Categories: ଜାତୀୟ

ୟୁପିରେ ‘ମିଶନ ୨୪’ ପାଇଁ ପ୍ରସ୍ତୁତି: ଏହି ଭାଜପା ମନ୍ତ୍ରୀଙ୍କ କଟିପାରେ ଟିକେଟ୍‌

ଲକ୍ଷ୍ନୌ,୨୫।୫: ଭାରତୀୟ ଜନତା ପାର୍ଟି(ଭାଜପା) ଆଗାମୀ ଲୋକ ସଭା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତି ଆରମ୍ଭ କରିଦେଇଛି। ଏହି ସମୟରେ ଉତ୍ତରପ୍ରଦେଶରୁ ନିର୍ବାଚିତ କେନ୍ଦ୍ର ସରକାରଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ଥିବା କେତେକ ନେତାଙ୍କ ଟିକେଟ୍‌ କଟିପାରେ ବୋଲି ଚର୍ଚ୍ଚା ଜୋର ଧରିଛି। ତେବେ ସେମାନଙ୍କ ମଧ୍ୟରେ ଦେଓରିଆ ଏମ୍‌ପି ରମାପତୀ ରାମ ତ୍ରିପାଠୀ, ମଥୁରା ଏମ୍‌ପି ହେମା ମାଳିନୀ, ପ୍ରୟାଗରାଜ  ଏମ୍‌ପି ରୀତା ବହୁଗୁଣା ଯୋଶୀ, କାନପୁର ଏମ୍‌ପି ସତ୍ୟଦେବ ପଚୌରୀ, ବରେଲି ଏମ୍‌ପି ସନ୍ତୋଷ ଗଙ୍ଗୱାରଙ୍କ ନାଁ ଆଗରେ ଥିବା ଚର୍ଚ୍ଚା ହେଉଛି। ଅନ୍ୟପକ୍ଷେ, ଏହି ସମସ୍ତଙ୍କ ନେତାଙ୍କ ବୟସ ୭୩ରୁ ୭୫ବର୍ଷ ହୋଇଥିବା କାରଣରୁ ଟିକେଟ୍‌ରୁ ବାଦ୍‌ ପଡିପାରନ୍ତି ବୋଲି କୁହାଯାଉଛି।

୨୦୧୯ ଲୋକ ସଭା ନିର୍ବାଚନ ବିଷୟରେ କହିବାକୁ ଗଲେ ଭାଜପା ୟୁପି ସରକାରରେ ଚାରିଜଣ ମନ୍ତ୍ରୀଙ୍କ ଉପରେ ବାଜି ଲଗାଇଥିଲା, ସେଥିମଧ୍ୟରୁ ୩ଟି ଜିତିଥିବା ବେଳେ ଜଣେ ମନ୍ତ୍ରୀ ନିର୍ବାଚନରେ ପରାଜିତ ହୋଇଥିଲେ।

Share