Categories: ଜାତୀୟ

ପ୍ରଥମ ମହିଳା ଫୁଟବଲର୍‌ ଭାବେ ଓନାମ ବେମବେମ ଦେବୀଙ୍କୁ ପଦ୍ମଶ୍ରୀ ପୁରସ୍କାର

ନୂଆଦିଲ୍ଲୀ,୯।୧୧: ଭାରତୀୟ ଫୁଟବଲର ଦୁର୍ଗା ଓନାମ ବେମବେମ ଦେବୀ ପ୍ରଥମ ଭାରତୀୟ ମହିଳା ଫୁଟବଲର୍‌ ଭାବେ ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର ପାଇଛନ୍ତି। ସୋମବାର ଓନାମ ଏହି ସମ୍ମାନରେ ସମ୍ମାନିତ ହୋଇଛନ୍ତି।

ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ସେ ଏହି ରାଷ୍ଟ୍ରୀୟ ପୁରସ୍କାର ଗ୍ରହଣ କରିଛନ୍ତି । ଅଲ ଇଣ୍ଡିଆ ଫୁଟବଲ ଫେଡେରେସନର ସଭାପତି ପ୍ରଫୁଲ୍ଲ ପଟେଲ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଆଉ କହିଛନ୍ତି ଯେ, ଏହା ଭାରତୀୟ ଫୁଟବଲ ପାଇଁ ଅତ୍ୟନ୍ତ ଗର୍ବର ମୁହୂର୍ତ୍ତ ଅଟେ । ମୁଁ ଆଶା କରୁଛି ମହିଳାମାନେ ତାଙ୍କଠାରୁ ପ୍ରେରଣା ପାଇବେ ଏବଂ ଭାରତୀୟ ମହିଳା ଫୁଟବଲକୁ ଆହୁରି ଆଗକୁ ନେଇଯିବେ।

ଓନାମ ୪ ଏପ୍ରିଲ ୧୯୮୦ରେ ମଣିପୁରର ଇମ୍ଫାଲରେ ଜନ୍ମ ହୋଇଥିଲେ। ୨୦୧୭ରେ ତାଙ୍କୁ ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟ ଦ୍ୱାରା ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ପରେ ତାଙ୍କୁ ‘ଭାରତୀୟ ଦୁର୍ଗା’ନାମରେ ନାମିତ କରାଯାଇଥିଲା। ସେ ଏବେ ମହିଳା ଫୁଟବଲ ବିଷୟରେ ସଚେତନତା ସୃଷ୍ଟି କରିବାରେ ଜଡିତ ଅଛନ୍ତି।

Share