ମହଙ୍ଗା ହେବ ତେଲ

ନୂଆଦିଲ୍ଲୀ,୬।୯: ପେଟ୍ରୋଲିୟମ ରପ୍ତାନି ରାଷ୍ଟ୍ର ସଂଘ (ଓପେକ୍‌) ଏବଂ ଏହାର ସହଯୋଗୀ ତୈଳ ଉତ୍ପାଦନ ହ୍ରାସ କରିବାକୁ ନିଷ୍ପତ୍ତି ନେବା ପରେ ସୋମବାର ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ୩ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି। ଏହାର ପ୍ରଭାବରେ ଭାରତରେ ପେଟ୍ରୋଲ ଓ ଡିଜେ ଦର ବଢ଼ିବା ସମ୍ଭାବନା ସୃଷ୍ଟି ହୋଇଛି। ଓପେକ୍‌ ଦୈନିକ ଲକ୍ଷେ ବ୍ୟାରେଲ୍‌ ତୈଳ ଉତ୍ପାଦନ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି। ଅକ୍ଟୋବର ୫ରେ ବୈଠକରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ। ବ୍ରେଣ୍ଟ କ୍ରୁଡ୍‌ ଫ୍ୟୁଚର୍ସ ୩.୪୩ ଡଲାର ବୃଦ୍ଧି ପାଇ ୯୬.୪୫ ଡଲାର ହୋଇଛି। ସେହିପରି ଆମେରିକା ଓ୍ବେଷ୍ଟ ଟେକ୍ସାସ ଇଣ୍ଟରମିଡିଏଟ୍‌ କ୍ରୁଡ୍‌ ୨.୯୪ ଡଲାର ଅର୍ଥାତ୍‌ ୩.୪ ପ୍ରତିଶତ ବୃଦ୍ଧି ପାଇ ୮୯.୮୭ ଡଲାର ହୋଇଥିବା ଜଣାପଡ଼ିଛି। ମାନ୍ଦାବସ୍ଥା ଆଶଙ୍କାରେ ଅଶୋଧିକ ତୈଳ ହ୍ରାସ ପାଇଥିବାରୁ ଉତ୍ପାଦନକାରୀ ରାଷ୍ଟ୍ର ଅସନ୍ତୁଷ୍ଟ ଥିଲେ। ବର୍ଷେରୁ ଊର୍ଦ୍ଧ୍ୱ ସମୟ ପରେ ରୁଷିଆ ସମେତ ଓପେକ୍‌ ରାଷ୍ଟ୍ର ତୈଳ ଉତ୍ପାଦନ କମାଇବାକୁ ନିଷ୍ପତ୍ତି ନେଇଛନ୍ତି। ଯେକୌଣସି ସମୟରେ ତୈଳ ଉତ୍ପାଦନ ହ୍ରାସ ପାଇଁ ନିଷ୍ପତ୍ତି ହୋଇପାରେ ବୋଲି ଗତ ମାସରେ ସାଉଦି ଆରବ ଶକ୍ତି ମନ୍ତ୍ରୀ ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

ତାରିକ ରହମାନଙ୍କ ଶପଥ ଗ୍ରହଣକୁ ମୋଦିଙ୍କୁ ନିମନ୍ତ୍ରଣ ମିଳିବାରୁ, ପାକିସ୍ତାନ ଏକ୍ସପର୍ଟ କହୁଛନ୍ତି, ବହୁତ ବଡ଼ ଭୁଲ କଲା…

ନୂଆଦିଲ୍ଲୀ/ଢାକା/ଇସଲାମାବାଦ,୧୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରାଯିବା ପରେ ପାକିସ୍ତାନବାସୀ ଖୁବ ରାଗିଛନ୍ତି। ପାକ ବିଶେଷଜ୍ଞ କମର ଚିମା…

ବିଦାୟୀ ପୂର୍ବରୁ କିନ୍ନର ବାହାରିଲା ବର, ଶ୍ବଶୁର ଘର ଲୋକେ କଲେ….

ଲକ୍ଷ୍ନୌ,୧୬।୨: ଉତ୍ତର ପ୍ରଦେଶର ବାରବାଙ୍କି ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ବିଦାୟୀ ସମୟରେ ବର କିନ୍ନର ବୋଲି ଜଣାପଡିଲା । ଏହାପରେ ହଙ୍ଗାମା…

ଜାନୁଆରୀରେ ବଢ଼ିଲା ହୋଲସେଲ୍ ଦରଦାମ୍: ୧୦ ମାସର ସର୍ବୋଚ୍ଚ ସ୍ତରରେ…

ନୂଆଦିଲ୍ଲୀ,୧୬।୨: ଦେଶରେ ପୁଣି ଥରେ ମହଙ୍ଗା ମାଡ଼ର ଆଭାସ ମିଳିଛି। ଜାନୁଆରୀ ମାସରେ ଭାରତର ହୋଲସେଲ୍ ଦରଦାମ୍ (WPI) ୧୦ ମାସର ସର୍ବୋଚ୍ଚ ସ୍ତର ୧.୮୧% କୁ…

ପୁଣିଥରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ! ବୁଝନ୍ତୁ ସମିକରଣ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ପୁଣିଥରେ ପାକିସ୍ତାନକୁ ପରାସ୍ତ କରିଛି। ଫେବୃଆରୀ ୧୫ରେ କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ ୨୦୨୬ ମ୍ୟାଚରେ ଭାରତ ପାକିସ୍ତାନକୁ ୬୧…

ଇତିହାସ ରଚିଲେ ରସିଦ୍ ଖାନ୍: ବିଶ୍ୱର ପ୍ରଥମ ବୋଲର ଭାବେ କଲେ ଏମିତି ରେକର୍ଡ

ନୂଆଦିଲ୍ଲୀ,୧୬।୨: ଆଫଗାନିସ୍ତାନର ଅଧିନାୟକ ରଶିଦ ଖାନ୍ କ୍ରିକେଟ୍ ଜଗତରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। ସୋମବାର ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଅନୁଷ୍ଠିତ ଆଇସିସି ପୁରୁଷ…

ଜାତୀୟ ରାଜପଥରେ ବଢ଼ିପାରେ ଟୋଲ୍ ଟ୍ୟାକ୍ସ: ବଡ଼ ଯୋଜନା କରୁଛନ୍ତି କେନ୍ଦ୍ର ସରକାର

ନୂଆଦିଲ୍ଲୀ,୧୬।୨: ଭାରତରେ ଆଗକୁ ବଢିପାରେ ଟୋଲ୍ ଟ୍ୟାକ୍ସ। ଦେଶରେ ଏକ୍ସପ୍ରେସ-ୱେ ଏବଂ ହାଇ-ସ୍ପିଡ୍ ରୋଡ୍ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ସରକାର ଏକ ବଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri