ବ୍ରିଟେନରେ ତୈଳ ସଙ୍କଟ

ଲଣ୍ଡନ, ୨୮ା୯: ବ୍ରିଟେନରେ ପେଟ୍ରୋଲ, ଡିଜେଲର ଘୋର ସଙ୍କଟ ଦେଖାଦେଇଛି। ଟ୍ରକ୍‌ ଡ୍ରାଇଭରଙ୍କ ଅଭାବ ଯୋଗୁ ଯୋଗାଣ ଶୃଙ୍ଖଳ ବାଧାପ୍ରାପ୍ତ ହୋଇଛି। ଫଳରେ ବ୍ରିଟେନର ପ୍ରମୁଖ ସହରଗୁଡ଼ିକରେ ପ୍ରାୟ ୫୦ରୁ ୯୦ ପ୍ରତିଶତ ପର୍ଯ୍ୟନ୍ତ ପେଟ୍ରୋଲ ପମ୍ପ ଖାଲି ପଡ଼ିଛି। ଯେଉଁ କେତୋଟି ପେଟ୍ରୋଲ ଷ୍ଟେଶନରେ ତେଲ ରହିଛି ସେଠାରେ ବହୁ ସଂଖ୍ୟାରେ ଲୋକେ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି। ତେଲ ସରିଯିବା ଭୟରେ ଲୋକେ ଆଗୁଆ ଆବଶ୍ୟକତାଠାରୁ ଅଧିକ ପେଟ୍ରୋଲ କିଣୁଥିବାରୁ ସମସ୍ୟା ବଢ଼ିଛି। ସ୍ଥିତି ଏପରି ହୋଇଛି ଯେ, ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ଙ୍କୁ ସେନାର ସହାୟତା ନେବାକୁ ପଡ଼ିଛି। ଗହଳି ଯୋଗୁ କରୋନା ଭୟ ଥିବାରୁ ପେଟ୍ରୋଲ ପମ୍ପଗୁଡ଼ିକରେ ଖୁବ୍‌ଶୀଘ୍ର ସୈନ୍ୟ ମୁତୟନ କରି ଲୋକଙ୍କ ଭିଡ଼ ନିୟନ୍ତ୍ରଣ କରାଯିବାକୁ ଯୋଜନା ହୋଇଛି। ଏଥିସହ ଶ୍ରମିକ ଅଭାବ ପୂରଣ କରିବାକୁ ସରକାର ପଡ଼ୋଶୀ ଦେଶରୁ ୫ ହଜାର ଟ୍ରକ୍‌ ଡ୍ରାଇଭରଙ୍କ ନିମନ୍ତେ ଅସ୍ଥାୟୀ ଶ୍ରମ ଭିଜା ପ୍ରଦାନ କରିବାକୁ ସ୍ଥିର କରିଛନ୍ତି।
ତୈଳ ସଙ୍କଟ ଦେଖାଯିବା ପଛରେ ବ୍ରେକ୍‌ଜିଟ୍‌ ସମେତ ଅନ୍ୟ କାରଣ ମଧ୍ୟ ରହିଛି। ତେବେ ଏହାର ପ୍ରମୁଖ ରହିଛି ଟ୍ରକ୍‌ ଡ୍ରାଇଭରଙ୍କ ଅଭାବ। ଆବଶ୍ୟକ ସଂଖ୍ୟାରେ ଚାଳକ ନ ଥିବାରୁ ଅଏଲ ରିଫାଇନେରିରୁ ପେଟ୍ରୋଲ ପମ୍ପକୁ ତେଲ ପରିବହନ ହୋଇପାରୁନାହିଁ। ଫଳରେ ଯୋଗାଣ ଶୃଙ୍ଖଳ ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ରିଫାଇନେରିରୁ ତେଲ ବାହାରିପାରୁ ନ ଥିବାରୁ ସେଠାରେ ପେଟ୍ରୋଲ ସଂରକ୍ଷଣ ପାଇଁ ଜାଗା ଅଭାବ ଦେଖାଦେଇଛି। ଲୋକେ ଅନାବଶ୍ୟକ ଭାବେ ପେଟ୍ରୋଲ ନ କିଣିବାକୁ ବୋରିସ୍‌ ପରାମର୍ଶ ଦେଉଥିଲେ ହେଁ ତାହାର କୌଣସି ପ୍ରଭାବ ଦେଖିବାକୁ ମିଳୁନାହିଁ। ଡ୍ରାଇଭର ଆସୋସିଏଶନର କହିବା ଅନୁଯାୟୀ, ଦେଶରେ ପ୍ରାୟ ୧ ଲକ୍ଷରୁ ଊର୍ଦ୍ଧ୍ୱ ଚାଳକଙ୍କ ଅଭାବ ରହିଛି। ଇନ୍ଧନ ପରିବହନ ନିମନ୍ତେ ସେମାନଙ୍କ ତାଲିମ ଏବଂ ଲାଇସେନ୍ସ ଜରୁରୀ। ତେଣୁ ଏହି ସଙ୍କଟର ତ୍ୱରିତ ସମାଧାନ ସହଜ ନୁହେଁ। ସେପଟେ ଇନ୍ଧନ ପହଞ୍ଚିପାରୁ ନ ଥିବାରୁ ଅନେକ କମ୍ପାନୀରେ ପ୍ରଡକ୍ସନ ବାଧାପ୍ରାପ୍ତ ହୋଇଛି।
ଏପରି ଇନ୍ଧନ ତୈଳ ସଙ୍କଟ ପାଇଁ ସରକାରଙ୍କୁ ଦାୟୀ କରିଛନ୍ତି ସେଠାକାର ଜନସାଧାରଣ। ଟ୍ରକ୍‌ ଚାଳକଙ୍କ ଅଭାବକୁ ନେଇ ସରକାରଙ୍କୁ ବାରମ୍ବାର ଜଣାଯିବା ସହ ଏଭଳି ସମସ୍ୟା ଉପୁଜିବା ନେଇ ଚେତାବନୀ ମଧ୍ୟ ଦିଆଯାଇଥିଲା। କିନ୍ତୁ ବୋରିସ୍‌ ସରକାରଙ୍କ ଅଣଦେଖା ଯୋଗୁ ଏବେ ଏପରି ସ୍ଥିତି ସୃଷ୍ଟି ହୋଇଛି। ଏହାର ସମାଧାନ ପାଇଁ ତୁରନ୍ତ ଅସ୍ଥାୟୀ ବ୍ୟବସ୍ଥା କରାଯିବା ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଡାଉନିଂ ଷ୍ଟ୍ରିଟ୍‌ ପକ୍ଷରୁ ଏକ ବିବୃତିରେ କୁହାଯାଇଛି।

 

ନୂଆ ନିୟମ ଯୋଗୁ ସମସ୍ୟା

ବ୍ରିଟେନରେ ପେଟ୍ରୋଲ ସଙ୍କଟ ଦେଖା ଯିବା ପଛରେ ସରକାର ଆଣିଥିବା ନୂଆ ନିୟମ ଦାୟୀ ବୋଲି କୁହାଯାଉଛି। ଏହି ଆଇନ ଅନୁସାରେ ବିପଜ୍ଜନକ ପଦାର୍ଥ ଶ୍ରେଣୀରେ ଆସୁଥିବା ଜିନିଷର ପରିବହନ ନିମନ୍ତେ ସମ୍ପୃକ୍ତ ଟ୍ରକ୍‌ ଡ୍ରାଇଭରଙ୍କୁ ଏକ ସ୍ବତନ୍ତ୍ର ଟେଷ୍ଟରେ ପାସ୍‌ କରିବାକୁ ପଡ଼ିବ। ଏହା ପରେ ହିଁ ସେମାନଙ୍କୁ ଉକ୍ତ ପରିବହନ କାର୍ଯ୍ୟରେ ସାମିଲ କରାଯିବ। ପେଟ୍ରୋଲ, ଡିଜେଲ ବିପଜ୍ଜନକ ପଦାର୍ଥ ଶ୍ରେଣୀରେ ଆସୁଛି। ତେଣୁ ଏହି ନିୟମକୁ ଟ୍ରକ୍‌ ଡ୍ରାଇଭରମାନେ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରସ୍ତ ମିଳିବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଲା ବଲାଙ୍ଗୀର ପୋଲିସ: ଦେଶୀ ବନ୍ଧୁକ, ବାଇକ୍‌ ଜବତ

ବଲାଙ୍ଗୀର,୨୭।୧୨(ସୁନିଲ ମହାନ୍ତି): ବଲାଙ୍ଗୀର ଟାଉନ ଥାନା ପୋଲିସଏକ ସ୍ବତନ୍ତ୍ର ଟିମ୍‌ ଶନିବାର ଏକ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଛି l ଏ ନେଇ ବଲାଙ୍ଗୀର ଏସ୍‌ପି...

ରାସ୍ତାରେ ଟ୍ରକ୍‌ ରଖି ଶୌଚ ପାଇଁ ଯାଇଥିଲେ ଡ୍ରାଇଭର, ଆପଣା ଛାଏଁ ପଛକୁ ପଛ ଗଡ଼ି…

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡ଼ି ନିକଟ ଟୋଲ୍‌ ଗେଟ୍‌ ନିକଟରେ...

ଭାଜପା ଦାରିଙ୍ଗବାଡ଼ି ମଣ୍ଡଳରେ ନୂଆ କର୍ମକର୍ତ୍ତା: ରାଜନୀତିକୁ ଆସୁଛନ୍ତି ଶିକ୍ଷିତ, ସ୍ବୟଂସେବକ

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): ବିଭିନ୍ନ ଦଳରେ ଉଚ୍ଚ ଶିକ୍ଷିତ ଯୁବଗୋଷ୍ଠୀ ରାଜନୀତିକୁ ଆସିବା ଦେଖିବାକୁ ମିଳିଛି। ଏହି କ୍ରମରେ ରାଜ୍ୟ ଓ କେନ୍ଦ୍ରରେ ଶାସନ କରୁଥିବା ଭାଜପା...

୧୫ ଘଣ୍ଟା କାମ ପରେ ମିଳିଲା ୭୬୩ ଟଙ୍କା, ଡେଲିଭରି ବୟଙ୍କୁ ଘରକୁ ଡାକି ଏମିତି କଲେ ରାଘବ ଚଢା, ସମସ୍ତେ କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୨୭।୧୨: ନିକଟରେ, ଜଣେ ଡେଲିଭରି ବୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏକ ଛୋଟ ଭିଡିଓରେ, ଯୁବକ ଜଣକ ତାଙ୍କର ଦୈନନ୍ଦିନ କାର୍ଯ୍ୟସୂଚୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri