ଓଲଟପୁର ଆଇଆଇସି, କଣ୍ଟାପଡ଼ା ଯୋଗାଣ ନିରୀକ୍ଷକଙ୍କୁ କରୋନା: ୫ ଦିନ ଶଟଡାଉନ ଘୋଷଣା

କଣ୍ଟାପଡା,୩୦।୭(ଡି.ଏନ୍‌.ଏ.): କଟକ ଜିଲା କଣ୍ଟାପଡା ବ୍ଲକ ଏବଂ ଓଲଟପୁର ଥାନାର ୨ ମହିଳା ଅଧିକାରୀ ଓ ଇଛାପୁର ଗ୍ରାମର ୩ ଜଣ କରୋନା ସଂକ୍ରମିତ ହୋଇଛନ୍ତି। ପରେ କଣ୍ଟାପଡା ପଞ୍ଚାତ ସରଞ୍ଚ ପ୍ରୀତି ବେହେରା ପଞ୍ଚାୟତର କୁଅଁରପୁର ଛକଠାରୁ ଇଛାପୁର ପର୍ଯ୍ୟନ୍ତ ଶୁକ୍ରବାରଠାରୁ ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ଶଟଡାଉନ ଘୋଷଣା କରିଛନ୍ତି। ଏହି ସମୟରେ ଉକ୍ତ ଅଞ୍ଚଳ ମଧ୍ୟରେ ଥିବା କଣ୍ଟାପଡା ବ୍ଲକ, ତହସିଲ, ଜଳସେଚନ କାର୍ଯ୍ୟାଳୟ, ପୂର୍ତ୍ତବିଭାଗ କାର୍ଯ୍ୟାଳୟ ବନ୍ଦ ରଖବାକୁ ସରପଞ୍ଚ ନିର୍ଦ୍ଦେଶ ଦେଇଛନ୍ତି। ମେଡିଶିନ, ଗ୍ରୋସରୀ ଓ ପନିପରିବା ଦେକାନକୁ ଛାଡିଦେଲେ ଅନ୍ୟ ବ୍ୟବସାୟ ବନ୍ଧ ରଖିବାକୁ ଗୁରୁବାର ଡେଙ୍ଗୁରା ମାଧ୍ୟମରେ ସଚେତନ କରାଯାଇଛି।
ସୂଚନାଯୋଗ୍ୟ, ମଙ୍ଗଳବାର ୩୩ ଜଣ ଲକ୍ଷଣଥିବା ବ୍ୟକ୍ତିଙ୍କର ସ୍ବାବ ସଂଗ୍ରହ କରାଯାଇଥିଲା। ସେମାନଙ୍କ ମଧ୍ୟରେ ଓଲଟପୁର ଥାନା ଆଇଆଇସି ଓ କଣ୍ଟାପଡା ବ୍ଲକ ଯୋଗାଣ ନିରୀକ୍ଷକ ଓ ତାଙ୍କ ଭାଇଙ୍କର ନମୁନା ସଂଗ୍ରହ କରାଯାଇଥିଲା। ବୁଧବାର ସନ୍ଧ୍ୟାରେ ରିପୋର୍ଟ ଆସିବାପରେ ଉକ୍ତ ୩ ଜଣ ପଜିଟିଭ ଥିବା ଜଣାପଡିଥିଲା। ପରେ ଆଇଆଇସି ଓ ଯୋଗାଣ ନୀରିକ୍ଷିକଙ୍କୁ କଟକସ୍ଥିତ ଏକ କୋଭିଡି ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ଥାନାର ସମସ୍ତ କର୍ମଚାରୀଙ୍କୁ ହୋମ୍‌ କ୍ୱାରାଣ୍ଟାଇନରେ ରହିବାପାଇଁ ନିର୍ଦ୍ଦେଶ ଦିଆଯାଇଛି।
ସେହିପରି ଗୁରୁବାର ସକାଳୁ ଅଡଶପୁର ଅଗ୍ନୀଶମ ବିଭାଗ ପକ୍ଷରୁ ଉଭୟ ଥାନା ଓ ବ୍ଲକ ପରିସରକୁ ସାନିଟାଇଜ କରାଯାଇଛି। ଅନ୍ୟପକ୍ଷେ କଣ୍ଟାପଡା ବ୍ଲକର ପୋସ୍ତଳ କ୍ଲଷ୍ଟର କ୍ୱାରାଣ୍ଟାଇନ ସେଣ୍ଟରରୁ ୩ଜଣ ପ୍ରବାସୀ ପଜିଟିଭ ଚିହ୍ନଟ ହୋଇଛନ୍ତି।