Posted inଫୁରସତ

ବନ୍ଦ ହୋଇଗଲା ଡିଜେ, ‘ଓଲା ସ୍କୁଟି’ରେ ଗୀତ ବଜାଇ ଦମଦାର ଡ୍ୟାନ୍ସ କଲେ କନ୍ୟା, ଭିଡିଓ ଦେଖି ଏମିତି କହିଲେ କମ୍ପାନୀର ସିଇଓ

ନୂଆଦିଲ୍ଲୀ,୧୩।୧: ଦେଶରେ ବିବାହକୁ ଏକ ଉତ୍ସବ ଭାବରେ ପାଳନ କରାଯାଇଥାଏ। ଧୁମଧାମରେ ଚାଲିଥିବା ଏହି କାର୍ଯ୍ୟକ୍ରମରେ ପରିବାର ସଦସ୍ୟଙ୍କ ଠାରୁ ଆରମ୍ଭ କରି ବନ୍ଧୁ ବାନ୍ଧବ ଯାଏଁ ଖୁବ୍‌ ଖୁସିରେ ଏହାକୁ ପାଳନ କରିଥାନ୍ତି। ଯଦି ବିବାହ ଉିତ୍ସବରେ ମନୋରଞ୍ଜନର ଉତ୍ସ ନ ରହିବ ତେବେ ବିବାହ ଫିକା ପଡିଯାଏ। ନିକଟରେ ଏପରି ଏକ ଘଟଣା ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଯାହାକୁ ଶୁଣିଲେ ଆପଣ ହସି ହସି ବେଦମ୍‌ ହୋଇଯିବେ।
ଭାଇରାଲ ଭିଡିଓରେ ଯୁବତୀଜଣକ ବଲିଉଡ ଗୀତରେ ଡ୍ୟାନ୍ସ କରୁଥିବା ନଜିର ଆସିଛନ୍ତି। କିନ୍ତୁ କୌଣସି ଡିଜେ ଗୀତରେ ନୁହେଁ ଓଲା ଇଲେକ୍ଟ୍ରି ସ୍କୁଟିରେ ଗୀତ ବାଜୁଥିବାର ଶୁଣିପାରିବେ। ସଙ୍ଗୀତ କାର୍ଯ୍ୟକ୍ରମରେ ଓଲାକୁ ବ୍ୟବହାର କରାଯାଇ ଗୀତ ବଜାଯାଇଥିଲା ଯେଉଁଥିରେ କନ୍ୟା ଜଣକ ଜବରଦସ୍ତ ଡ୍ୟାନ୍ସ କରିଥିଲେ। ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ବହୁ ୟୁଜର୍ସ ଏଥିରେ ପ୍ରତିକ୍ରିୟା ଦେଇଥିଲେ। କେବଳ ୟୁଜର୍ସ ନୁହେଁ ଓଲା ସ୍କୁଟିର ସିଇଓ ଭାବିଶ ଅଗ୍ରଓ୍ବାଲଙ୍କୁ ମଧ୍ୟ ଏଥିରେ ନିଜର ପ୍ରତିକ୍ରିୟା ରଖିଥିଲେ।

ଇନଷ୍ଟାଗ୍ରାମରେ ଶେୟାର ହୋଇଥିବା ଭିଡିଓଟି ମହାରାଷ୍ଟ୍ରର ଛତ୍ରପତି ସଂଭାଜୀ ନଗରର କୁହାଯାଉଛି। ଭିଡିଓରେ କୁହାଯାଇଛି, ଷ୍ଟେଜ ସଜା ସରିଥିଲା, କନ୍ୟା ନିଜର ଡ୍ୟାନ୍ସ ପ୍ରଦର୍ଶନ ପାଇଁ ପ୍ରସ୍ତୁତ ଥିଲେ। ଡ୍ୟାନ୍ସ ଦେଖିବା ପାଇଁ ସମସ୍ତେ ପହଞ୍ଚି ସାରିଥିଲେ। ହେଲେ ହଠାତ୍‌ ପୋଲିସ ପହଞ୍ଚି ଇଭେଣ୍ଟ ପ୍ଲାନରଙ୍କ ମ୍ୟୁଜିକ ସିଷ୍ଟମ ବନ୍ଦ କରି ଦେଇଥିଲେ। କିନ୍ତୁ ଏତିକିରେ କାର୍ଯ୍ୟକ୍ରମ ରୋକି ଯାଇ ନ ଥିଲା। କନ୍ୟାଙ୍କର ସାଙ୍ଗମାନେ ମିଶି ଓଲା ସ୍କୁଟରେ ଗୀତ ବଜାଇଥିଲେ ଯେଉଁଥିରେ ସେ ଜବରଦସ୍ତ ଡ୍ୟାନ୍ସ କରିଥିଲେ। କନ୍ୟାଙ୍କର ନିଜ ବିବାହରେ ଡ୍ୟାନ୍ସ କରିବାର ଇଛା ଥିଲା ଯାହା ପୂରଣ ହୋଇପାରିଲା।

 

ତେବେ ଏହି ଭିଡିଓକୁ ରିପୋଷ୍ଟ କରି ଓଲାର ସିଇଓ ଭାବିଶ ଖୁସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ଖୁସି ଲାଗୁଛି କି ଓଲା ଏବେ ଦେଶର ସାମାଜିକ କାର୍ଯ୍ୟକ୍ରମର ଏକ ଅଂଶ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

୫୦ରୁ ଅଧିକ ଫଳ ଦୋକାନ ଜଳି ପୋଡି ପାଉଁଶ: ପରିଦର୍ଶନରେ ଆସି ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର କହିଲେ, ଏଥିପାଇଁ…

ବଲାଙ୍ଗୀର,୮।୧୨( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି । ଦେଖୁ ଦେଖୁ ହୁ ହୁ ହୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri