୭ ମାସର ସର୍ବୋଚ୍ଚ ସ୍ତରରେ ତୈଳ ଚାହିଦା

ନୂଆଦିଲ୍ଲୀ,୧୧।୧୧: ଅକ୍ଟୋବରରେ ଦେଶର ତୈଳ ଚାହିଦା ୭ ମାସର ସର୍ବୋଚ୍ଚ ସ୍ତରରେ ରହିଛି। ସେହିଭଳି ପେଟ୍ରୋଲ ବିକ୍ରି ରେକର୍ଡ ସ୍ତରରେ ରହିଥିବା ସରକାରୀ ଡାଟାରୁ ସାମ୍ନାକୁ ଆସିଛି। ପାର୍ବଣ ଯୋଗୁ ବିଶ୍ୱର ତୃତୀୟ ବୃହତ୍‌ ତୈଳ ବ୍ୟବହାରକାରୀ ଦେଶ ଭାରତରେ ଯାନବାହନ ଚଳାଚଳ ଏବଂ ଅର୍ଥନୈତିକ କାର୍ଯ୍ୟକଳାପ ତ୍ୱରାନ୍ବିତ ହୋଇଥିବା ଜଣାପଡ଼ିଛି। ସେପ୍ଟେମ୍ବର ତୁଳନାରେ ତୈଳ ଚାହିଦା ୧୨% ବୃଦ୍ଧି ଘଟି ୧୭.୮୭ ନିୟୁତ ଟନ୍‌ ଛୁଇଁଛି। ଗତ ବର୍ଷ ସମାନ ସମୟ ତୁଳନାରେ ଏହା ୦.୮% ଊର୍ଦ୍ଧ୍ୱରେ ରହିଛି। ଏହାବାଦ ୨୦୧୯ ତୁଳନାରେ ପ୍ରାୟ ୩% ଊର୍ଦ୍ଧ୍ୱରେ ରହିଛି ବୋଲି ପେଟ୍ରୋଲିୟମ ପ୍ଲାନିଂ ଆଣ୍ଡ ଆନାଲିସିସ ସେଲ୍‌(ପିପିଏସି) ପକ୍ଷରୁ ସୂଚନା ମିଳିଛି।
ମାସ ଆରମ୍ଭରୁ ପେଟ୍ରୋଲ ଏବଂ ଡିଜେଲ ବ୍ୟବହାର ବଢ଼ିଛି। ତେଲ ଦର ଉଚ୍ଚରେ ରହିବା ସତ୍ତ୍ୱେ ମଧ୍ୟ ମଧ୍ୟ ପାର୍ବଣରେ ଲୋକଙ୍କ ତେଲ ଚାହିଦା ଊର୍ଦ୍ଧ୍ୱରେ ରହିଥିବା ଇନ୍‌ଫିନିଟିଭ ଆନାଲିଷ୍ଟ ଏହସାନ ଉଲ୍‌ ହକ୍‌ କହିଛନ୍ତି। ୨୦୧୯ ଏବଂ ୨୦୨୦ ଅକ୍ଟୋବର ତୁଳନାରେ ଚଳିତ ବର୍ଷ ସମାନ ଅବଧିରେ ଗ୍ୟାସୋଲିନ ଓ ପେଟ୍ରୋଲ ବିକ୍ରି ଯଥାକ୍ରମେ ୮.୩% ଏବଂ ୩.୪% ଊର୍ଦ୍ଧ୍ୱରେ ରହିଛି। ଟିକାକରଣ ଉନ୍ନତ ହେବା ଯୋଗୁ ବଜାର ଖୋଲିଛି। ଏହା ଚାହିଦା ବୃଦ୍ଧିରେ ସହାୟକ ହୋଇଥିବା ଇକ୍ରାର କର୍ପୋରେଟ ରେଟିଂ ସହମୁଖ୍ୟ ପ୍ରଶାନ୍ତ ବଶିଷ୍ଠ କହିଛନ୍ତି।
ତୁଳନାରେ ଡିଜେଲ ବିକ୍ରି ୨୦% ବୃଦ୍ଧି ଘଟି ୬.୬୧ ନିୟୁତ ଟନ ରହିଛି। ସେହିଭଳି ୨୦୨୦ ଅକ୍ଟୋବର ତୁଳନାରେ ଏହା ୧.୫% ଊର୍ଦ୍ଧ୍ୱରେ ରହିଛି। ମାତ୍ର ସାରା ବର୍ଷର ବିକ୍ରିରେ ଡିଜେଲ ଏବେ ମଧ୍ୟ ୫.୬% ନିମ୍ନରେ ରହିଛି। ଦେଶ ମଧ୍ୟରେ ହେଉଥିବା ଶୋଧିତ ତେଲ ବିକ୍ରି କ୍ଷେତ୍ରରେ ଡିଜେଲର ଅଂଶ ପ୍ରାୟ ୪୦% ରହିଛି। ନିକଟରେ କେନ୍ଦ୍ର ସରକାର ପେଟ୍ରୋଲ ଲିଟର ପିଛା ୫ ଟଙ୍କା ଏବଂ ଡିଜେଲ ଲିଟର ପିଛା ୧୦ ଟଙ୍କାର ଉତ୍ପାଦ ଟିକସ ହ୍ରାସ କରିଛନ୍ତି। ଅର୍ଥ ବ୍ୟବସ୍ଥା ଖୋଲୁଥିବା ବେଳେ ଦର ହ୍ରାସ ହୋଇଥିବାରୁ ଏହା ଡିଜେଲ ଚାହିଦା ବୃଦ୍ଧିରେ ସହାୟକ ହେବ ବୋଲି ବଶିଷ୍ଠ ମତ ରଖିଛନ୍ତି। ସେହିଭଳି ଗତବର୍ଷକୁ ବିଚାର କଲେ ଏଲ୍‌ପିଜି ବିକ୍ରି ୩% ଊର୍ଦ୍ଧ୍ୱରେ ରହି ୨.୪୯ ନିୟୁତ ଟନ୍‌ ରହିଛି। ସେହିଭଳି ନେପ୍‌ଥା ବିକ୍ରି ୫.୨% ବଢ଼ି ୧.୨୮ ନିୟୁତ ଟନ୍‌ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କାଳୀ ମନ୍ଦିରରୁ ଚୋରି ଘଟଣା: ଗଞ୍ଜାମ ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ମନ୍ଦିର ପରିଚାଳନା କମିଟି ସଦସ୍ୟ, କହିଲେ…

ଛତ୍ରପୁର, ୨୮।୭ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟନାୟକ ) : ଚଳିତ ବର୍ଷ ଜୁଲାଇ ୪ ତାରିଖ ମଧ୍ୟ ରାତ୍ରରେ ଗଞ୍ଜାମ ଜିଲା ତାରାସିଂ ଥାନା ଅନ୍ତର୍ଗତ ଗାଲେରି…

ଶାରୀରିକ ସମ୍ପର୍କ ନ ରଖିଲେ ମାରିଦେବି ସ୍ବାମୀକୁ, ଧମକ ଦେଇ ବିବାହିତା ମହିଳାଙ୍କୁ…

ଦେବଗଡ, ୨୯।୭ (ଶଶାଙ୍କ ଶେଖର ଝାଙ୍କର): ବିଭିନ୍ନ ଧମକ ଚମକ ଦେଇ ଜନୈକା ବିବାହିତା ମହିଳାଙ୍କୁ ବଳାତ୍କାର ଅଭିଯୋଗରେ ଦେବଗଡ ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ…

ସାର-ବିହନ ବିକ୍ରି ଅନିୟମିତତା: ୯ ଡିଲରଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୨୯।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ ଚାଷକାର୍ଯ୍ୟ ଚାଲିଛି। ତେବେ ଚାଷ କାର୍ଯ୍ୟ ଆରମ୍ଭରୁ ସାର, ବିହନ ବିକ୍ରିରେ କଳାବଜାର ସମେତ ବିଭିନ୍ନ ଅନିୟମିତତା ଚାଷୀମାନଙ୍କୁ ଚିନ୍ତାରେ…

ପ୍ରକାଶ ପାଇଲା ସମ୍ବଲପୁର, ପୁରୀ ମେୟର ପଦର ସଂରକ୍ଷଣ ଚିଠା

ଭୁବନେଶ୍ୱର,୨୯ା୭(ସୁନିତ୍‌ ମିଶ୍ର): ରାଜ୍ୟ ସରକାରଙ୍କ ପକ୍ଷରୁ ପଞ୍ଚାୟତ ଓ ପୌର ନିର୍ବାଚନ ପ୍ରକ୍ରିୟା ତ୍ୱରାନ୍ବିତ କରାଯାଇଛି। ଏନେଇ ନିକଟରେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ବୈଠକ…

ଧର୍ମେନ୍ଦ୍ରଙ୍କୁ ସ୍ବାଗତ କଲେ ଭାଜପାର ଏସବୁ ନେତା: ବିରୋଧୀ କହିଲେ ବରାଦିଆ

ଭୁବନେଶ୍ୱର,୨୯।୭ (ସୁନିତ୍‌ ମିଶ୍ର):ଏନ୍‌ଇଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣାରେ କକ୍‌ରୋଚ୍‌ ଜନତା ପାର୍ଟି(ସିଜେପି)ର ପ୍ରବଳ ବିରୋଧ ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ସମ୍ବଲପୁର ଏମ୍‌ପି ଧର୍ମେନ୍ଦ୍ର…

ଇଣ୍ଡିଆନ ଆଇଡଲ ବିଜେତା ଜ୍ୟୋତିର୍ମୟୀଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ: ଦେଲେ ଏତିକି ଟଙ୍କା ପୁରସ୍କାର ରାଶ

ଭୁବନେଶ୍ୱର, ୨୯ା୭ (ବନ୍ଦନା ସେଠୀ): ଇଣ୍ଡିଆନ ଆଇଡଲ ସିଜିନ-୧୬ର ବିଜେତା ଓଡ଼ିଆ ଝିଅ ଜ୍ୟୋତିର୍ମୟୀ ନାୟକଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ତାଙ୍କ ସରକାରୀ ବାସଭବନରେ…

ସ୍କୁଲ ମଧ୍ୟାହ୍ନଭୋଜନରେ ମଲା ଅସରପା, ଝିଟିପିଟି

ମହାକାଳପଡ଼ା, ୨୯ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବଉଳକଣି ପଞ୍ଚାୟତ ବଡ଼ତୋଟା ଛପାଲି ଅମ୍ବିକା ସୁନ୍ଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମଧ୍ୟାହ୍ନଭୋଜନରେ ମଲା ଅସରପା…

ପାର୍କିଂ ଶୁଳ୍କକୁ ନେଇ ଗୋଷ୍ଠୀ ସଂଘର୍ଷ, ପଇସା ମାଗିବାରୁ ୩ ଯୁବକ…

ଛତ୍ରପୁର, ୨୮।୭ (ଦିଲ୍ଲୀପ ସାମଲ/ ଦ୍ୱାରକା ପଟ୍ଟନାୟକ) : ସ୍ଥାନୀୟ ତାମ୍ପରା ବୋଟିଂ କ୍ଲବ ନିକଟ ପାର୍କିଂରେ ପଇସାକୁ କେନ୍ଦ୍ର କରି ଯୁବକଙ୍କ ଭିତରେ ବଚ୍‌ସାରୁ ଗଣ୍ଡଗୋଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri