ଆନ୍ଦୋଳନ ବଢ଼ାଇଛି ତେଲ ଚିନ୍ତା

ଭୁବନେଶ୍ୱର,୧୭ା୩(ବ୍ୟୁରୋ):ପେନ୍‌ସନ, ବୀମା, ମୃତ୍ୟୁକାଳୀନ ସହାୟତା, ସାମାଜିକ ସୁରକ୍ଷା ଆଦି ୧୦ ଦଫା ଦାବିରେ ବୁଧବାରଠାରୁ ଡ୍ରାଇଭର ଏକତା ମହାସଂଘ ପକ୍ଷରୁ କରାଯାଇଥିବା ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଗୁରୁବାର ୨ୟ ଦିନରେ ପହଞ୍ଚତ୍ଛି। ତେବେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଡ୍ରାଇଭର ଏକତା ମହାସଂଘର ବରିଷ୍ଠ ସଦସ୍ୟଙ୍କ ଉପସ୍ଥିତିରେ ୧୬ ମାର୍ଚ୍ଚ ଗୁରୁବାର ସନ୍ଧ୍ୟାରେ ହୋଇଥିବା ଆଲୋଚନା ଅନୁଯାୟୀ ଆସନ୍ତା ୩ମାସ ମଧ୍ୟରେ ଡ୍ରାଇଭରଙ୍କ ଦାବିଗୁଡ଼ିକ ସମାଧାନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ତଥାପି ଗୁରୁବାର ରାତି ସୁଦ୍ଧା ଟ୍ରକ୍‌ ମାଲିକ ସଂଘର ଆନ୍ଦୋଳନ ଥମିବା ଲକ୍ଷ୍ୟ କରାଯାଇ ନାହିଁ। ଅତ୍ୟାବଶ୍ୟକ ସାମଗ୍ରୀ ପେଟ୍ରୋଲ, ଡିଜେଲଠାରୁ ଆରମ୍ଭ କରି ବିଭିନ୍ନ ଖାଦ୍ୟ ପଦାର୍ଥର ଅଭାବ ଦେଖିବାକୁ ମିଳିଛି। ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ପେଟ୍ରୋଲ୍‌ ପମ୍ପଗୁଡ଼ିକରେ ଲୋକଙ୍କ ଲମ୍ବାଧାଡ଼ି ରହିଥିବା ପରିଲଖିତ ହୋଇଛି। ଏପରି କି କେତେକ ସ୍ଥାନରେ ଘରୋଇ ଗାଡ଼ିଗୁଡ଼ିକ ତେଲ ନ ପାଇବାରୁ ମାଲିକମାନେ ନିରାଶ ହୋଇ ଫେରୁଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ଓଡ଼ିଶା ପେଟ୍ରୋଲିୟମ୍‌ ଡିଲର ଆସୋସିଏଶନର ସାଧାରଣ ସମ୍ପାଦକ ସଞ୍ଜୟ ଲାଠଙ୍କ କହିବା ହେଲା ଗୁରୁବାର ମଧ୍ୟରାତ୍ର ସୁଦ୍ଧା ସରକାରଙ୍କ ପକ୍ଷରୁ ତୈଳ ପରିବହନ କ୍ଷେତ୍ରରେ ଯଦି କୌଣସି ପଦକ୍ଷେପ ନିଆ ନ ଯିବ ତା’ହେଲେ ଆମେ ନିକଟବର୍ତ୍ତୀ ଡିପୋରୁ ନିଜ ପ୍ରଚେଷ୍ଟାରେ ପେଟ୍ରୋଲ୍‌ ଏବଂ ଡିଜେଲ ଯୋଗାଣ କରିବାକୁ ଚେଷ୍ଟା କରିବୁ।
ଅପରପକ୍ଷରେ ବସ୍‌ ଓ ଟ୍ରକ୍‌ ମାଲିକ ସଂଘ ଆନ୍ଦୋଳନକୁ ସମର୍ଥନ କରୁ ନ ଥିଲେ ମଧ୍ୟ ବିନା ଡ୍ରାଇଭର ଓ ସୁରକ୍ଷା ମିଳୁ ନ ଥିବାରୁ ସେମାନେ ଅସହାୟ ହୋଇ ପଡିଛନ୍ତି। କାଁ ଭାଁ ବସ୍‌ ଚାଲୁଥିଲେ ମଧ୍ୟ ତାହା ଯାତ୍ରୀଙ୍କ ସମସ୍ୟାକୁ ଦୂର କରି ପାରୁ ନାହିଁ। ଅପରପକ୍ଷରେ ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ଗୁରୁବାର ସରକାରଙ୍କୁ ଚେତାବନୀ ଦେଇଛନ୍ତି। ତୁରନ୍ତ ଅବରୋଧ ହଟାଇବା ସହ ବସ୍‌ ଡ୍ରାଇଭରଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ସଂଘ କହିଛି। ନଚେତ ରାଜ୍ୟର ୧୪ହଜାର ଘରୋଇ ବସ୍‌ ଚଳାଚଳ ବନ୍ଦ କରିଦିଆଯିବ ବୋଲି ବସ୍‌ ମାଲିକ ସଂଘ ଶୁଣାଇ ଦେଇଛି।
ବସ୍‌ ଚଳାଚଳ ବନ୍ଦ ଯୋଗୁ ସବୁ ବର୍ଗର ଲୋକମାନେ ଅସୁବିଧା ଭୋଗିଲେଣି। ବିଶେଷ କରି ସ୍କୁଲ, କଲେଜରେ ପରୀକ୍ଷା ଚାଲିଥିବାରୁ ଶିକ୍ଷୟିତ୍ରୀଶିକ୍ଷକଙ୍କ ଠାରୁ ଆରମ୍ଭ କରି ପିଲାମାନେ ଯିବା ଆସିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଡ୍ରାଇଭର ଆନ୍ଦୋଳନ ଯୋଗୁ ରାଜ୍ୟବାସୀ ଦୁର୍ଦ୍ଦଶା ଭୋଗ କରୁଛନ୍ତି। ବିଭିନ୍ନ ଜିଲାରେ ଡ୍ରାଇଭରମାନେ ଆନ୍ଦୋଳନକୁ ଜୋରଦାର କରିଥିବାରୁ କିଛି ସ୍ଥାନରେ ପୋଲିସ ସହ ଡ୍ରାଇଭରମାନଙ୍କ ଧସ୍ତାଧସ୍ତି ପରିସ୍ଥିତି ଦେଖିବାକୁ ମିଳିଛି। ସେପଟେ ଡ୍ରାଇଭର ଆନ୍ଦୋଳନକୁ ନେଇ ବିଧାନସଭା ହୁଲ୍‌ସ୍ଥୂଲ୍‌ ହୋଇଛି। ଡ୍ରାଇଭରମାନଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ଦୂର କରିବାକୁ ବିରୋଧୀ ଭାଜପା ଓ କଂଗ୍ରେସ ସଦସ୍ୟମାନେ ଦାବି କରିଛନ୍ତି। ଗୁରୁବାର ବିଧାନସଭା ଶୂନ୍ୟକାଳରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଏହି ପ୍ରସଙ୍ଗ ଉଠାଇ କହିଥିଲେ, ଡ୍ରାଇଭରମାନେ ରାତି ତମାମ ଗାଡ଼ି ଚଳାଉଛନ୍ତି। ସେମାନେ ବିଭିନ୍ନ ଦାବି ନେଇ ଆନ୍ଦୋଳନ ଚଳାଇଛନ୍ତି। ଡ୍ରାଇଭରଙ୍କ ସହ ସରକାର କାହିଁକି ଆଲୋଚନା କରୁନାହାନ୍ତି। ସେହିପରି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଶେଷ ହେବା ମାତ୍ରେ ଶୂନ୍ୟକାଳରେ ନରସିଂହ ମିଶ୍ର ଏହି ପ୍ରସଙ୍ଗ ଉଠାଇ କହିଥିଲେ ଯେ ଡ୍ରାଇଭରମାନେ ଆନ୍ଦୋଳନ ଚଳାଇଛନ୍ତି। ରାଜ୍ୟରେ ବସ୍‌ ସେବା ସମ୍ପୂର୍ଣ୍ଣ ଠପ୍‌ ହୋଇ ଯାଇଛି। ଟ୍ରକ୍‌, ୩ଚକିଆ ଯାନ ଚଳାଚଳ ବନ୍ଦ ରହିଛି। ଡ୍ରାଇଭରଙ୍କ ଷ୍ଟ୍ରାଇକ୍‌ ଭଣ୍ଡୁର କରିବାକୁ ଅନ୍ୟ ଗୋଷ୍ଠୀଙ୍କୁ ତାଙ୍କ ବିରୋଧରେ ଲଗାଇ ଦିଆଯାଇଛି। ଯେଉଁ ସମସ୍ୟା ନେଇ ଗୃହରେ ଆଲୋଚନା ହେଉଛି ତାହା ଉପରେ ସରକାର କିଛି ପଦକ୍ଷେପ ନେଉନାହାନ୍ତି। ଏ ଗୃହ ବିଭିନ୍ନ ଶ୍ରେଣୀର ଲୋକଙ୍କୁ ନ୍ୟାୟ ଦେଇପାରୁ ନାହିଁ। ସରକାର ବାଧ୍ୟ କରୁଛନ୍ତି ଗୃହର ମଧ୍ୟଭାଗକୁ ଆସି ଗଣ୍ଡଗୋଳ କରିବାକୁ। ବିନା ହଟ୍ଟଗୋଳରେ କୌଣସି ଦାବି ସରକାରଙ୍କ ଦୃଷ୍ଟିକୁ ଆସୁ ନାହିଁ। ଏତିକି କହିବା ମାତ୍ରେ କଂଗ୍ରେସ ଦଳ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ହୋହଲ୍ଲା କରିଥିଲେ। ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ମଧ୍ୟ ଡ୍ରାଇଭର ଆନ୍ଦୋଳନକୁ ନେଇ ଉଦ୍‌ବେଗ ପ୍ରକାଶ କରିବା ସହ ବିଭାଗୀୟ ମନ୍ତ୍ରୀ ସେମାନଙ୍କୁ ଡାକି ଆଲୋଚନା କରନ୍ତୁ ବୋଲି ଦାବି କରିଥିଲେ। ଭାଜପା ସଦସ୍ୟମାନେ ମଧ୍ୟ କଂଗ୍ରେସ ସହ ମିଶି ଗୃହରେ ହୋହଲ୍ଲା କରିଥିଲେ। ଡ୍ରାଇଭରଙ୍କ ଦାବି ତୁରନ୍ତ ପୂରଣ କରିବାକୁ ଦାବି କରିଥିଲେ। ଗୃହରେ ସ୍ବାଭାବିକ ଅବସ୍ଥା ଫେରାଇ ଆଣିବା ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିବା ସହ ଗୃହକୁ ୧୦ ମିନିଟ ପାଇଁ ମୁଲତବୀ ଘୋଷଣା କରିଥିଲେ। ପ୍ରାୟ ଅଧଘଣ୍ଟା ଆଲୋଚନା ପରେ ୧୨ଟା ୩୮ରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା। ବାଚସ୍ପତି କହିଥିଲେ, ବିରୋଧୀ ଦଳ ସଦସ୍ୟମାନେ ଡ୍ରାଇଭରଙ୍କ ସହ ଆଲୋଚନା କରିବାକୁ ଦାବି କରିଛନ୍ତି। ପରିବହନ ମନ୍ତ୍ରୀ ଡ୍ରାଇଭରମାନଙ୍କ ସହ ଆଲେଚାନ କରି ଶୁକ୍ରବାର ଗୃହରେ ଏକ ବିବୃତି ଦେବାକୁ ବାଚସ୍ପତି ରୁଲିଂ ଦେଇଛନ୍ତି।
ଅନ୍ୟପକ୍ଷରେ ବସ୍‌ ଚଳାଇବାକୁ ପ୍ରତିଶ୍ରୁତି ଦେଇଥିବା ପୋଲିସ ମଧ୍ୟ ଡ୍ରାଇଭର ଆନ୍ଦୋଳନ ଆଗରେ ଅସହାୟ ହୋଇଛି। ବସ୍‌ କର୍ମଚାରୀଙ୍କୁ ସୁରକ୍ଷା ଦେଇ ନ ପାରିବାରୁୂ ୨ ଦିନ ହେବ ରାସ୍ତାରେ ବସ ଗଡ଼ିପାରୁ ନାହିଁ। ଅନେକ ସ୍ଥାନରେ ବସ୍‌ କର୍ମଚାରୀମାନେ ମାଡ଼ ଖାଇବା ସହ ଅପମାନିତ ହୋଇଛନ୍ତି। ଏପରିକି ଯାତ୍ରୀଙ୍କୁ ଅଧା ରାସ୍ତାରେ ଛାଡ଼ି ଫେରିବା ପାଇଁ ବାଧ୍ୟ ହୋଇଛନ୍ତି। ରାଜ୍ୟ ରାଜପଥ ଓ ଜାତୀୟ ରାଜପଥରୁ ଗୁରୁବାର ଅବରୋଧ ନ ହଟିଲେ ଶୁକ୍ରବାରଠାରୁ ବସ୍‌ ଚଳାଚଳ ବନ୍ଦ କରିବେ ବୋଲି ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ଚେତାବନୀ ଦେଇଛି। ରାସ୍ତାରେ ଗାଡ଼ି ଛିଡ଼ା କରି ଅନିର୍ଦ୍ଦିଷ୍ଟ କାଳ ପାଇଁ ପ୍ରତିବାଦ ବୋଲି ସଂଘର ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି। ରାଜ୍ୟବ୍ୟାପୀ ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁ ବୁଧବାର ଦିନ ଓ ରାତି ତମାମ ବସ୍‌ କର୍ମଚାରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ପୋଲିସ୍‌ ପ୍ରଶାସନ ସହଯୋଗ କରିବ ବୋଲି ଭାବିଥିଲୁ। ସେଥିପାଇଁ ଗାଡ଼ି ଚଳାଇଥିଲୁ। ହେଲେ ପୋଲିସ୍‌ ସହଯୋଗ କଲା ନାହିଁ। ପୋଲିସ ଉପସ୍ଥିତିରେ ଡ୍ରାଇଭରମାନେ ଗାଡ଼ି ଅଟକାଉଛନ୍ତି। ଡ୍ରାଇଭର ସଂଘର ଆନ୍ଦୋଳନକୁ ଆମେ ବିରୋଧ କରୁନାହୁଁ। ସେମାନେ ତାଙ୍କ ଦାବି ଉପସ୍ଥାପନ କରନ୍ତୁ। ପୋଲିସ ସୁରକ୍ଷା ନ ଦେଲେ ବସ୍‌ ଚଳାଇବା ସମ୍ଭବ ହେବ ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍‌: ଜାଣନ୍ତୁ ଖେଳାଯିବ ମ୍ୟାଚ୍‌

କଟକ,୯ା୧୨(ଅନାଦି କର):ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମଙ୍ଗଳବାର ଐତିହାସିକ ବାରବାଟୀ ଷ୍ଟାଡିୟମରେ ପ୍ରଥମf ଟି୨୦ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ ପାଇଁ ଖେଳାଳିଙ୍କଠାରୁ ଆରମ୍ଭ...

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ଆମ୍ବୁଲାନ୍ସ ମିଳିଲାନି, ମା’ଙ୍କ ମୃତଦେହକୁ ଷ୍ଟ୍ରେଚରରେ ଟାଣି ଘରକୁ ନେଲେ ପୁଅ

ପାଟନା,୮।୧୨: ବିହାରର ନାୱାଦା ଜିଲାରେ ମାନବିକତାକୁ ଲଜ୍ଜା ଦେବା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଆମ୍ବୁଲାନ୍ସ ନ ମିଳିବାରୁ ଜଣେ ପୁଅ ରାତି ଅଧରେ...

‘ସବୁ ଓଡ଼ିଆଙ୍କୁ କଷ୍ଟ ଦେଉଛି’: ବିକାଶମୂଳକ ଖର୍ଚ୍ଚ ଅବହେଳା ପାଇଁ ସରକାରଙ୍କୁ ନବୀନଙ୍କ କଡ଼ା ସମାଲୋଚନା

ଭୁବନେଶ୍ୱର,୮।୧୨: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ମୋହନ ମାଝୀ ସରକାରଙ୍କୁ ଓଡ଼ିଶାର ଲୋକଙ୍କ କଲ୍ୟାଣ ଏବଂ ବିକାଶ ପାଇଁ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ନବୀନଙ୍କ ଟାର୍ଗେଟ୍‌ ପରେ ମୁଖ୍ୟମନ୍ତ୍ରୀଙ୍କ ପାଲଟା ଜବାବ: ‘ଗୃହରେ ୨ ମିନିଟ୍‌ ବସିବାକୁ ଧୈର୍ଯ୍ୟ ନାହିଁ’

ଭୁବନେଶ୍ୱର,୮।୧୨: ରାଜଗାଙ୍ଗପୁର ଲଞ୍ଜିବେଣ୍ଡା ଠାରେ ଜଣେ କଲେଜ ଛାତ୍ରୀଙ୍କୁ ଜାଳି ଦିଆଯିବା ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ...

୮ମ ବେତନ କମିଶନ ଉପରେ ଆସିଲା ବଡ଼ ଅପଡେଟ୍: ଉପକୃତ ହେବେ ଏତିକି କର୍ମଚାରୀ ଓ ପେନସନଭୋଗୀ

ନୂଆଦିଲ୍ଲୀ,୮।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର...

ଜାପାନରରେ ଶକ୍ତିଶାଳୀ ୭.୨ ତୀବ୍ରତାର ଭୂକମ୍ପ, ସୁନାମି ସତର୍କତା ଜାରି

ନୂଆଦିଲ୍ଲୀ,୮।୧୨: ସୋମବାର ଜାପାନର ଉତ୍ତର ଉପକୂଳରେ ଏକ ଶକ୍ତିଶାଳୀ ୭.୨ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି, ଯାହାପରେ ଜାପାନ ପାଣିପାଗ ଏଜେନ୍ସି (JMA) ପକ୍ଷରୁ ସୁନାମି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri