Categories: ଜାତୀୟ

ତାଲିବାନ୍‌ ସଙ୍କଟ ପାଇଁ ତେଲ ଦର ବଢ଼ୁଛି

ବେଙ୍ଗାଲୁରୁ, ୫।୯: ଭାରତରେ ତେଲ ଦର ବୃଦ୍ଧି ପାଇଁ କର୍ନାଟକର ଭାଜପା ବିଧାୟକ ଆଫଗାନିସ୍ତାନରେ ତାଲିବାନ୍‌ ସଙ୍କଟକୁ ଦାୟୀ କରିଛନ୍ତି। ତାଲିବାନ୍‌ ସଙ୍କଟ ଯୋଗୁ ଅଶୋଧିତ ତୈଳ ଯୋଗାଣ ହ୍ରାସ ପାଇଛି। ସେଥିପାଇଁ ମେ’ ମାସରୁ ଏଲ୍‌ପିଜି, ପେଟ୍ରୋଲ ଓ ଡିଜେଲ ଦର ବଢ଼ିଚାଲିଥିଲା ବୋଲି ଭାଜପା ବିଧାୟକ ଅରବିନ୍ଦ ବେଲ୍ଲାଦ କହିଛନ୍ତି। ଭାରତ ବିଶ୍ୱର ତୃତୀୟ ସର୍ବାଧିକ ତୈଳ ଆମଦାନିକାରୀ ରାଷ୍ଟ୍ର। ତେବେ ବୃହତ୍‌ ତୈଳ ବିକ୍ରେତା ରାଷ୍ଟ୍ର ମଧ୍ୟରେ ଆଫଗାନିସ୍ତାନ ନାହିଁ। ଭାରତକୁ ଅଶୋଧିତ ତୈଳ ବିକୁଥିବା ଦେଶଗୁଡ଼ିକ ହେଲେ ଇରାକ, ସାଉଦି ଆରବ, ୟୁନାଇଟେଡ୍‌ ଆରବ ଏମିରେଟ୍ସ, ନାଇଜେରିଆ, ଆମେରିକା ଏବଂ କାନାଡ଼ା। ଆଫଗାନିସ୍ତାନ ସଙ୍କଟ ଯୋଗୁ ତୈଳ ଯୋଗାଣ ପ୍ରଭାବିତ ହୋଇନାହିଁ। କାରୋନା ଦ୍ୱିତୀୟ ଲହର ପାଇଁ ରିଫାଇନେରିଗୁଡ଼ିକ ବିଶୋଧନ ପ୍ରକ୍ରିୟା କମାଇଦେବାରୁ ତୈଳ ଆମଦାନୀ ହ୍ରାସ ପାଇଥିବା ଗତ ଜୁନ୍‌ରେ ଏକ ବିଦେଶୀ ଗଣମାଧ୍ୟମ ପ୍ରକାଶ କରିଥିଲା।

Share