କଟକଣାରେ ଓଳାଶୁଣି ଗୁମ୍ଫା ମେଳା

ଚଣ୍ଡିଖୋଲ,୨୯।୧(ଡି.ଏନ୍‌.ଏ.) : ଚଳିତବର୍ଷ ଓଳାଶୁଣି ଗୁମ୍ଫା ମେଳା ଆରମ୍ଭ ହୋଇଛି। କୋଭିଡ୍‌ ଯୋଗୁ ଓଡ଼ିଶା ପ୍ରସିଦ୍ଧ ଓଳାଶୁଣୀ ଗୁମ୍ଫା ମେଳା କଟକଣାରେ ହୋଇଛି, ଯେଉଁଠି ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ସେଠି ଏବେ ଖାଁ ଖଁ ପରିବେଶ। କେବଳ ରୀତିନୀତିରେ ପୂଜାର୍ଚ୍ଚନା ଚାଲିଛି। ଚଳିତବର୍ଷ ମାଘ କୃଷ୍ଣପକ୍ଷ ଏକାଦଶୀଠୁ ଓଳାଶୁଣୀ ଗୁମ୍ଫା ମେଳା ଆରମ୍ଭ ହୋଇଛି। ଯାଜପୁର ଜିଲା ବଡ଼ଚଣା ବ୍ଲକ ଓଳାଶୁଣୀ ପାହାଡ଼ ଶୀର୍ଷ ଦେଶରେ ଏହି ମେଳା ହୋଇଥାଏ।