ପୁରୁଣା ଏକ ଟଙ୍କିଆ ନୋଟ୍‌ କରିବ ଲକ୍ଷପତି, ଅନ୍‌ଲାଇନ୍‌ ବିକ୍ରି ସୁଯୋଗ …

ନୂଆଦିଲ୍ଲୀ,୨୩।୬: ପୁରୁଣା ଏକ ଟଙ୍କିଆ ନୋଟ୍‌ ଜଣଙ୍କୁ ଲକ୍ଷପତି ମଧ୍ୟ କରି ପାରିବ। ବିଭିନ୍ନ ସଂସ୍ଥା ପକ୍ଷରୁ ଅନ୍‌ଲାଇନ୍‌ରେ ଏଭଳି ପୁରୁଣା ନୋଟ୍‌ ଏବଂ କଏନ୍‌ କିଣା ବିକା ଲାଗି ଖବର ପ୍ରକାଶ ପାଇଥାଏ। ଏକ ଟଙ୍କିଆ ନୋଟ୍‌କୁ ଛାଡ଼ି ଅନ୍ୟ ସବୁ ନୋଟ୍‌ରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ନରଙ୍କ ହସ୍ତାକ୍ଷର ରହିଥାଏ। ତେବେ ଏକ ଟଙ୍କିଆ ନୋଟ୍‌ରେ ଅର୍ଥମନ୍ତ୍ରଣାଳୟ ସଚିବଙ୍କ ହସ୍ତାକ୍ଷର ରହିଥାଏ। ଅନ୍ୟ ସବସ୍ତ ନୋଟ୍‌କୁ ରିଜର୍ଭ ବ୍ୟାଙ୍କ ଜାରି କରୁଥିବାବେଳେ ଏକ ଟଙ୍କଆ ନୋଟ୍‌କୁ କେନ୍ଦ୍ରୀୟ ଅର୍ଥ ମନ୍ତ୍ରଣାଳୟ ଜାରି କରିଥାଏ। ୧୯୧୭ ନଭେମ୍ବର ୩୦ରେ ପ୍ରଥମେ ଏକ ଟଙ୍କିଆ ନୋଟ୍‌ ଛପାଯାଇଥିଲା। ଏଥିରେ ବ୍ରିଟେନ୍‌ର ରାଜା ଜର୍ଜ ପଞ୍ଚମଙ୍କର ଫଟୋ ଥିଲା। ୧୯୨୬ରେ ଏକ ଟଙ୍କିଆ ନୋଟ୍‌ ଛପା ବନ୍ଦ କରାଯାଇଥିଲା। ୧୯୪୦ରେ ପୁଣି ଏହାର ଛପା ଆରମ୍ଭ ହୋଇଥିଲା। ୧୯୯୪ରେ ପୁଣି ଏହାର ଛପାକୁବନ୍ଦ କରାଯାଇଥିଲା। ୨୦୧୫ରେ ଏହାର ଛପା ପୁଣି ଥରେ ଆରମ୍ଭ କରାଯାଇଥିଲା। ଏଭଳି ପୁରୁଣା ଟଙ୍କା ଅବା କଏନ୍‌କୁ ଏକ ନିଦ୍ଦିଷ୍ଟ ଓ୍ବେବସାଇଟ୍‌ରେ ବିକ୍ରି କରାଯାଇଥାଏ।

Share