ଆନ୍ଦୋଳନ ବଢ଼ାଇଛି ତେଲ ଚିନ୍ତା

ଭୁବନେଶ୍ୱର,୧୭ା୩(ବ୍ୟୁରୋ):ପେନ୍‌ସନ, ବୀମା, ମୃତ୍ୟୁକାଳୀନ ସହାୟତା, ସାମାଜିକ ସୁରକ୍ଷା ଆଦି ୧୦ ଦଫା ଦାବିରେ ବୁଧବାରଠାରୁ ଡ୍ରାଇଭର ଏକତା ମହାସଂଘ ପକ୍ଷରୁ କରାଯାଇଥିବା ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଗୁରୁବାର ୨ୟ ଦିନରେ ପହଞ୍ଚତ୍ଛି। ତେବେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଡ୍ରାଇଭର ଏକତା ମହାସଂଘର ବରିଷ୍ଠ ସଦସ୍ୟଙ୍କ ଉପସ୍ଥିତିରେ ୧୬ ମାର୍ଚ୍ଚ ଗୁରୁବାର ସନ୍ଧ୍ୟାରେ ହୋଇଥିବା ଆଲୋଚନା ଅନୁଯାୟୀ ଆସନ୍ତା ୩ମାସ ମଧ୍ୟରେ ଡ୍ରାଇଭରଙ୍କ ଦାବିଗୁଡ଼ିକ ସମାଧାନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ତଥାପି ଗୁରୁବାର ରାତି ସୁଦ୍ଧା ଟ୍ରକ୍‌ ମାଲିକ ସଂଘର ଆନ୍ଦୋଳନ ଥମିବା ଲକ୍ଷ୍ୟ କରାଯାଇ ନାହିଁ। ଅତ୍ୟାବଶ୍ୟକ ସାମଗ୍ରୀ ପେଟ୍ରୋଲ, ଡିଜେଲଠାରୁ ଆରମ୍ଭ କରି ବିଭିନ୍ନ ଖାଦ୍ୟ ପଦାର୍ଥର ଅଭାବ ଦେଖିବାକୁ ମିଳିଛି। ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ପେଟ୍ରୋଲ୍‌ ପମ୍ପଗୁଡ଼ିକରେ ଲୋକଙ୍କ ଲମ୍ବାଧାଡ଼ି ରହିଥିବା ପରିଲଖିତ ହୋଇଛି। ଏପରି କି କେତେକ ସ୍ଥାନରେ ଘରୋଇ ଗାଡ଼ିଗୁଡ଼ିକ ତେଲ ନ ପାଇବାରୁ ମାଲିକମାନେ ନିରାଶ ହୋଇ ଫେରୁଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ଓଡ଼ିଶା ପେଟ୍ରୋଲିୟମ୍‌ ଡିଲର ଆସୋସିଏଶନର ସାଧାରଣ ସମ୍ପାଦକ ସଞ୍ଜୟ ଲାଠଙ୍କ କହିବା ହେଲା ଗୁରୁବାର ମଧ୍ୟରାତ୍ର ସୁଦ୍ଧା ସରକାରଙ୍କ ପକ୍ଷରୁ ତୈଳ ପରିବହନ କ୍ଷେତ୍ରରେ ଯଦି କୌଣସି ପଦକ୍ଷେପ ନିଆ ନ ଯିବ ତା’ହେଲେ ଆମେ ନିକଟବର୍ତ୍ତୀ ଡିପୋରୁ ନିଜ ପ୍ରଚେଷ୍ଟାରେ ପେଟ୍ରୋଲ୍‌ ଏବଂ ଡିଜେଲ ଯୋଗାଣ କରିବାକୁ ଚେଷ୍ଟା କରିବୁ।
ଅପରପକ୍ଷରେ ବସ୍‌ ଓ ଟ୍ରକ୍‌ ମାଲିକ ସଂଘ ଆନ୍ଦୋଳନକୁ ସମର୍ଥନ କରୁ ନ ଥିଲେ ମଧ୍ୟ ବିନା ଡ୍ରାଇଭର ଓ ସୁରକ୍ଷା ମିଳୁ ନ ଥିବାରୁ ସେମାନେ ଅସହାୟ ହୋଇ ପଡିଛନ୍ତି। କାଁ ଭାଁ ବସ୍‌ ଚାଲୁଥିଲେ ମଧ୍ୟ ତାହା ଯାତ୍ରୀଙ୍କ ସମସ୍ୟାକୁ ଦୂର କରି ପାରୁ ନାହିଁ। ଅପରପକ୍ଷରେ ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ଗୁରୁବାର ସରକାରଙ୍କୁ ଚେତାବନୀ ଦେଇଛନ୍ତି। ତୁରନ୍ତ ଅବରୋଧ ହଟାଇବା ସହ ବସ୍‌ ଡ୍ରାଇଭରଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ସଂଘ କହିଛି। ନଚେତ ରାଜ୍ୟର ୧୪ହଜାର ଘରୋଇ ବସ୍‌ ଚଳାଚଳ ବନ୍ଦ କରିଦିଆଯିବ ବୋଲି ବସ୍‌ ମାଲିକ ସଂଘ ଶୁଣାଇ ଦେଇଛି।
ବସ୍‌ ଚଳାଚଳ ବନ୍ଦ ଯୋଗୁ ସବୁ ବର୍ଗର ଲୋକମାନେ ଅସୁବିଧା ଭୋଗିଲେଣି। ବିଶେଷ କରି ସ୍କୁଲ, କଲେଜରେ ପରୀକ୍ଷା ଚାଲିଥିବାରୁ ଶିକ୍ଷୟିତ୍ରୀଶିକ୍ଷକଙ୍କ ଠାରୁ ଆରମ୍ଭ କରି ପିଲାମାନେ ଯିବା ଆସିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଡ୍ରାଇଭର ଆନ୍ଦୋଳନ ଯୋଗୁ ରାଜ୍ୟବାସୀ ଦୁର୍ଦ୍ଦଶା ଭୋଗ କରୁଛନ୍ତି। ବିଭିନ୍ନ ଜିଲାରେ ଡ୍ରାଇଭରମାନେ ଆନ୍ଦୋଳନକୁ ଜୋରଦାର କରିଥିବାରୁ କିଛି ସ୍ଥାନରେ ପୋଲିସ ସହ ଡ୍ରାଇଭରମାନଙ୍କ ଧସ୍ତାଧସ୍ତି ପରିସ୍ଥିତି ଦେଖିବାକୁ ମିଳିଛି। ସେପଟେ ଡ୍ରାଇଭର ଆନ୍ଦୋଳନକୁ ନେଇ ବିଧାନସଭା ହୁଲ୍‌ସ୍ଥୂଲ୍‌ ହୋଇଛି। ଡ୍ରାଇଭରମାନଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ଦୂର କରିବାକୁ ବିରୋଧୀ ଭାଜପା ଓ କଂଗ୍ରେସ ସଦସ୍ୟମାନେ ଦାବି କରିଛନ୍ତି। ଗୁରୁବାର ବିଧାନସଭା ଶୂନ୍ୟକାଳରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଏହି ପ୍ରସଙ୍ଗ ଉଠାଇ କହିଥିଲେ, ଡ୍ରାଇଭରମାନେ ରାତି ତମାମ ଗାଡ଼ି ଚଳାଉଛନ୍ତି। ସେମାନେ ବିଭିନ୍ନ ଦାବି ନେଇ ଆନ୍ଦୋଳନ ଚଳାଇଛନ୍ତି। ଡ୍ରାଇଭରଙ୍କ ସହ ସରକାର କାହିଁକି ଆଲୋଚନା କରୁନାହାନ୍ତି। ସେହିପରି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଶେଷ ହେବା ମାତ୍ରେ ଶୂନ୍ୟକାଳରେ ନରସିଂହ ମିଶ୍ର ଏହି ପ୍ରସଙ୍ଗ ଉଠାଇ କହିଥିଲେ ଯେ ଡ୍ରାଇଭରମାନେ ଆନ୍ଦୋଳନ ଚଳାଇଛନ୍ତି। ରାଜ୍ୟରେ ବସ୍‌ ସେବା ସମ୍ପୂର୍ଣ୍ଣ ଠପ୍‌ ହୋଇ ଯାଇଛି। ଟ୍ରକ୍‌, ୩ଚକିଆ ଯାନ ଚଳାଚଳ ବନ୍ଦ ରହିଛି। ଡ୍ରାଇଭରଙ୍କ ଷ୍ଟ୍ରାଇକ୍‌ ଭଣ୍ଡୁର କରିବାକୁ ଅନ୍ୟ ଗୋଷ୍ଠୀଙ୍କୁ ତାଙ୍କ ବିରୋଧରେ ଲଗାଇ ଦିଆଯାଇଛି। ଯେଉଁ ସମସ୍ୟା ନେଇ ଗୃହରେ ଆଲୋଚନା ହେଉଛି ତାହା ଉପରେ ସରକାର କିଛି ପଦକ୍ଷେପ ନେଉନାହାନ୍ତି। ଏ ଗୃହ ବିଭିନ୍ନ ଶ୍ରେଣୀର ଲୋକଙ୍କୁ ନ୍ୟାୟ ଦେଇପାରୁ ନାହିଁ। ସରକାର ବାଧ୍ୟ କରୁଛନ୍ତି ଗୃହର ମଧ୍ୟଭାଗକୁ ଆସି ଗଣ୍ଡଗୋଳ କରିବାକୁ। ବିନା ହଟ୍ଟଗୋଳରେ କୌଣସି ଦାବି ସରକାରଙ୍କ ଦୃଷ୍ଟିକୁ ଆସୁ ନାହିଁ। ଏତିକି କହିବା ମାତ୍ରେ କଂଗ୍ରେସ ଦଳ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ହୋହଲ୍ଲା କରିଥିଲେ। ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ମଧ୍ୟ ଡ୍ରାଇଭର ଆନ୍ଦୋଳନକୁ ନେଇ ଉଦ୍‌ବେଗ ପ୍ରକାଶ କରିବା ସହ ବିଭାଗୀୟ ମନ୍ତ୍ରୀ ସେମାନଙ୍କୁ ଡାକି ଆଲୋଚନା କରନ୍ତୁ ବୋଲି ଦାବି କରିଥିଲେ। ଭାଜପା ସଦସ୍ୟମାନେ ମଧ୍ୟ କଂଗ୍ରେସ ସହ ମିଶି ଗୃହରେ ହୋହଲ୍ଲା କରିଥିଲେ। ଡ୍ରାଇଭରଙ୍କ ଦାବି ତୁରନ୍ତ ପୂରଣ କରିବାକୁ ଦାବି କରିଥିଲେ। ଗୃହରେ ସ୍ବାଭାବିକ ଅବସ୍ଥା ଫେରାଇ ଆଣିବା ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିବା ସହ ଗୃହକୁ ୧୦ ମିନିଟ ପାଇଁ ମୁଲତବୀ ଘୋଷଣା କରିଥିଲେ। ପ୍ରାୟ ଅଧଘଣ୍ଟା ଆଲୋଚନା ପରେ ୧୨ଟା ୩୮ରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା। ବାଚସ୍ପତି କହିଥିଲେ, ବିରୋଧୀ ଦଳ ସଦସ୍ୟମାନେ ଡ୍ରାଇଭରଙ୍କ ସହ ଆଲୋଚନା କରିବାକୁ ଦାବି କରିଛନ୍ତି। ପରିବହନ ମନ୍ତ୍ରୀ ଡ୍ରାଇଭରମାନଙ୍କ ସହ ଆଲେଚାନ କରି ଶୁକ୍ରବାର ଗୃହରେ ଏକ ବିବୃତି ଦେବାକୁ ବାଚସ୍ପତି ରୁଲିଂ ଦେଇଛନ୍ତି।
