ଆଜିଠୁ ଓଜେଇଇ

ଭୁବନେଶ୍ୱର,୪।୭(ବ୍ୟୁରୋ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ସୋମବାରଠାରୁ ଆରମ୍ଭ ହେବ। ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ଦୈନିକ ତିନୋଟି ଶିଫ୍ଟରେ ଏହି ପରୀକ୍ଷା ଚାଲିବ। ପ୍ରଥମ ଶିଫ୍ଟ ପୂର୍ବାହ୍ନ ୯ଟାରୁ ୧୧ଟା, ଦ୍ୱିତୀୟ ଶିଫ୍ଟ ମଧ୍ୟାହ୍ନ ୧୨ଟା ୩୦ରୁ ଅପରାହ୍ନ ୨ଟା ୩୦ ଏବଂ ତୃତୀୟ ଶିିଫ୍ଟ ପରୀକ୍ଷା ଅପରାହ୍ନ ୪ଟାରୁ ସା ୬ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। କାର୍ଯ୍ୟସୂଚୀ ଅନୁସାରେ, ୪ ତାରିଖରେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ଶିଫ୍ଟରେ ଲାଟେରାଲ ଏଣ୍ଟ୍ରି (ଡିପ୍ଲୋମା) ଲାଗି ପ୍ରବେଶିକା ପରୀକ୍ଷା ହେବ। ସେହିପରି ୫ ତାରିଖରେ ପ୍ରଥମ ଏବଂ ଦ୍ୱିତୀୟ ଶିଫ୍ଟରେ ଏମ୍‌ସିଏ/ଏମ୍‌ଏସ୍‌ସି ଲାଗି ପରୀକ୍ଷା ହେବାକୁ ଥିବା ବେଳେ ତୃତୀୟ ଶିିଫ୍ଟରେ ଏମ୍‌.ଟେକ୍‌ (୧୧ ବିଷୟ), ଏମ୍‌.ଆର୍କିଟେକ୍ଟ, ଏମ୍‌.ପ୍ଲାନ, ଏମ୍‌.ଫାର୍ମା, ବି.କ୍ୟାଟ୍‌ ପରୀକ୍ଷା ହେବ। ୬ତାରିଖରେ ପ୍ରଥମ ୨ଟି ଶିଫ୍ଟରେ ଏମ୍‌ବିଏ ଲାଗି ପ୍ରବେଶିକା ପରୀକ୍ଷା ହେବାକୁ ଥିବା ବେଳେ ତୃତୀୟ ଶିଫ୍ଟରେ ଲାଟେରାଲ ଏଣ୍ଟ୍ରି ଫାର୍ମା, ଲାଟେରାଲ ଏଣ୍ଟ୍ରି (ବିଏସ୍‌ସି) ବି. କ୍ୟାଟ୍‌ (ଫିଲ୍ମ ଏଡିଟିଂ) ଲାଗି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ୭ ତାରିଖରେ କେବଳ ପ୍ରଥମ ଶିିଫ୍ଟରେ ଇଣ୍ଟିଗ୍ରେଟେଡ୍‌ ଏମ୍‌ବିଏ ଏବଂ ଡିପ୍ଲୋମା ଲାଟେରାଲ ଏଣ୍ଟ୍ରି ପରୀକ୍ଷା ହେବାକୁ ଥିବାବେଳେ ୮ ତାରିଖରେ ୩ଟି ଯାକ ଶିଫ୍ଟରେ ବି.ଫାର୍ମା ଲାଗି ପ୍ରବେଶିକା ପରୀକ୍ଷା କରାଯିବ ବୋଲି ଓଜେଇଇ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।

Share