Categories: ଫୁରସତ

ରାତାରାତି ହିରୋ ପାଲଟିଲେ ଇଞ୍ଜିନିୟର ଛାତ୍ର: ବଞ୍ଚିଗଲା ୪ ଜୀବନ

କେରଳର ଜଣେ ୧୯ ବର୍ଷର ଯୁବକ ରାତାରାତି ହିରୋ ପାଲଟିଯାଇଛନ୍ତି। ଏହା ଶୁଣି ମନକୁ ଆସୁଥିବ କି ସେ କେଉଁ ଫିଲ୍ମରେ ଅଭିନୟ କରିବେ। ମାତ୍ର ସେ ଫିଲ୍ମରେ ନୁହେଁ ବାସ୍ତବ ଜୀବନରେ ସାଜିଛନ୍ତି ହିରୋ। କେରଳର ଥ୍ରିସୁରରେ ୧୯ ବର୍ଷର ଏହି ଯୁବକ ଜଣଙ୍କ ତାଙ୍କ ଡ୍ରୋନ ସାହାଯ୍ୟରେ ଗଭୀର ସମୁଦ୍ରରେ ଫସି ରହିଥିବା ୪ ଜଣ ମତ୍ସ୍ୟଜୀବୀଙ୍କ ଜୀବନ ରକ୍ଷା କରିପାରିଛନ୍ତି। ୧ ଜାନୁୟାରୀରେ ଏହି ଘଟଣା ଘଟିଥିଲା। ଥେଲିକକୁଲାମର ଏକ ଉପକୂଳବର୍ତ୍ତୀ ଗାଁର ୪ ଜଣ ମତ୍ସ୍ୟଜୀବୀ ସମୁଦ୍ରରେ ମାଛ ଧରିବାକୁ ଏକ ଛୋଟ ଡଙ୍ଗାରେ ଯାଇଥିବା ବେଳେ ଡଙ୍ଗାଟି ବୁଡ଼ି ଯିବାରୁ ସେମାନେ ନିଖୋଜ ଥିଲେ।
ତାଙ୍କୁ ଉଦ୍ଧାର କରିବା ପାଇଁ ସବୁ ପ୍ରକାର ଚେଷ୍ଟା କରାଯାଇଥିଲେ ମଧ୍ୟ ସେମାନେ ମିଳୁ ନଥିଲେ। ଇଞ୍ଜିନିୟରିଂ ପଢ଼ୁଥିବା ଯୁବକ ଦେବଙ୍ଗ ଏହି ଘଟଣା ବିଷୟରେ ଜାଣିବା ମାତ୍ରେ ସେ ସଙ୍ଗେସଙ୍ଗେ ପହଞ୍ଚି ଡ୍ରୋନ ସାହାଯ୍ୟରେ ମତ୍ସ୍ୟଜୀବୀମାନଙ୍କୁ ଖୋଜିବା ପାଇଁ ଯୋଜନା କରୁଥିବା ଲୋକଙ୍କୁ କହିଥିଲେ।

ସ୍ଥାନୀୟ ବିଧାୟକଙ୍କ ସହାୟତାରେ ଏବଂ ଅନୁମତି ନେବା ପରେ ଦେବଙ୍ଗ ଏକ ଡଙ୍ଗା ସାହାଯ୍ୟରେ ସମୁଦ୍ରରେ ଅବତରଣ କଲେ। ପ୍ରାୟ ୧୧ ମାଇଲରେ ପହଞ୍ଚିବା ପରେ ସେ ଡ୍ରୋନ ଉଡ଼ାଇବା ଆରମ୍ଭ କଲେ। ଡ୍ରୋନ ସାହାଯ୍ୟରେ ସେ ୪ ଜଣଙ୍କୁ ଉଦ୍ଧାର କରିଥିଲେ।

Share