ବ୍ରିଟେନରେ ତୈଳ ସଙ୍କଟ

ଲଣ୍ଡନ, ୨୮ା୯: ବ୍ରିଟେନରେ ପେଟ୍ରୋଲ, ଡିଜେଲର ଘୋର ସଙ୍କଟ ଦେଖାଦେଇଛି। ଟ୍ରକ୍‌ ଡ୍ରାଇଭରଙ୍କ ଅଭାବ ଯୋଗୁ ଯୋଗାଣ ଶୃଙ୍ଖଳ ବାଧାପ୍ରାପ୍ତ ହୋଇଛି। ଫଳରେ ବ୍ରିଟେନର ପ୍ରମୁଖ ସହରଗୁଡ଼ିକରେ ପ୍ରାୟ ୫୦ରୁ ୯୦ ପ୍ରତିଶତ ପର୍ଯ୍ୟନ୍ତ ପେଟ୍ରୋଲ ପମ୍ପ ଖାଲି ପଡ଼ିଛି। ଯେଉଁ କେତୋଟି ପେଟ୍ରୋଲ ଷ୍ଟେଶନରେ ତେଲ ରହିଛି ସେଠାରେ ବହୁ ସଂଖ୍ୟାରେ ଲୋକେ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି। ତେଲ ସରିଯିବା ଭୟରେ ଲୋକେ ଆଗୁଆ ଆବଶ୍ୟକତାଠାରୁ ଅଧିକ ପେଟ୍ରୋଲ କିଣୁଥିବାରୁ ସମସ୍ୟା ବଢ଼ିଛି। ସ୍ଥିତି ଏପରି ହୋଇଛି ଯେ, ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ଙ୍କୁ ସେନାର ସହାୟତା ନେବାକୁ ପଡ଼ିଛି। ଗହଳି ଯୋଗୁ କରୋନା ଭୟ ଥିବାରୁ ପେଟ୍ରୋଲ ପମ୍ପଗୁଡ଼ିକରେ ଖୁବ୍‌ଶୀଘ୍ର ସୈନ୍ୟ ମୁତୟନ କରି ଲୋକଙ୍କ ଭିଡ଼ ନିୟନ୍ତ୍ରଣ କରାଯିବାକୁ ଯୋଜନା ହୋଇଛି। ଏଥିସହ ଶ୍ରମିକ ଅଭାବ ପୂରଣ କରିବାକୁ ସରକାର ପଡ଼ୋଶୀ ଦେଶରୁ ୫ ହଜାର ଟ୍ରକ୍‌ ଡ୍ରାଇଭରଙ୍କ ନିମନ୍ତେ ଅସ୍ଥାୟୀ ଶ୍ରମ ଭିଜା ପ୍ରଦାନ କରିବାକୁ ସ୍ଥିର କରିଛନ୍ତି।
ତୈଳ ସଙ୍କଟ ଦେଖାଯିବା ପଛରେ ବ୍ରେକ୍‌ଜିଟ୍‌ ସମେତ ଅନ୍ୟ କାରଣ ମଧ୍ୟ ରହିଛି। ତେବେ ଏହାର ପ୍ରମୁଖ ରହିଛି ଟ୍ରକ୍‌ ଡ୍ରାଇଭରଙ୍କ ଅଭାବ। ଆବଶ୍ୟକ ସଂଖ୍ୟାରେ ଚାଳକ ନ ଥିବାରୁ ଅଏଲ ରିଫାଇନେରିରୁ ପେଟ୍ରୋଲ ପମ୍ପକୁ ତେଲ ପରିବହନ ହୋଇପାରୁନାହିଁ। ଫଳରେ ଯୋଗାଣ ଶୃଙ୍ଖଳ ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ରିଫାଇନେରିରୁ ତେଲ ବାହାରିପାରୁ ନ ଥିବାରୁ ସେଠାରେ ପେଟ୍ରୋଲ ସଂରକ୍ଷଣ ପାଇଁ ଜାଗା ଅଭାବ ଦେଖାଦେଇଛି। ଲୋକେ ଅନାବଶ୍ୟକ ଭାବେ ପେଟ୍ରୋଲ ନ କିଣିବାକୁ ବୋରିସ୍‌ ପରାମର୍ଶ ଦେଉଥିଲେ ହେଁ ତାହାର କୌଣସି ପ୍ରଭାବ ଦେଖିବାକୁ ମିଳୁନାହିଁ। ଡ୍ରାଇଭର ଆସୋସିଏଶନର କହିବା ଅନୁଯାୟୀ, ଦେଶରେ ପ୍ରାୟ ୧ ଲକ୍ଷରୁ ଊର୍ଦ୍ଧ୍ୱ ଚାଳକଙ୍କ ଅଭାବ ରହିଛି। ଇନ୍ଧନ ପରିବହନ ନିମନ୍ତେ ସେମାନଙ୍କ ତାଲିମ ଏବଂ ଲାଇସେନ୍ସ ଜରୁରୀ। ତେଣୁ ଏହି ସଙ୍କଟର ତ୍ୱରିତ ସମାଧାନ ସହଜ ନୁହେଁ। ସେପଟେ ଇନ୍ଧନ ପହଞ୍ଚିପାରୁ ନ ଥିବାରୁ ଅନେକ କମ୍ପାନୀରେ ପ୍ରଡକ୍ସନ ବାଧାପ୍ରାପ୍ତ ହୋଇଛି।
ଏପରି ଇନ୍ଧନ ତୈଳ ସଙ୍କଟ ପାଇଁ ସରକାରଙ୍କୁ ଦାୟୀ କରିଛନ୍ତି ସେଠାକାର ଜନସାଧାରଣ। ଟ୍ରକ୍‌ ଚାଳକଙ୍କ ଅଭାବକୁ ନେଇ ସରକାରଙ୍କୁ ବାରମ୍ବାର ଜଣାଯିବା ସହ ଏଭଳି ସମସ୍ୟା ଉପୁଜିବା ନେଇ ଚେତାବନୀ ମଧ୍ୟ ଦିଆଯାଇଥିଲା। କିନ୍ତୁ ବୋରିସ୍‌ ସରକାରଙ୍କ ଅଣଦେଖା ଯୋଗୁ ଏବେ ଏପରି ସ୍ଥିତି ସୃଷ୍ଟି ହୋଇଛି। ଏହାର ସମାଧାନ ପାଇଁ ତୁରନ୍ତ ଅସ୍ଥାୟୀ ବ୍ୟବସ୍ଥା କରାଯିବା ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଡାଉନିଂ ଷ୍ଟ୍ରିଟ୍‌ ପକ୍ଷରୁ ଏକ ବିବୃତିରେ କୁହାଯାଇଛି।

 

ନୂଆ ନିୟମ ଯୋଗୁ ସମସ୍ୟା

ବ୍ରିଟେନରେ ପେଟ୍ରୋଲ ସଙ୍କଟ ଦେଖା ଯିବା ପଛରେ ସରକାର ଆଣିଥିବା ନୂଆ ନିୟମ ଦାୟୀ ବୋଲି କୁହାଯାଉଛି। ଏହି ଆଇନ ଅନୁସାରେ ବିପଜ୍ଜନକ ପଦାର୍ଥ ଶ୍ରେଣୀରେ ଆସୁଥିବା ଜିନିଷର ପରିବହନ ନିମନ୍ତେ ସମ୍ପୃକ୍ତ ଟ୍ରକ୍‌ ଡ୍ରାଇଭରଙ୍କୁ ଏକ ସ୍ବତନ୍ତ୍ର ଟେଷ୍ଟରେ ପାସ୍‌ କରିବାକୁ ପଡ଼ିବ। ଏହା ପରେ ହିଁ ସେମାନଙ୍କୁ ଉକ୍ତ ପରିବହନ କାର୍ଯ୍ୟରେ ସାମିଲ କରାଯିବ। ପେଟ୍ରୋଲ, ଡିଜେଲ ବିପଜ୍ଜନକ ପଦାର୍ଥ ଶ୍ରେଣୀରେ ଆସୁଛି। ତେଣୁ ଏହି ନିୟମକୁ ଟ୍ରକ୍‌ ଡ୍ରାଇଭରମାନେ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

ରାଜ୍ୟ ସଭାର ଉପନେତା ପଦରୁ ହଟାଯିବା ପରେ କମିଯିବ କି ରାଘବ ଚଢାଙ୍କ ଦରମା? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୩।୪: ରାଜ୍ୟ ସଭାରେ ଉପନେତା ପଦରୁ ରାଘବ ଚଢାଙ୍କୁ ହଟାଇବା ପରେ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ଅଶୋକ ମିତ୍ତଲ ଏବେ ଏହି ଭୂମିକା ଗ୍ରହଣ କରିବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri