ଭୁବନେଶ୍ୱର,୧୦।୬: ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା କମିଟି (OJEE) ଓଜେଇଇ ୨୦୨୫ ରେଜଲ୍ଟ ଘୋଷଣା କରିଛି। ଯେଉଁ ପରୀକ୍ଷାର୍ଥୀମାନେ ୨୦୨୫ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷାରେ ଅଂଶଗ୍ରହଣ କରିଥିଲେ, ସେମାନେ ଏବେ ଓଜେଇଇର ଅଫିସିଆଲ୍ ୱେବସାଇଟ୍ ojee.nic.in ରେ ସେମାନଙ୍କ ଫଳାଫଳ ଯାଞ୍ଚ କରି ଡାଉନଲୋଡ଼ କରିପାରିବେ। ପରୀକ୍ଷାର୍ଥୀମାନେ ନିଜର ଆବେଦନ ନମ୍ବର (Application Number) ଏବଂ ପାସୱାର୍ଡ ଦେଇ ରେଜଲ୍ଟ ଯାଞ୍ଚ କରିପାରିବେ।
୨୦୨୫-୨୬ ଶିକ୍ଷାବର୍ଷ ନିମନ୍ତେ ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ ବିଶ୍ୱବିଦ୍ୟାଳୟ ଓ ଶିକ୍ଷା ଅନୁଷ୍ଠାନ ମାନଙ୍କରେ ପ୍ରଚଳିତ ୧୭ ଗୋଟି ବୈଷୟିକ ଏବଂ ବୃତ୍ତିଗତ ପାଠ୍ୟକ୍ରମ ଯଥା B.CAT, LE-BTech. (for Diploma students), LE-BTech. (for B.Sc. students), B. Pharm., MBA, MCA, Int. MBA, LE-Pharm., M.Pharm, M. Arch, M. Plan, M. Tech., Basic B.Sc Nursing, Post Basic B.Sc Nursing, M.Sc Nursing, and Post Diploma Nursing ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲା ।
ସମସ୍ତ ପାଠ୍ୟକ୍ରମ ପାଇଁ କମ୍ପୁଟର ଆଧାରିତ ପରୀକ୍ଷା (Computer Based Test) ମାଧ୍ୟମରେ ପ୍ରବେଶିକା ପରୀକ୍ଷା କରଯାଇଥିଲା । ଚଳିତ ବର୍ଷ ରାଜ୍ୟର ସମସ୍ତ ୩୦ଟି ଜିଲା ସହିତ ରାଜ୍ୟ ବାହାରେ ୦୩ଟି ସହର ଯଥା କୋଲକାତା, ପାଟନା ଏବଂ ରାଞ୍ଚିରେ, ସର୍ବ ମୋଟ ୭୦ ଟି ପରୀକ୍ଷା କେନ୍ଦ୍ର କରାଯାଇଥିଲା ।
ଏ ବର୍ଷ ସମୁଦାୟ ୯୨,୪୮୮ ପରୀକ୍ଷାର୍ଥୀ ପଞ୍ଜୀକୃତ ହୋଇଥିବାବେଳେ ୮୦,୩୨୪ ପରୀକ୍ଷାର୍ଥୀ (୮୬.୮୪ ଶତକଡା ) ପରୀକ୍ଷାରେ ଅଂଶ ଗ୍ରହଣ କରିଥିଲେ । ନର୍ସିଙ୍ଗ ପାଠ୍ୟକ୍ରମ ବ୍ୟତୀତ, ଅନ୍ୟାନ୍ୟ ପାଠ୍ୟକ୍ରମ ମଧ୍ୟରୁ ୫୫,୩୬୨ ପରୀକ୍ଷାର୍ଥୀଙ୍କୁ ନିଜ ନିଜ ର ପ୍ରଦର୍ଶନ ଅନୁଯାୟୀ ସେମାନଙ୍କର ଅନୁରୂପ ପାଠ୍ୟକ୍ରମରେ ସ୍ଥାନ (Rank) ମିଳିଛି ।
ପରୀକ୍ଷାର୍ଥୀମାନେ ନିମ୍ନଲିଖିତ ପଦକ୍ଷେପ ଅନୁସରଣ କରି ରେଜଲ୍ଟ ଯାଞ୍ଚ କରିପାରିବେ:
୧. ଅଫିସିଆଲ୍ ୱେବସାଇଟ୍ ojee.nic.in କୁ ପରିଦର୍ଶନ କରନ୍ତୁ।
୨. ହୋମ୍ ପେଜ୍ରେ, ଓଜେଇଇ ୨୦୨୫ ରେଜଲ୍ଟ ଡାଉନଲୋଡ଼ କରିବା ପାଇଁ ଲିଙ୍କ ଉପରେ କ୍ଲିକ୍ କରନ୍ତୁ।
୩. ଆବେଦନ ନମ୍ବର ଏବଂ ପାସୱାର୍ଡ ପ୍ରବେଶ କରାଇ ଲଗଇନ୍ କରନ୍ତୁ ଏବଂ ସବମିଟ୍ କରନ୍ତୁ।
୪. ସ୍କ୍ରିନରେ ପ୍ରଦର୍ଶିତ ରେଜଲ୍ଟ ଯାଞ୍ଚ କରନ୍ତୁ।
୫. ରେଜଲ୍ଟ ଡାଉନଲୋଡ଼ କରନ୍ତୁ ଏବଂ ଭବିଷ୍ୟତ ଆବଶ୍ୟକତା ପାଇଁ ଏହାର ଏକ ପ୍ରିଣ୍ଟଆଉଟ୍ ରଖନ୍ତୁ।
ଅଧିକ ସମ୍ପର୍କିତ ତଥ୍ୟ ପାଇଁ, ପରୀକ୍ଷାର୍ଥୀମାନେ ଓଜେଇଇର ଅଫିସିଆଲ୍ ୱେବସାଇଟ୍ ojee.nic.in ପରିଦର୍ଶନ କରିବାକୁ ପରାମର୍ଶ ଦିଆଯାଇଛି।


