। ପୋଲିସ ଜମିର ଆଖାପାଖ ଅଞ୍ଚଳକୁ ସିଲ୍‌ କରିଦେଇଛି।

ଏହି ଜମିର ମାଲିକଙ୍କ ନାଁ ହେଲା ବିହାରୀ ଶାହା ଏବଂ ହରିହର ଶାହା। ସେମାନେ ଜମିରେ ଫସଲ କରି ପରିବାର ପ୍ରତିପୋଷଣ କରିଥାନ୍ତି। ଜମି ଚାରିପଟେ ବାଡ଼ ବୁଜିବା ପାଇଁ ଗାତ ଖୋଳୁଥିଲେ। ଏହି ସମୟରେ ସୁନାର ମୁଦ୍ରା ପାଇଥିଲେ।

Share