ମଧୁମେହ ରୋଗୀଙ୍କ ପାଇଁ ବରଦାନ ସଦୃଶ ଭେଣ୍ଡି: ଜାଣନ୍ତୁ କିପରି କରିବେ ସେବନ

ବର୍ତ୍ତମାନ ଜୀବନଶୈଳୀ ନେଇ ଡାଇବେଟିସ ବା ମଧୁମେହ ଏକ ସାଧାରଣ ରୋଗରେ ପରିଣତ ହେଲାଣି। ଫଳରେ ଏହି ରୋଗୀଙ୍କୁ ମିଠା ଜାତୀୟ ଖାଦ୍ୟ ଖାଇବାଠାରୁ ଦୂରେଇ ରହିବା ଲାଗି କୁହାଯାଉଛି। ଏକାଧିକ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରୁଥିବାରୁ ରୋଗୀଙ୍କୁ ସତର୍କ ରହିବାକୁ ଡାକ୍ତରମାନେ ପରାମର୍ଶ ମଧ୍ୟ ଦେଉଛନ୍ତି। ଏସବୁ ମଧ୍ୟରେ ମଧୁମେହ ରୋଗୀଙ୍କ ପାଇଁ ଭେଣ୍ଡି ଖାଇବା ବରଦାନ ସଦୃଶ ହୋଇପାରେ।

ଭେଣ୍ଡିରେ ସଲ୍ୟୁବୁଲ୍‌ ଫାଇବର ରହିଥାଏ। ଏହା ମଧୁମେହ ରୋଗୀଙ୍କ ସ୍ବାସ୍ଥ୍ୟ ପାଇଁ ବେଶ୍‌ ଭଲ। ୧୦୦ ଗ୍ରାମ ଭେଣ୍ଡିରେ ୭.୪୫ ଗ୍ରାମ କାର୍ବସ ରହିଥାଏ। ଏଣୁ ଏହା ମଧୁମେହ ରୋଗୀଙ୍କ ପାଇଁ ଭଲ ବୋଲି କୁହାଯାଇଥାଏ। ବିଶେଷକରି ରାତିରେ ଭେଣ୍ଡିକୁ ପାଣିରେ ଭିଜାଇ ରଖନ୍ତୁ। ପରେ ସକାଳେ ଏହାକୁ ଛାଣି ପିଇ ଦିଅନ୍ତୁ। ଏହିଭଳି ଦୁଇରୁ ତିନି ମାସ କରିବା ପରେ ଆପଣଙ୍କୁ ଲାଭ ମିଳିବ।

ତେବେ ମଧୁମେହ ରୋଗୀଙ୍କ ପାଇଁ ଶର୍କରା କମ୍‌ କରିବାର କିଛି ଟିପ୍ସ:
-ସକାଳୁ ଉଠି ଅଧାଘଣ୍ଟା ପ୍ରାତଃଭ୍ରମଣ କରନ୍ତୁ।
-ଖାଇବାରେ ଅଧିକ ଲୁଣ ଏବଂ ଚିନି ଖାଆନ୍ତୁ ନାହିଁ।
-ରାତିରେ ଦୁଇ ଚାମଚ ମେଥିକୁ ଗୋଟିଏ କପ୍‌ ପାଣିରେ ଭିଜାଇ ରଖନ୍ତୁ। ସକାଳ ଭୋଜନ କରିବା ପୂର୍ବରୁ ଏହାକୁ ସେବନ କରନ୍ତୁ।
-ପ୍ରତ୍ୟେହ ସକାଳେ ଏବଂ ସନ୍ଧ୍ୟାରେ କିଛି ସମୟ ବ୍ୟାୟାମ କରନ୍ତୁ।