ସମୁଦ୍ରରେ ଭାରତକୁ ମିଳିଲା ବଡ଼ ଧନଭଣ୍ଡାର! ଠାବ କଲା ଅଏଲ ଇଣ୍ଡିଆ

ନୂଆଦିଲ୍ଲୀ, ୨୩।୧୦: ସରକାରୀ କମ୍ପାନୀ ଅଏଲ ଇଣ୍ଡିଆ ଲିମିଟେଡ (OIL) କୃଷ୍ଣା-ଗୋଦାବରୀ ବେସିନରେ ପ୍ରାକୃତିକ ଗ୍ୟାସ ଠାବ କରିଛି। ସମୁଦ୍ରର ଅଗଭୀର ଜଳରେ ଅବସ୍ଥିତ ଏକ ବ୍ଲକ୍ରେ ଏହି ଗ୍ୟାସ ମିଳିଛି। ନିକଟରେ କମ୍ପାନୀ ଡିସ୍କଭର୍ଡ ସ୍ମଲ ଫିଲ୍ଡସ (DSF) ନିଲାମ ପ୍ରକ୍ରିୟା ଜରିଆରେ ଏହି ବ୍ଲକ ହାସଲ କରିଥିଲା। ଏହି ଆବିଷ୍କାରର ବିଶେଷ ଗୁରୁତ୍ୱ ରହିଛି। ଏହା ଦେଶରେ ପ୍ରାକୃତିକ ଗ୍ୟାସରେ ଘରୋଇ ଉତ୍ପାଦନ ବଢ଼ାଇବାରେ ସହାୟକ ହୋଇପାରେ। ଫଳରେ ଭାରତର ଶକ୍ତି ଆବଶ୍ୟକତା ପୂରଣ ଦିଗରେ ଏହା ଏକ ସହାୟକ ପଦକ୍ଷେପ ହୋଇପାରେ।

Dharitri – Odisha’s No.1 Odia Daily

Share