Posted inଫୁରସତ

ବନ୍ଦ ହୋଇଗଲା ଡିଜେ, ‘ଓଲା ସ୍କୁଟି’ରେ ଗୀତ ବଜାଇ ଦମଦାର ଡ୍ୟାନ୍ସ କଲେ କନ୍ୟା, ଭିଡିଓ ଦେଖି ଏମିତି କହିଲେ କମ୍ପାନୀର ସିଇଓ

ନୂଆଦିଲ୍ଲୀ,୧୩।୧: ଦେଶରେ ବିବାହକୁ ଏକ ଉତ୍ସବ ଭାବରେ ପାଳନ କରାଯାଇଥାଏ। ଧୁମଧାମରେ ଚାଲିଥିବା ଏହି କାର୍ଯ୍ୟକ୍ରମରେ ପରିବାର ସଦସ୍ୟଙ୍କ ଠାରୁ ଆରମ୍ଭ କରି ବନ୍ଧୁ ବାନ୍ଧବ ଯାଏଁ ଖୁବ୍‌ ଖୁସିରେ ଏହାକୁ ପାଳନ କରିଥାନ୍ତି। ଯଦି ବିବାହ ଉିତ୍ସବରେ ମନୋରଞ୍ଜନର ଉତ୍ସ ନ ରହିବ ତେବେ ବିବାହ ଫିକା ପଡିଯାଏ। ନିକଟରେ ଏପରି ଏକ ଘଟଣା ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଯାହାକୁ ଶୁଣିଲେ ଆପଣ ହସି ହସି ବେଦମ୍‌ ହୋଇଯିବେ।
ଭାଇରାଲ ଭିଡିଓରେ ଯୁବତୀଜଣକ ବଲିଉଡ ଗୀତରେ ଡ୍ୟାନ୍ସ କରୁଥିବା ନଜିର ଆସିଛନ୍ତି। କିନ୍ତୁ କୌଣସି ଡିଜେ ଗୀତରେ ନୁହେଁ ଓଲା ଇଲେକ୍ଟ୍ରି ସ୍କୁଟିରେ ଗୀତ ବାଜୁଥିବାର ଶୁଣିପାରିବେ। ସଙ୍ଗୀତ କାର୍ଯ୍ୟକ୍ରମରେ ଓଲାକୁ ବ୍ୟବହାର କରାଯାଇ ଗୀତ ବଜାଯାଇଥିଲା ଯେଉଁଥିରେ କନ୍ୟା ଜଣକ ଜବରଦସ୍ତ ଡ୍ୟାନ୍ସ କରିଥିଲେ। ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ବହୁ ୟୁଜର୍ସ ଏଥିରେ ପ୍ରତିକ୍ରିୟା ଦେଇଥିଲେ। କେବଳ ୟୁଜର୍ସ ନୁହେଁ ଓଲା ସ୍କୁଟିର ସିଇଓ ଭାବିଶ ଅଗ୍ରଓ୍ବାଲଙ୍କୁ ମଧ୍ୟ ଏଥିରେ ନିଜର ପ୍ରତିକ୍ରିୟା ରଖିଥିଲେ।

ଇନଷ୍ଟାଗ୍ରାମରେ ଶେୟାର ହୋଇଥିବା ଭିଡିଓଟି ମହାରାଷ୍ଟ୍ରର ଛତ୍ରପତି ସଂଭାଜୀ ନଗରର କୁହାଯାଉଛି। ଭିଡିଓରେ କୁହାଯାଇଛି, ଷ୍ଟେଜ ସଜା ସରିଥିଲା, କନ୍ୟା ନିଜର ଡ୍ୟାନ୍ସ ପ୍ରଦର୍ଶନ ପାଇଁ ପ୍ରସ୍ତୁତ ଥିଲେ। ଡ୍ୟାନ୍ସ ଦେଖିବା ପାଇଁ ସମସ୍ତେ ପହଞ୍ଚି ସାରିଥିଲେ। ହେଲେ ହଠାତ୍‌ ପୋଲିସ ପହଞ୍ଚି ଇଭେଣ୍ଟ ପ୍ଲାନରଙ୍କ ମ୍ୟୁଜିକ ସିଷ୍ଟମ ବନ୍ଦ କରି ଦେଇଥିଲେ। କିନ୍ତୁ ଏତିକିରେ କାର୍ଯ୍ୟକ୍ରମ ରୋକି ଯାଇ ନ ଥିଲା। କନ୍ୟାଙ୍କର ସାଙ୍ଗମାନେ ମିଶି ଓଲା ସ୍କୁଟରେ ଗୀତ ବଜାଇଥିଲେ ଯେଉଁଥିରେ ସେ ଜବରଦସ୍ତ ଡ୍ୟାନ୍ସ କରିଥିଲେ। କନ୍ୟାଙ୍କର ନିଜ ବିବାହରେ ଡ୍ୟାନ୍ସ କରିବାର ଇଛା ଥିଲା ଯାହା ପୂରଣ ହୋଇପାରିଲା।

 

ତେବେ ଏହି ଭିଡିଓକୁ ରିପୋଷ୍ଟ କରି ଓଲାର ସିଇଓ ଭାବିଶ ଖୁସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ଖୁସି ଲାଗୁଛି କି ଓଲା ଏବେ ଦେଶର ସାମାଜିକ କାର୍ଯ୍ୟକ୍ରମର ଏକ ଅଂଶ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

୭୫ ବର୍ଷ ହେଲା ହୋଇପାରିନି ସେଟଲମେଣ୍ଟ: ମିଳିନି ପଟ୍ଟା, ମଣ୍ଡିରେ ଖରିଫ ଧାନ ବିକ୍ରି ନେଇ ଉପୁଜିଛି ସମସ୍ୟା

ଦିଗପହଣ୍ଡି,୧୧।୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ ଆଙ୍କୋରଡା ମୌଜାରେ ଗତ ୭୫ ବର୍ଷ ହେଲା ସେଟଲମେଣ୍ଟ ହୋଇପାରିନାହିଁ। ଗତ କିଛି ଦିନ ପୂର୍ବେ ରାଜସ୍ବ…

ପରିବାର ଲୋକଙ୍କ ନାଁରେ ଲକ୍ଷ ଲକ୍ଷ ଟଙ୍କା ଋଣ ନେଇଗଲେ ସମ୍ପାଦକ: ଚାଷୀଙ୍କ ଆନ୍ଦୋଳନ ଚେତାବନୀ

ପୁରୁଷୋତ୍ତମପୁର,୧୧।୮(ସବିତା ମିଶ୍ର):ସରକାର କୃଷକଙ୍କୁ ସଶକ୍ତିକରଣ କରି କୃଷି ଓ କୃଷକଙ୍କ ବିକାଶ ଲାଗି ଯୋଜନା ପରେ ଯୋଜନା କରିବା ସହ ବିଭିନ୍ନ ଫସଲ ଚାଷ କରି ଲାଭବାନ…

‘ଘରେ ଘରେ ତ୍ରିରଙ୍ଗା’: ଉପମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସମେତ ଜିଲାସ୍ତରୀୟ ଅଧିକାରୀ, ସ୍କୁଲ-କଲେଜ ଛାତ୍ରଛାତ୍ରୀଙ୍କ ଯୋଗଦାନ

ବଲାଙ୍ଗୀର, ୧୧।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ମଙ୍ଗଳବାର ‘ଘରେ ଘରେ ତ୍ରିରଙ୍ଗା’ ପଦଯାତ୍ରା ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

ପଥରରେ ଛେଚି ଯୁବକଙ୍କୁ ହତ୍ୟା !: ନିର୍ମାଣାଧୀନ ଆବାସ ଘରୁ ରକ୍ତାକ୍ତ ମୃତଦେହ

ରାଇରଙ୍ଗପୁର,୧୧।୮: ମୟୂରଭଞ୍ଜ ଜିଲା ବିଶୋଇ ଥାନା ଅଞ୍ଚଳର ବାଢୁଣିଆ ଗାଁରେ ଜଣେ ଯୁବକଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ସନ୍ଦେହଜନକ ଘଟଣା ସାମ୍ନାକୁ ଆସିଛି। ଗାଁର ଏକ…

Blinkit ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ: ସସ୍‌ପେଣ୍ଡ ହେଲା ଲାଇସେନ୍ସ; ସାମ୍ନାକୁ ଆସିଲା ଗୁରୁତର ତ୍ରୁଟି

ନୂଆଦିଲ୍ଲୀ, ୧୧।୮: ମହାରାଷ୍ଟ୍ରରେ IAS ଅଧିକାରୀ ତୁକାରାମ ମୁଣ୍ଡେଙ୍କ ଖରାପ ଓ ଅସୁରକ୍ଷିତ ଖାଦ୍ୟ ପଦାର୍ଥ ବିରୋଧୀ ଅଭିଯାନ ଜାରି ରହିଛି। ଦେଶର ପ୍ରସିଦ୍ଧ କମ୍ପାନୀ Blinkit…

ଚିଲିକା ମଝିରେ ଆକ୍ରମଣ, ଜଣେ ମୃତ, ଜଣେ ଗୁରୁତର

କୃଷ୍ଣପ୍ରସାଦ,୧୨।୮(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ରାମଲଙ୍କା ପଞ୍ଚାୟତ କୁମାରପୁର ଚିଲିକାରେ ମାଛ ଧରିବା ବେଳେ ଏକ ଅଘଟଣ ଘଟିଛି। କୁମାରପୁର ଗ୍ରାମର ଚିନ୍ମୟ…

ପୂର୍ବତନ ରାଷ୍ଟ୍ରପତିଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଲେ କୋର୍ଟ: ଆସିଥିଲା ସାଂଘାତିକ ଅଭିଯୋଗ

ଡାମସକସ୍‌,୧୧।୮: ସିରିଆର ଏକ କୋର୍ଟ ମଙ୍ଗଳବାର ଦେଶର ପୂର୍ବତନ ରାଷ୍ଟ୍ରପତି ବଶର ଅଲ-ଆସାଦ ଏବଂ ତାଙ୍କ ସାନ ଭାଇ ମାହେର ଅଲ-ଆସାଦଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି।…

ସ୍ବାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ଜୋରଦାର

ରାଇକିଆ,୧୧।୮(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆରେ ଜାତୀୟ ଦିବସ ଆୟୋଜକ କମିଟି ପକ୍ଷରୁ ପାଳନ ହେବାକୁ ଥିବା ବ୍ଲକସ୍ତରୀୟ ସ୍ବାଧୀନତା ଦିବସକୁ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri