୭ ମାସର ସର୍ବୋଚ୍ଚ ସ୍ତରରେ ତୈଳ ଚାହିଦା

ନୂଆଦିଲ୍ଲୀ,୧୧।୧୧: ଅକ୍ଟୋବରରେ ଦେଶର ତୈଳ ଚାହିଦା ୭ ମାସର ସର୍ବୋଚ୍ଚ ସ୍ତରରେ ରହିଛି। ସେହିଭଳି ପେଟ୍ରୋଲ ବିକ୍ରି ରେକର୍ଡ ସ୍ତରରେ ରହିଥିବା ସରକାରୀ ଡାଟାରୁ ସାମ୍ନାକୁ ଆସିଛି। ପାର୍ବଣ ଯୋଗୁ ବିଶ୍ୱର ତୃତୀୟ ବୃହତ୍‌ ତୈଳ ବ୍ୟବହାରକାରୀ ଦେଶ ଭାରତରେ ଯାନବାହନ ଚଳାଚଳ ଏବଂ ଅର୍ଥନୈତିକ କାର୍ଯ୍ୟକଳାପ ତ୍ୱରାନ୍ବିତ ହୋଇଥିବା ଜଣାପଡ଼ିଛି। ସେପ୍ଟେମ୍ବର ତୁଳନାରେ ତୈଳ ଚାହିଦା ୧୨% ବୃଦ୍ଧି ଘଟି ୧୭.୮୭ ନିୟୁତ ଟନ୍‌ ଛୁଇଁଛି। ଗତ ବର୍ଷ ସମାନ ସମୟ ତୁଳନାରେ ଏହା ୦.୮% ଊର୍ଦ୍ଧ୍ୱରେ ରହିଛି। ଏହାବାଦ ୨୦୧୯ ତୁଳନାରେ ପ୍ରାୟ ୩% ଊର୍ଦ୍ଧ୍ୱରେ ରହିଛି ବୋଲି ପେଟ୍ରୋଲିୟମ ପ୍ଲାନିଂ ଆଣ୍ଡ ଆନାଲିସିସ ସେଲ୍‌(ପିପିଏସି) ପକ୍ଷରୁ ସୂଚନା ମିଳିଛି।
ମାସ ଆରମ୍ଭରୁ ପେଟ୍ରୋଲ ଏବଂ ଡିଜେଲ ବ୍ୟବହାର ବଢ଼ିଛି। ତେଲ ଦର ଉଚ୍ଚରେ ରହିବା ସତ୍ତ୍ୱେ ମଧ୍ୟ ମଧ୍ୟ ପାର୍ବଣରେ ଲୋକଙ୍କ ତେଲ ଚାହିଦା ଊର୍ଦ୍ଧ୍ୱରେ ରହିଥିବା ଇନ୍‌ଫିନିଟିଭ ଆନାଲିଷ୍ଟ ଏହସାନ ଉଲ୍‌ ହକ୍‌ କହିଛନ୍ତି। ୨୦୧୯ ଏବଂ ୨୦୨୦ ଅକ୍ଟୋବର ତୁଳନାରେ ଚଳିତ ବର୍ଷ ସମାନ ଅବଧିରେ ଗ୍ୟାସୋଲିନ ଓ ପେଟ୍ରୋଲ ବିକ୍ରି ଯଥାକ୍ରମେ ୮.୩% ଏବଂ ୩.୪% ଊର୍ଦ୍ଧ୍ୱରେ ରହିଛି। ଟିକାକରଣ ଉନ୍ନତ ହେବା ଯୋଗୁ ବଜାର ଖୋଲିଛି। ଏହା ଚାହିଦା ବୃଦ୍ଧିରେ ସହାୟକ ହୋଇଥିବା ଇକ୍ରାର କର୍ପୋରେଟ ରେଟିଂ ସହମୁଖ୍ୟ ପ୍ରଶାନ୍ତ ବଶିଷ୍ଠ କହିଛନ୍ତି।
ତୁଳନାରେ ଡିଜେଲ ବିକ୍ରି ୨୦% ବୃଦ୍ଧି ଘଟି ୬.୬୧ ନିୟୁତ ଟନ ରହିଛି। ସେହିଭଳି ୨୦୨୦ ଅକ୍ଟୋବର ତୁଳନାରେ ଏହା ୧.୫% ଊର୍ଦ୍ଧ୍ୱରେ ରହିଛି। ମାତ୍ର ସାରା ବର୍ଷର ବିକ୍ରିରେ ଡିଜେଲ ଏବେ ମଧ୍ୟ ୫.୬% ନିମ୍ନରେ ରହିଛି। ଦେଶ ମଧ୍ୟରେ ହେଉଥିବା ଶୋଧିତ ତେଲ ବିକ୍ରି କ୍ଷେତ୍ରରେ ଡିଜେଲର ଅଂଶ ପ୍ରାୟ ୪୦% ରହିଛି। ନିକଟରେ କେନ୍ଦ୍ର ସରକାର ପେଟ୍ରୋଲ ଲିଟର ପିଛା ୫ ଟଙ୍କା ଏବଂ ଡିଜେଲ ଲିଟର ପିଛା ୧୦ ଟଙ୍କାର ଉତ୍ପାଦ ଟିକସ ହ୍ରାସ କରିଛନ୍ତି। ଅର୍ଥ ବ୍ୟବସ୍ଥା ଖୋଲୁଥିବା ବେଳେ ଦର ହ୍ରାସ ହୋଇଥିବାରୁ ଏହା ଡିଜେଲ ଚାହିଦା ବୃଦ୍ଧିରେ ସହାୟକ ହେବ ବୋଲି ବଶିଷ୍ଠ ମତ ରଖିଛନ୍ତି। ସେହିଭଳି ଗତବର୍ଷକୁ ବିଚାର କଲେ ଏଲ୍‌ପିଜି ବିକ୍ରି ୩% ଊର୍ଦ୍ଧ୍ୱରେ ରହି ୨.୪୯ ନିୟୁତ ଟନ୍‌ ରହିଛି। ସେହିଭଳି ନେପ୍‌ଥା ବିକ୍ରି ୫.୨% ବଢ଼ି ୧.୨୮ ନିୟୁତ ଟନ୍‌ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri