ପୁରୁଣା ପ୍ରତିଦ୍ୱନ୍ଦ୍ୱୀ ସାଜିଲେ ଘାତକ

ଯାଜପୁର ଅଫିସ,୧୮ା୨: ଯାଜପୁର ଜିଲା ବରୀ ନିର୍ବାଚନମଣ୍ଡଳୀରେ ବିଜେଡିରେ ଥିବା ଦୁଇ ପୁରୁଣା ପ୍ରତିଦ୍ୱନ୍ଦ୍ୱୀ ଚଳିତ ନିର୍ବାଚନରେ ଘାତକ ସାଜିଛନ୍ତି। ବୁଧବାର ଭୋଟ ଗ୍ରହଣ ବେଳେ ସଂଘଠିତ ନିର୍ବାଚନୀ ହିଂସା ଏହାର କାରଣ ବୋଲି ସବୁଠି ଚର୍ଚ୍ଚାର ବିଷୟ ହୋଇଛି। ବର୍ତ୍ତମାନର ବିଧାୟିକା ସୁନନ୍ଦା ଦାସ ଓ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଭାଜପାରୁ ଆସିଥିବା ବିଶ୍ୱରଞ୍ଜନ ମଲ୍ଲିକଙ୍କ ସମର୍ଥିତ ସରପଞ୍ଚ ପ୍ରାର୍ଥୀ ଓ ତାଙ୍କ ସମର୍ଥକଙ୍କ ମଧ୍ୟରେ ଏରବାଙ୍କ ପଞ୍ଚାୟତରେ ଉତ୍ତେଜନା ପ୍ରକାଶ ପାଇବା ସହ ବୋମାମାଡ଼, ବୁଥ କ୍ୟାପଚରିଂ, ଘରକୁ ପଶି ଆକ୍ରମଣ ଭଳି ହିଂସାକାଣ୍ଡ ଘଟିଥିଲା। ପୋଲିସ ଉପସ୍ଥିତିରେ ଏଭଳି କାଣ୍ଡ ଘଟିଛି। ଏହି ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ରୁଦ୍ରପୁର ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ କରୁଣାକର ଆଚାର୍ଯ୍ୟ ଓ ତାଙ୍କ ସମର୍ଥକ ମଣିନାଥ ସାହୁଙ୍କୁ ପୋଲିସ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି। ଏଥିରେ ସମ୍ପୃକ୍ତ ଏକାଧିକ ଅଭିଯୁକ୍ତଙ୍କୁ ଗିରଫ କରିବାରେ ଯାଜପୁର ସଦର ଥାନା ପୋଲିସ ଏଯାଏ ସଫଳ ହୋଇପାରିନାହିଁ । ଏହି କାରଣରୁ ବରୀ ବ୍ଲକରେ ଆସନ୍ତା ୨୪ ତାରିଖରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନରେ ଆହୁରି ତୁମୁଳକାଣ୍ଡ ହୋଇପାରେ ବୋଲି ସ୍ଥାନୀୟ ଜନସାଧାରଣ ଆଶଙ୍କା ପ୍ରକାଶ କରିଛନ୍ତି।
ଯାଜପୁର ବ୍ଲକର ୨୬ ପଞ୍ଚାୟତରେ ବୁଧବାର ପଞ୍ଚାୟତ ନିର୍ବାଚନ ସମ୍ପନ୍ନ ହୋଇଛି। ଏହି ବ୍ଲକର ଏରବାଙ୍କ, ସାହସପୁର, ସୁଜନପୁର, ଛତିଶଦେବିଲ, ରୁଦ୍ରପୁର, ସାନସୁଆର, ବଡସୁଆର ଓ ଝାଲପଡା ପଞ୍ଚାୟତ ବରୀ ନିର୍ବାଚନମଣ୍ଡଳୀ ଅଧୀନରେ ରହିଛି। ଏହି ପଞ୍ଚାୟତଗୁଡ଼ିକରେ ବରୀ ବିଧାୟିକା ସୁନନ୍ଦା ଦାସ ଓ ଅନ୍ୟତମ ବିଜେଡିର ପ୍ରଭାବଶାଳୀ ନେତା ବିଶ୍ୱରଞ୍ଜନ ମଲ୍ଲିକଙ୍କ ସମର୍ଥିତ ସରପଞ୍ଚ, ସମିତିସଭ୍ୟ ପ୍ରାର୍ଥୀ ରହିଛନ୍ତି। ‘ଯିଏ ଜିତିବ ସେ ଆମର’ ନୀତିରେ ବିଜେଡି ଏଠାରେ ରଣନୀତି ଚଳାଇଛି। ଏହି କାରଣରୁ ବୁଧବାର ପଞ୍ଚାୟତ ନିର୍ବାଚନରେ ବ୍ୟାପକ ହିଂସାକାଣ୍ଡ ଘଟିଥିବା କୁହାଯାଉଛି। ବିଶେଷକରି ଏରବାଙ୍କ ପଞ୍ଚାୟତରେ ୨ ସରପଞ୍ଚ ପ୍ରାର୍ଥୀ ଓ ପ୍ରାର୍ଥତ୍ନୀଙ୍କ ମଧ୍ୟରେ ଟଣାଓଟରା ହୋଇଛି। ୨ ଓ ୩ ନମ୍ବର ବୁଥ୍‌ରେ କ୍ୟାପଚରିଂ ହେବା ସହ ଗାଁ ଦାଣ୍ଡରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ମାର୍‌ପିଟ ହୋଇଥିଲା। ଏପରିକି ଏକ ଗୋଷ୍ଠୀ ବୋମାମାଡ଼ କରିଛନ୍ତି। ଇଟାପଥର ମାଡ଼ରେ ବହୁ ଲୋକ ଆହତ ହୋଇଛନ୍ତି। ସେତିକିରେ ଆକ୍ରମଣକାରୀମାନଙ୍କ ମନଶାନ୍ତି ହୋଇ ନ ଥିଲା। ସେମାନେ ଏଜେଣ୍ଟମାନେ ଲୁଚିଥିବା ଘରର କବାଟ ଝରକା ଭାଙ୍ଗିବା ସହିତ ସେଠାରେ ଥିବା ବାଇକ୍‌କୁ ଚୂରମାର କରିଦେଇଥିଲେ। କେବଳ ଏତିକି ନୁହଁ ଜଣେ ଗର୍ଭବତୀ ମହିଳାଙ୍କୁ ବି ସେମାନେ ଆକ୍ରମଣ କରିବାକୁ ପଛାଇ ନ ଥିଲେ। ଏ ସଂକ୍ରାନ୍ତରେ ଯାଜପୁର ସଦର ଥାନାରେ ଉଭୟ ଗୋଷ୍ଠୀ ପକ୍ଷରୁ ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚରମ୍ପାରେ ହେବ ଫ୍ଲାଏଓଭର ବ୍ରିଜ୍‌

ଭଦ୍ରକ ଅଫିସ, ୧୯।୫ – ଭଦ୍ରକ ଜିଲା ଚରମ୍ପାରେ ଫ୍ଲାଏଓଭର ବ୍ରିଜ୍‌ ନିର୍ମାଣ ହେବ। ଜାତୀୟ ରାଜପଥ ପ୍ରାଧିକରଣର କର୍ତ୍ତୃପକ୍ଷ ନିକଟରେ ଏନେଇ କ୍ଷେତ୍ର ପରିଦର୍ଶନ...

କଂଗ୍ରେସ ଭବନରେ ବାଉନ୍ସର ପ୍ରବେଶ ଘଟଣା: ତଦନ୍ତ ପାଇଁ ଗଠନ ହେଲା ତିନିଜଣିଆ କମିଟି

ଭୁବନେଶ୍ୱର,୨୩।୧(ବ୍ୟୁରୋ): କଂଗ୍ରେସ ଭବନରେ ବାଉନ୍ସର ମୁତୟନ ଘଟଣାର ତଦନ୍ତ ପାଇଁ ପ୍ରଦେଶ କଂଗ୍ରେସ କମିଟି(ପିସିସି) ପକ୍ଷରୁ ଗୁରୁବାର ତିନି ଜଣିଆ କମିଟି ଗଠନ କରାଯାଇଛି। ରାଜ୍ୟ...

ରାଜ୍ୟରୁ ଆଉ ୧୫ ଜୀବନ ନେଲା କରୋନା, ୭୬୭ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା

ଭୁବନେଶ୍ୱର,୨୫ା୯(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ଆଉ ୧୫ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୭୬୭କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ...

କଣ୍ଟେନମେଣ୍ଟ ଜୋନ୍‌ରୁ ହଟିଲା ରେଣୁକା ଗଳି

ପୁରୀ ଅଫିସ,୨୧।୫: ପୁରୀ ସହରସ୍ଥ ରେଣୁକା ଗଳି ଅଞ୍ଚଳରୁ ଗତ ୧୦ ତାରିଖରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଗୋଟିଏ ପରିବାର ଦୁଇ ସଦସ୍ୟ...

ଜିଲା ପ୍ରଶାସନ ପକ୍ଷରୁ ସ୍ମୃତି ସଭା: ‘ଯୁବଶକ୍ତିର ପ୍ରେରଣା କଳ୍ପନା’

ଢେଙ୍କାନାଳ ଅଫିସ, ୨୯।୫-ଏଭରେଷ୍ଟ ବିଜୟିନୀ କଳ୍ପନା ଦାଶଙ୍କ ପରଲୋକରେ ଢେଙ୍କାନାଳ ଜିଲା ପ୍ରଶାସନ ପକ୍ଷରୁ ମଙ୍ଗଳବାର ଭାବୋଦ୍ଦୀପକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଏହି ଅବସରରେ ପୂର୍ବାହ୍ନ...

କଟକଣା କୋହଳ ହେବାରୁ ଲୋକେ ଏନଜୟ କଲେଣି

ଭୁବନେଶ୍ୱର,୭।୭(ବ୍ୟୁରୋ): ଭ୍ୟାକ୍ସିନ ନେଇଥିବା ବ୍ୟକ୍ତିଙ୍କ ଇନ୍‌ଫେକ୍ସନ ରେଟ ୦.୧୩ ପ୍ରତିଶତ ରହିଥିବା ବେଳେ ଏ ନେଇ ମଲ୍ଟିପୁଲ ଷ୍ଟଡି କରାଯାଉଛି । ଏହାସହ ଗର୍ଭବତୀ ମହିଳାଙ୍କ...

ମୁଖ୍ୟରାସ୍ତା ହେଲା ନୋ ପାର୍କିଂ ଜୋନ୍‌

ଜୟପୁର,୨୯।୧(ନି.ପ୍ର./ଡି.ଏନ୍‌.ଏ.) – ଦକ୍ଷିଣ ଓଡ଼ିଶାର ପ୍ରମୁଖ ସହର ଜୟପୁର ମୁଖ୍ୟରାସ୍ତାରେ ଟ୍ରାଫିକ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଏହାକୁ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେଇଛି...

ସାନିଟାଇଜ ହେଲା ବୁର୍ଡା ପଞ୍ଚାୟତ ଅଞ୍ଚଳ

ଲୋଇସିଂହା,୧୪ା୪(ଡି.ଏନ.ଏ.)-ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବୁର୍ଡା ପଞ୍ଚାୟତର ସଦର ଗଁା ଓ ବାଞ୍ଜିପାଲି ଗ୍ରାମ ମଙ୍ଗଳବାର ସାନିଟାଇଜ ହୋଇଛି। ବିଡିଓ ରାମଚନ୍ଦ୍ର ଖାଡିଆଙ୍କ ନିର୍ଦ୍ଦେଶ ଓ...

Advertisement
Archives

Model This Week