ଅଏଲ୍‌ ଥେରାପି

ଶୀତଦିନେ ତ୍ୱଚାର ଡ୍ରାଇନେସ୍‌ରୁ ମୁକ୍ତି ପାଇବା ପାଇଁ କିଏ ମାର୍କେଟରେ ମିଳୁଥିବା ନାମୀଦାମୀ ମଶ୍ଚରାଇଜର କ୍ରିମ୍‌ ଆଣି ଲଗାନ୍ତି ତ କିଏ ବଡି ଲୋଶନର ବ୍ୟବହାର କରିଥାନ୍ତି। ହେଲେ ଜାଣନ୍ତି କି ଏମିତି କିଛି ତେଲ ରହିଛି; ଯାହାକୁ ଶୀତଦିନେ ତ୍ୱଚାରେ ଲଗାଇଲେ ତ୍ୱଚାର ଡ୍ରାଇନେସ୍‌ ଦୂର ହେବା ସହିତ ଏହା ଗ୍ଲୋ ବି କରିଥାଏ। ଯଥା * ଶୀତଦିନେ ନଡ଼ିଆ ତେଲ ବେଷ୍ଟ ମଶ୍ଚରାଇଜର ଭାବେ କାମ କରିଥାଏ। ଏଥିରେ ଥିବା ଆଣ୍ଟି ବ୍ୟାକ୍ଟେରିଆଲ ଓ ଆଣ୍ଟି ଫଙ୍ଗାଲ ଗୁଣ ପାଇଁ ଏହା ଶୀତଦିନେ ହେଉଥିବା ବିଭିନ୍ନ ପ୍ରକାର ତ୍ୱଚାଜନିତ ସମସ୍ୟାରୁ ସୁରକ୍ଷା ଦେଇଥାଏ। * ଶୀତଦିନେ ତ୍ୱଚାର ଖାସ୍‌ ଯତ୍ନ ନେବା ପାଇଁ ଅଲିଭ୍‌ ତେଲର ବ୍ୟବହାର ବି କରିପାରିବେ। କାରଣ ଏଥିରେ ଆଣ୍ଟି ଏଜିଙ୍ଗ୍‌ ଓ ଆଣ୍ଟି ଅକ୍ସିଡାଣ୍ଟ୍‌ର ତତ୍ତ୍ୱ ଭରି ରହିଥିବାରୁ ଏହି ତେଲରେ ମସାଜ କଲେ ତ୍ୱଚା ସଫ୍ଟ ହେବା ସହ ଗ୍ଲୋଇଂ କରିଥାଏ। * ଭିଟାମିନ୍‌ ଏ, ବି ଓ ସି’ରେ ଭରା ବାଦାମ ତେଲକୁ ଶୀତଦିନେ ତ୍ୱଚାରେ ମାଲିସ୍‌ କଲେ ତ୍ୱଚାର ଡ୍ରାଇନେସ୍‌ ଦୂର ହେବା ସହିତ ତ୍ୱଚାକୁ ଠିକ୍‌ ପୋଷଣ ମିଳିଥାଏ। ସନ୍‌ ଟ୍ୟାନ୍‌ ଓ ଡେଡ୍‌ ସ୍କିନ୍‌ ସମସ୍ୟାରୁ ବି ମୁକ୍ତି ମିଳିଥାଏ। * ସୂର୍ଯ୍ୟମୁଖୀ ତେଲରେ ବିଟା କାରୋଟିନ୍‌ ଓ ଆଣ୍ଟି ଅକ୍ସିଡାଣ୍ଟ ତତ୍ତ୍ୱ ଥିବାରୁ ଶୀତଦିନେ ଏହାକୁ ବ୍ୟବହାର କଲେ ବ୍ୟାକ୍ଟେରିଆଲ୍‌ ଇନ୍‌ଫେକ୍ସନ୍‌, ବ୍ରଣ ସମସ୍ୟାରୁ ମୁକ୍ତି ମିଳିଥାଏ। * ଶୀତଦିନେ ତ୍ୱଚାରେ ବ୍ଲଡ୍‌ ସର୍କୁଲେଶନ୍‌କୁ ଠିକ୍‌ ରଖିବାରେ ସୋରିଷ ତେଲର ମସାଜ ବେଶ୍‌ ସହାୟକ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

ଅମ୍ଳଯୁକ୍ତ ମାଟିକୁ କିପରି କରିବେ ଉର୍ବର, କେମିତି ବଢ଼ିବ ଉତ୍ପାଦନ

ଭଞ୍ଜନଗର,୫।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ବିଶ୍ବ ମୂର୍ତ୍ତିକା ଦିବସ ପାଳିତ ହୋଇଯାଇଛି। ରାଜ୍ୟରେ ୬୫ ପ୍ରତିଶତ ଚାଷ ଜମି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri