ଓଜେଇଇ ପରୀକ୍ଷା: ପ୍ରଥମ ଦିନ ୮୫% ପରିକ୍ଷାର୍ଥୀ ଦେଲେ ପରୀକ୍ଷା

ଭୁବନେଶ୍ୱର, ୪।୭(ବ୍ୟୁରୋ):  ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ)-୨୦୨୨ ସୋମବାରଠାରୁ ଆରମ୍ଭ ହୋଇଛି। ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ କମ୍ପ୍ୟୁଟର ବେସ୍‌ଡ ପରୀକ୍ଷା ହେଉଛି। ଏଥିପାଇଁ ମୋଟ ୫୭,୯୧୮ଜଣ ଛାତ୍ରୀଛାତ୍ର ଆବେଦନ କରିଛନ୍ତି। ତିନୋଟି ସିଟିଂରେ ପରୀକ୍ଷା ହେଉଛି। ପ୍ରଥମ ଦିନ ତିନୋଟି ଯାକ ସିଟିଂରେ ଲାଟେରାଲ ଏଣ୍ଟ୍ରି(ଡିପ୍ଲୋମା) ପାଇଁ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏଥିରେ ୧୯,୧୫୦ଜଣ ଛାତ୍ରୀଛାତ୍ର ପଞ୍ଜୀକରଣ କରିଥିଲେ। ତେବେ ୮୫% ପରିକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି। ଅର୍ଥାତ୍‌ ୧୬,୨୭୦ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇଛନ୍ତି। ପ୍ରଥମ ଦିନରେ ପରୀକ୍ଷାଟି ସୁରୁଖୁରରେ ପରିଚାଳନା ହୋଇଥିବା ଓଜେଇଇ ପକ୍ଷରୁ କୁହାଯାଇଛି।