ଓକାୟା ଇଭିର ଇ-ସ୍କୁଟର ଫାଷ୍ଟ ଏଫ୍‌୨ଏଫ୍‌ ଉନ୍ମୋଚିତ

ନୂଆଦିଲ୍ଲୀ,୨୩।୨: ଦେଶର ପ୍ରମୁଖ ଦୁଇଚକିଆ ବୈଦ୍ୟୁତିକ ଯାନ (ଇଭି) ବ୍ରାଣ୍ଡ୍‌ ଓକାୟା ଇଭିର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ନୂତନ ଇ-ସ୍କୁଟର ‘ଫାଷ୍ଟ ଏଫ୍‌୨ଏଫ୍‌’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ବିଶେଷ କରି ଗୋଟିଏ ଚାର୍ଜରେ ଏହା ୭୦ରୁ ୮୦କି.ମି.ର ଏକ ଉଲ୍ଲେଖନୀୟ ଯାତ୍ରା କରିବା ସହ ଘଣ୍ଟା ପ୍ରତି ୫୦ରୁ ୫୫ କି.ମି. ବେଗରେ ଗତି କରିପାରିବାର ଦକ୍ଷତା ଅବଲମ୍ବନ କରୁଛି। ଏପରିକି ଓକାୟା ଫାଷ୍ଟ ଏଫ୍‌୨ଏଫ୍‌ ଯେଉଁମାନେ ଏକ ନିର୍ଭରଯୋଗ୍ୟ ତଥା ସ୍ବଳ୍ପଖର୍ଚ୍ଚୀ ଏବଂ ମନୋରମ ସହରୀ ସ୍କୁଟର ଖୋଜୁଛନ୍ତି ସେମାନଙ୍କ ପାଇଁ ଏହା ବେଶ୍‌ ପସନ୍ଦଯୋଗ୍ୟ ଏବଂ ସହରୀ ଡିଜାଇନ କରାଯାଇଛି । ସେହିଭଳି ଏହାର ଗ୍ରାହକଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ସ୍କୁଟରଟି ୮୦୦ଡବ୍ଲ୍ୟୁ-ବିଏଲ୍‌ଡିସି-ହବ୍‌ ମୋଟର ଦ୍ୱାରା ଚାଳିତ ହେଉଥିବା ବେଳେ ୬୦ଭୋଲଟ୍‌ ୩୬ଏଏଚ୍‌ (୨.୨କେଡବ୍ଲ୍ୟୁଏଚ୍‌) ଲିଥିୟମ୍‌ ଏଲ୍‌ଏଫ୍‌ପି ବ୍ୟାଟେରି ସହ ଯୋଡ଼ିହୋଇଛି, ଯାହା ସର୍ବୋଚ୍ଚ ସୁରକ୍ଷା ମାନ୍ୟତା ପୂରଣ କରେ ଏବଂ ବ୍ୟାଟେରି ଉପରେ ୨ବର୍ଷର ନିର୍ଭର ୱାରେଣ୍ଟିି ସହ ଉପଲବ୍ଧ।
ଏ ସମ୍ପର୍କରେ ଓକାୟା ଇଲେକ୍ଟ୍ରିକ୍‌ ଭେଇକିଲ୍ସର ପରିଚାଳନା ନିର୍ଦ୍ଦେଶକ ଅନ୍‌ସୁଲ ଗୁପ୍ତା କହିଛନ୍ତି, ଏହାର ଶୁଭାରମ୍ଭ ସହ ଆମେ ଭାରତରେ ଉଚ୍ଚମାନର ଏବଂ ନିର୍ଭରଯୋଗ୍ୟ ଇଭି ପାଇଁ ନୂତନ ମାନକ ସ୍ଥିର କରିଛୁ। ବିଶେଷକରି ଏହାର ସ୍ବତନ୍ତ୍ର ଏବଂ ନିର୍ଭରଯୋଗ୍ୟ ସୁରକ୍ଷା ବୈଶିଷ୍ଟ୍ୟ ସହ ଆମେ ଉପଭୋକ୍ତା ବିଭାଗଗୁଡିକରେ ମଧ୍ୟ ବ୍ୟାପକ ରୂପେ ବିସ୍ତାର କରାଇଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଆଶାରାମ ବାପୁଙ୍କୁ ଲାଗିଲା ବଡ଼ ଝଟ୍‌କା: ଜାମିନ ଦେବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୬।୮: ଆଶାରାମ ବାପୁଙ୍କୁ ସୁପ୍ରିମକୋର୍ଟରୁ ଏକ ବଡ଼ ଝଟକା ଲାଗିଛି। ଜଣେ ନାବାଳିକା ବଳାତ୍କାର ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମ ବାପୁଙ୍କୁ ସୁପ୍ରିମକୋର୍ଟ ବର୍ତ୍ତମାନ ପାଇଁ…

ପଟ୍ଟନାୟକ ପୋଖରୀ ନବୀକରଣରେ ୫୫.୬୯ ଲକ୍ଷ ଟଙ୍କାର ଦୁର୍ନୀତି: ପୂର୍ବତନ ଯନ୍ତ୍ରୀ-ଏମ୍‌ଇ-ଠିକାଦାର ଗିରଫ

ପାରଳାଖେମୁଣ୍ଡି,୬ା୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡିସ୍ଥିତ ପଟ୍ଟନାୟକ ପୋଖରୀର ପୁନରୁଦ୍ଧାର ଓ ନବୀକରଣ କାର୍ଯ୍ୟରେ ୫୫ ଲକ୍ଷ ୬୯ ହଜାର ୩୩ ଟଙ୍କାର ସରକାରୀ ପାଣ୍ଠି ଅପବ୍ୟବହାର…

ସ୍କୁଲ ଭିତରକୁ ପଶୁପଶୁ ଦୁଇ ଛାତ୍ରଙ୍କ ଉପରେ ଭୁଶୁଡ଼ି ପଡ଼ିଲା ଫାଟକ, ଆଉ ତା’ ପରେ…

ନନ୍ଦପୁର,୬ା୮(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ କସନ୍ଦି ପଞ୍ଚାୟତର କାଲାଡ଼ି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରବେଶ ଫାଟକ ଉପୁଡ଼ି ଗୁରୁବାର ଦୁଇ ଛାତ୍ର ଆହତ…

ଡିଭାଇଡରରେ ପିଟିହେଲା ଅତିକ ଅହମ୍ମଦଙ୍କ ପୁଅଙ୍କ କାର: ଚାଲିଗଲା ଜୀବନ

ଲକ୍ଷ୍ନୌ,୬।୮: ଏକ ସଡ଼କ ଦୁର୍ଘଟଣାରେ ଅତିକ ଅହମ୍ମଦଙ୍କ ପୁଅ ଅବନ ଅହମ୍ମଦଙ୍କ ସମେତ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଉତ୍ତର ପ୍ରଦେଶର ଝାନ୍ସୀର ପୁଞ୍ଚ ଥାନା ଅଞ୍ଚଳରେ…

ଘରୋଇ କଳିର କରୁଣ ପରିଣତି, ବାପର କାଠ ଫାଳିଆ ମାଡ଼ରେ ପୁଅର ମୃତ୍ୟୁ

ଭବାନୀପାଟଣା,୬ା୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଲମପୁର ଥାନା ନୂଆଗୁଡ଼ାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବାପର କାଠ ଫାଳିଆ ମାଡରେ ଭେଣ୍ଡିଆ ପୁଅର…

Gen Zକୁ ନେଇ ପ୍ରଶାନ୍ତ କିଶୋରଙ୍କ ବଡ଼ ଭବିଷ୍ୟବାଣୀ: ଦୁଇ ବର୍ଷ ମଧ୍ୟରେ…ଶୁଣିଲେ ସରକାର ହେବେ ଛାନିଆ!

ନୂଆଦିଲ୍ଲୀ,୬।୮: ବାଙ୍କିପୁର ଉପନିର୍ବାଚନରେ ବଡ଼ ବିଜୟ ହାସଲ କରିବା ପରେ ଜନସୁରାଜ ପାର୍ଟିର ସଂସ୍ଥାପକ ପ୍ରଶାନ୍ତ କିଶୋର (PK) ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ନିଜର ରାଜନୈତିକ ରଣନୀତି…

ଛାତ୍ର ଆନ୍ଦୋଳନକୁ ନେଇ ରାହୁଲଙ୍କୁ ଟାର୍ଗେଟ କଲେ କଙ୍ଗନା: କହିଲେ- ଉସୁକାଇବା ପାଇଁ..

ନୂଆଦିଲ୍ଲୀ,୬।୮: ହିମାଚଳ ପ୍ରଦେଶର ମଣ୍ଡି ଲୋକ ସଭା ଆସନରୁ ଭାରତୀୟ ଜନତା ପାର୍ଟି (BJP) ସାଂସଦ କଙ୍ଗନା ରାଣାୱତ ଭାରତୀୟ ଜାତୀୟ କଂଗ୍ରେସର ନେତା ଏବଂ ଲୋକ…

RAC ଟିକେଟ୍ ଥିଲେ ଆଉ ଚିନ୍ତା ନାହିଁ, ଏବେ ମିଳିବ ପୁରା….

ନୂଆଦିଲ୍ଲୀ,୬।୮: ଭାରତୀୟ ରେଳରେ ଯାତ୍ରା କରୁଥିବା ଲକ୍ଷାଧିକ ଯାତ୍ରୀଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଦୀର୍ଘଦିନ ଧରି ଅନେକ ଯାତ୍ରୀଙ୍କ ଅଭିଯୋଗ ଥିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri