ପେନଶନ ପାଇଁ ବୃଦ୍ଧାଙ୍କ ଧାରଣା

ରାୟଗଡା,୧୭।୧(ଭାଗ୍ୟଶ୍ରୀ ମିଶ୍ର): ପେନଶନ ପାଇଁ ସମସ୍ତ ଯୋଗ୍ୟତା ଥାଇ ମଧ୍ୟ ଜଣେ ହିତାଧିକାରୀଙ୍କୁ ଏହା ନ ମିଳିବାରୁ ସେ ଧାରଣାରେ ବସିଛନ୍ତି।
ଶକୁନ୍ତଳା ମହାନ୍ତି ନାମକ ଜଣେ ବୃଦ୍ଧାଙ୍କୁ ପେନଶନ ନ ମିଳିବାରୁ ସେ ରାୟଗଡା ଏସ୍‌ବିଆଇ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି।
ସୂଚନାଯୋଗ୍ୟ, ଜଣେ ଫରେଷ୍ଟଗାର୍ଡ ଭାବେ ସତ୍ୟବାଦୀ ମହାନ୍ତି କାମ କରୁଥିଲେ। ୨୦୨୩ରେ ତାଙ୍କର ମୃତ୍ୟୁ ଘଟିଥିଲା । ତାଙ୍କ ସ୍ତ୍ରୀ ଭାବେ ଶକୁନ୍ତଳାଙ୍କୁ ପେନଶନ ମିଳିବ କଥା । ଏଜି କାର୍ଯ୍ୟାଳୟ ଭୁବନେଶ୍ୱରରୁ ସମସ୍ତ କାଗଜ ଏବଂ ଅର୍ଡର ଷ୍ଟେଟ ବ୍ୟାଙ୍କକୁ ଦେଇଥିଲେ ସୁଦ୍ଧା ଭାରତୀୟ ଷ୍ଟେଟ ବ୍ୟାଙ୍କ ଦୀର୍ଘ ମାସଧରି ଟଙ୍କା ପ୍ରଦାନ କରୁନାହିଁ। ତେଣୁ ଶକୁନ୍ତଳା ଧାରଣା ବସିଛନ୍ତି। ଦାବି ପୂରଣ ନ ହେବା ଯାଏ ଧାରଣା ଜାରି ରହିବ ବୋଲି ସେ କହିଛନ୍ତି ।