Posted inଖେଳ

ଏବେ ଇଂଲଣ୍ଡ ଟିମ୍‌ରୁ ଖେଳିବେ ଟିମ୍‌ ଇଣ୍ଡିଆର ଏହି  ଓପନିଂ ବ୍ୟାଟ୍ସମ୍ୟାନ! କହିଲେ ପୂରଣ ହେଲା ସ୍ବପ୍ନ 

ନୂଆଦିଲ୍ଲୀ,୧୦।୬: ଆଇପିଏଲ୍‌ ଶେଷ ହେବା ପରେ ଟିମ୍‌ ଇଣ୍ଡିଆ ଏବେ ଇଂଲଣ୍ଡରେ ଅଛି। ଏଠାରେ ଦଳ ଖେଳାଯିବାକୁ ଥିବା ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଲାଗି ଅଭ୍ୟାସ କରୁଛି। ଏହି ଟେଷ୍ଟ ସିରିଜ ମଧ୍ୟରେ ଭାରତୀୟ ଟିମ୍‌ରୁ ଏକ ବଡ଼ ଖବର ଆସିଛି। ଦଳର ଜଣେ ଓପନିଂ ବ୍ୟାଟ୍ସମ୍ୟାନ୍‌ ଏବେ ଇଂଲଣ୍ଡ ପକ୍ଷରୁ ଖେଳୁଥିବା ନଜର ଆସିବେ। ସେ ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ ଲାଗି ଦଳରେ ସାମିଲ ହୋଇ ନ ଥିଲେ ହେଁ ତାଙ୍କୁ ଇଂଲଣ୍ଡରେ ବ୍ୟାଟିଂ କରୁଥିବା ଦେଖିବାକୁ ମିଳିବ। କ୍ରିକେଟରଜଣଙ୍କ ହେଲେ ଋତୁରାଜ ଗାଏକଓ୍ବାଡ଼।
ଋତୁରାଜ କାଉଣ୍ଟିଂ ଚାମ୍ପିଅନଶିପ୍‌ ଡିଭିଜନ ୧ରେ ୟର୍କସାୟାର ଟିମ୍‌ ପାଇଁ ଖେଳିବାକୁ ଯାଉଛନ୍ତି। ଏହି ଟୁର୍ନାମେଣ୍ଟ ପୁଣିଥରେ ଜୁନ ୨୨ରୁ ଆରମ୍ଭ ହେଉଛି। ଏହା ଋତୁରାଜଙ୍କ ପ୍ରଥମ କାଉଣ୍ଟିଂ ମ୍ୟାଚ୍‌ ହୋଇଥିବା ବେଳେ ସେ ଜୁଲାଇରେ ସରେ ବିପକ୍ଷରେ ଖେଳିବା ଲାଗି ଦଳରେ ଯୋଗଦେବେ।
ଋତୁରାଜ ଅଗଷ୍ଟ ୫ ରୁ ଆରମ୍ଭ ହେଉଥିବା ODI କପରେ ୟର୍କସାୟାର ପାଇଁ ଖେଳିବାକୁ ମଧ୍ୟ ଉପଲବ୍ଧ ହେବେ ଏବଂ ଏହି ଟୁର୍ନାମେଣ୍ଟ ସେପ୍ଟେମ୍ବର ୨୦ ପର୍ଯ୍ୟନ୍ତ ଖେଳାଯିବ। କାଉଣ୍ଟି ଚାମ୍ପିଅନଶିପ ଟୁର୍ନାମେଣ୍ଟ ବିଷୟରେ କହିବାକୁ ଗଲେ, ଏହି ଟର୍ନାମେଣ୍ଟ ସେପ୍ଟେମ୍ବର ୨୭ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।
ୟର୍କସାୟାରରେ ଯୋଗ ଦେବା ପରେ, ଋତୁରାଜ ଗାୟକୱାଡ କହିଛନ୍ତି, ‘ମୁଁ ବାକି ଥିବା ଇଂଲଣ୍ଡର ଘରୋଇ ସିଜିନରେ ୟର୍କସାୟାରରେ ଯୋଗ ଦେଇ ବହୁତ ଖୁସି। ଏହି ଦେଶରେ କ୍ରିକେଟ ଅଭିଜ୍ଞତା ପାଇବା ମୋର ସ୍ବପ୍ନ ଥିଲା ଏବଂ ଇଂଲଣ୍ଡରେ ୟର୍କସାୟାରଠାରୁ ବଡ଼ ଅନ୍ୟ କ୍ଲବ ନାହିଁ। ମୁଁ ଜାଣେ ଯେ ମୁଁ ଗୁରୁତ୍ୱପୂର୍ଣ୍ଣ ସିଜିନ ପାଇଁ ଦଳ ସହିତ ରହିବି। କାଉଣ୍ଟି ଚାମ୍ପିଅନଶିପର ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଖେଳିବା ଏବଂ ତା’ପରେ ODI କପରେ ଅଂଶଗ୍ରହଣ କରିବା ମୋ ପାଇଁ ଏକ ମହାନ ସୁଯୋଗ। ମୁଁ ୟର୍କସାୟାରର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଚାହେଁ।’
ଋତୁରାଜ ଏଯାବତ ଟିମ ଇଣ୍ଡିଆ ପାଇଁ ଗୋଟିଏ ବି ଟେଷ୍ଟ ମ୍ୟାଚ ଖେଳିନାହାନ୍ତି। ସୀମିତ ଓଭର କ୍ରିକେଟରେ, ସେ ଭାରତ ପାଇଁ ୬ ଦିନିକିଆ ମ୍ୟାଚ୍‌ରେ ୧୯.୧୬  ହାରରେ ୧୧୫ ରନ କରିଛନ୍ତି। କେବଳ ଏତିକି ନୁହେଁ, ସେ ୨୩ ଟି T20 ମ୍ୟାଚ୍‌ରେ ୩୯.୫୬ ହାରରେ ୬୩୩ରନ କରିଛନ୍ତି। T20 କ୍ରିକେଟରେ ଗାଏକୱାଡଙ୍କ ସର୍ବାଧିକ ବ୍ୟକ୍ତିଗତ ସ୍କୋର ହେଉଛି ୧୨୩* ରନ।

Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମିକାଙ୍କ ମୃତ୍ୟୁପରେ ପ୍ରଥମ ଥର ମୁହଁ ଖୋଲିଲେ ଲବ: କହୁକହୁ କହିଦେଲେ …

ଭୁବନେଶ୍ୱର,୨୫।୬: ଚର୍ଚ୍ଚିତ ୟୁଟ୍ୟୁବର ଲବ ହାଁସଦା ବାନ୍ଧବୀଙ୍କ ଆତ୍ମହତ୍ୟାକୁ ନେଇ ବିବାଦ ଘେରକୁ ଆସିଥିଲେ। ବିପାଦ ପରେ ପ୍ରଥମ ଥର ସେ ମୁହଁ ଖୋଲିଛନ୍ତି। ।...

ଏଣିକି କାର୍ଯ୍ୟରେ ଅବହେଳା କଲେ ନିଆଯିବ କାର୍ଯ୍ୟନୁଷ୍ଠାନ: ଖସିପାରିବେନି ଅଭିଯୁକ୍ତ

ଭଞ୍ଜନଗର,୨୪।୬(ବାବୁଲା ପ୍ରଧାନ)-ବ୍ରହ୍ମପୁର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ (ଆର୍‌ସିସିଏଫ) ବିଶ୍ୱନାଥ ନିଲାନମ୍ବର୍‌ମ ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଏବଂ ଘୁମୁସର ଦକ୍ଷିଣ ବନଖଣ୍ଡ...

୪୦୦ କେ.ଜି. ୟୁରାନିୟମ ଗଲା କୁଆଡେ, ଏବେ ହେବ କ’ଣ: ଚିନ୍ତାରେ ଆମେରିକା

ଓ୍ବାଶିଂଟନ,୨୫ା୬:ଇରାନର ୩ ନ୍ୟୁକ୍ଲିୟର ଫାସିଲିଟି ଉପରେ ଆମେରିକା ୬ଟି ବଙ୍କର ବଷ୍ଟର ବୋମା ପକାଇବା ପରେ ଏହାର ୪୦୦ କିଲୋଗ୍ରାମ ୟୁରାନିୟମର ହିସାବ ମିଳୁନାହିଁ। ଏହି...

ଶୌଚ ପାଇଁ ଯାଇଥିଲେ ଚାଷୀ, ବୁଦାମୂଳେ ଛକିଥିଲା କୁମ୍ଭୀର: ଆଉ ତା’ପରେ ଘଟିଲା…

ମହାକାଳପଡ଼ା, ୨୫ା୬(ପ୍ରତାପ ଚନ୍ଦ୍ର ସ୍ବାଇଁ):ନଦୀକୁ ଶୌଚ ହେବା ପାଇଁ ଯାଇଥିବା ବେଳେ ଜଣେ ଚାଷୀ କୁମ୍ଭୀର ଆକ୍ରମଣର ଶିକାର ହୋଇଛନ୍ତି। ଜୀବନ ବଞ୍ଚାଇବାକୁ ଯାଇ କୁମ୍ଭୀର...

ନିଟ୍‌ ପାଇଁ ହତ୍ୟା

ଭାରତରେ ପାଠପଢ଼ା ଚାପ ଯୋଗୁ ପିଲାଙ୍କ ଆତ୍ମହତ୍ୟା ଘଟଣା ବାରମ୍ବାର ଘଟିଚାଲିଛି। ବିଶେଷକରି ମେଡିକାଲ ଶିକ୍ଷା ଲାଗି ନିଜକୁ ପ୍ରସ୍ତୁତ କରୁଥିବା ଆଶାୟୀଙ୍କ କ୍ଷେତ୍ରରେ ଆତ୍ମହତ୍ୟା...

ବାସହୀନଙ୍କୁ ଜମି ଦେବେ ସରକାର: ଡିସେମ୍ବର ୩୧ ସୁଦ୍ଧା ଚିହ୍ନଟ ପାଇଁ ସବୁ ଜିଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୫ା୬ (ରବିନାରାୟଣ ଜେନା):ରାଜ୍ୟରେ ଜଣେ ହେଲେ ବି କେହି ବାସହୀନ ରହିବେ ନାହିଁ। ଏହି ଲକ୍ଷ୍ୟ ନେଇ ରାଜସ୍ବ ବିଭାଗ ପକ୍ଷରୁ ଏବେ ସ୍ବତନ୍ତ୍ର ପଦକ୍ଷେପ...

ମୌଳିକ ସୁବିଧାରୁ ବଞ୍ଚିତ ମହୁଲପଡ଼ାବାସୀ

ନୂଆପଡ଼ା,୨୫।୬ (ମକାରୁ ବେମାଲ) : ନୂଆପଡ଼ା ଜିଲା କୋମନା ବ୍ଲକ ସିଲ୍‌ଭା ପଞ୍ଚାୟତ ପଟପରପାଲି ଗାଁର ମହୁଲପଡ଼ାବାସୀ ସ୍ବାଧୀନତାର ଦୀର୍ଘବର୍ଷ ପରେ ମଧ୍ୟ ମୌଳିକ ସୁବିଧାରୁ...

ଜୁଲାଇ ୧ରୁ ମହଙ୍ଗା ହେବ ଟ୍ରେନ୍‌ ଯାତ୍ରା

ନୂଆଦିଲ୍ଲୀ,୨୫ା୬:ଭାରତୀୟ ରେଲ୍‌ଓ୍ବେ ଜୁଲାଇ ୧ରୁ ଏହାର ଯାତ୍ରୀଭଡ଼ା ବଢ଼ାଇବାକୁ ଯାଉଛି। ବାତାନୁକୂଳିତ, ଅଣବାତାନୁକୂଳିତ ମେଲ୍‌, ଏକ୍ସପ୍ରେସ୍‌ ଏବଂ ୨ୟ ଶ୍ରେଣୀ ଟିକେଟ ଭଡ଼ା ସାମାନ୍ୟ ବୃଦ୍ଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri