ଓଳଗ ପଞ୍ଚାୟତ ଶଟ୍‌ ଡାଉନ

ଆରଡ଼ି,୨୧ା୮(ଡି.ଏନ୍‌.ଏ.)- ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ଓଳଗ ପଞ୍ଚାୟତକୁ ସରପଞ୍ଚ ଅନୁସୟା ସେଠୀ ୫ ଦିନ ପାଇଁ ଶଟ୍‌ଡାଉନ ଘୋଷଣା କରିଛନ୍ତି। ଏହି ଶଟ୍‌ ଡାଉନ ଗୁରୁବାର ରାତି ୧୨ଟାରୁ ମଙ୍ଗଳବାର ରାତି ୧୨ଟା ପର୍ଯ୍ୟନ୍ତ ବଳବତ୍ତର ରହିବ। ଏଥିସହିତ ପଞ୍ଚାୟତରେ ଥିବା ଷାଠିବାଙ୍କୁଡ଼ା ଗାଁକୁ ବୁଧବାର ରାତି ୧୨ଟାରୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। ଏହି ଗାଁର ଗୋଟିଏ ପରିବାରରୁ ୬ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ ା ସେମାନଙ୍କୁ ଭଦ୍ରକ କୋଭିଡ୍‌ କେୟାର ହସ୍ପିଟାଲ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଗୁରୁବାର ମଧ୍ୟ ଏହି ଗାଁରେ ଶତାଧିକ ବ୍ୟକ୍ତିଙ୍କର ଆଣ୍ଟିଜେନ୍‌ ଟେଷ୍ଟ କରାଯାଇଥିଲା ା ସେଥିମଧ୍ୟରୁ ଜଣେ ପଜିଟିଭ୍‌ ଚିହ୍ନଟ ହୋଇଥିବାରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ସରପଞ୍ଚ ପ୍ରକାଶ କରିଛନ୍ତି।