ଅନ୍ୟପକ୍ଷରେ ବସ୍‌ ଚଳାଇବାକୁ ପ୍ରତିଶ୍ରୁତି ଦେଇଥିବା ପୋଲିସ ମଧ୍ୟ ଡ୍ରାଇଭର ଆନ୍ଦୋଳନ ଆଗରେ ଅସହାୟ ହୋଇଛି। ବସ୍‌ କର୍ମଚାରୀଙ୍କୁ ସୁରକ୍ଷା ଦେଇ ନ ପାରିବାରୁୂ ୨ ଦିନ ହେବ ରାସ୍ତାରେ ବସ ଗଡ଼ିପାରୁ ନାହିଁ। ଅନେକ ସ୍ଥାନରେ ବସ୍‌ କର୍ମଚାରୀମାନେ ମାଡ଼ ଖାଇବା ସହ ଅପମାନିତ ହୋଇଛନ୍ତି। ଏପରିକି ଯାତ୍ରୀଙ୍କୁ ଅଧା ରାସ୍ତାରେ ଛାଡ଼ି ଫେରିବା ପାଇଁ ବାଧ୍ୟ ହୋଇଛନ୍ତି। ରାଜ୍ୟ ରାଜପଥ ଓ ଜାତୀୟ ରାଜପଥରୁ ଗୁରୁବାର ଅବରୋଧ ନ ହଟିଲେ ଶୁକ୍ରବାରଠାରୁ ବସ୍‌ ଚଳାଚଳ ବନ୍ଦ କରିବେ ବୋଲି ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ଚେତାବନୀ ଦେଇଛି। ରାସ୍ତାରେ ଗାଡ଼ି ଛିଡ଼ା କରି ଅନିର୍ଦ୍ଦିଷ୍ଟ କାଳ ପାଇଁ ପ୍ରତିବାଦ ବୋଲି ସଂଘର ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି। ରାଜ୍ୟବ୍ୟାପୀ ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁ ବୁଧବାର ଦିନ ଓ ରାତି ତମାମ ବସ୍‌ କର୍ମଚାରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ପୋଲିସ୍‌ ପ୍ରଶାସନ ସହଯୋଗ କରିବ ବୋଲି ଭାବିଥିଲୁ। ସେଥିପାଇଁ ଗାଡ଼ି ଚଳାଇଥିଲୁ। ହେଲେ ପୋଲିସ୍‌ ସହଯୋଗ କଲା ନାହିଁ। ପୋଲିସ ଉପସ୍ଥିତିରେ ଡ୍ରାଇଭରମାନେ ଗାଡ଼ି ଅଟକାଉଛନ୍ତି। ଡ୍ରାଇଭର ସଂଘର ଆନ୍ଦୋଳନକୁ ଆମେ ବିରୋଧ କରୁନାହୁଁ। ସେମାନେ ତାଙ୍କ ଦାବି ଉପସ୍ଥାପନ କରନ୍ତୁ। ପୋଲିସ ସୁରକ୍ଷା ନ ଦେଲେ ବସ୍‌ ଚଳାଇବା ସମ୍ଭବ ହେବ ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

ଟ୍ରମ୍ପଙ୍କ ଅଲ୍ଟିମେଟମ୍‌: ଆଜି ରାତିରେ ଗୋଟିଏ ସଭ୍ୟତାର ବିନାଶ ନିଶ୍ଚିତ, ବିଶ୍ୱରେ ଚହଳ

ୱାଶିଂଟନ/ତେହେରାନ,୭।୪: ହର୍ମୁଜ ପ୍ରଣାଳୀ ଖୋଲିବାକୁ ନେଇ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିସ୍ଫୋରକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri