Categories: ଜାତୀୟ

ଭାଜପା ପାଇଁ ବଢିଲା ଅଡୁଆ

ଚଣ୍ଡିଗଡ,୧୮।୧୨: ପଞ୍ଜାବ ଏବଂ ହରିୟାଣା ସମେତ ଅନେକ ରାଜ୍ୟର କୃଷକମାନେ କେନ୍ଦ୍ରୀୟ କୃଷି ଆଇନକୁ ବିରୋଧ କରୁଛନ୍ତି। ଏଭଳି ପରିସ୍ଥିତିରେ ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାର କୃଷକମାନଙ୍କୁ ବିଶ୍ୱାସ ଦେବାକୁ ଚେଷ୍ଟା କରୁଛନ୍ତି ଯେ ଏହି କୃଷି ଆଇନ କୃଷକଙ୍କ ସ୍ବାର୍ଥରେ ଅଛି। କିନ୍ତୁ ଏବେ ହରିୟାଣାରେ ଭିତରେ ବିରୋଧର ସ୍ବର ଉଠୁଛି। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ରାଜ୍ୟ ସଭା ଏମ୍‌ପି ଚୌଧୁରୀ ବିରେନ୍ଦ୍ର ସିଂ କହିଛନ୍ତି,ଦଳ ତଥା ରାଜନୀତି ଅପେକ୍ଷା କୃଷକମାନେ ଆଗ। ମୁଁ କୃଷକ ଆନ୍ଦୋଳନକୁ ଆଗେଇ ନେବାକୁ ପ୍ରସ୍ତୁତ ଅଛି। ନିକଟରେ ବୀରେନ୍ଦ୍ର ସିଂ କହିଥିଲେ, ଯଦି କୃଷକମାନେ ମୋ ପାଖକୁ ଆସନ୍ତି, ମୁଁ କୃଷକମାନଙ୍କୁ ଆଗେଇ ନେବାକୁ ପ୍ରସ୍ତୁତ । କୃଷି ଆଇନ ଉପରେ କୃଷକଙ୍କ ସନ୍ଦେହ ଦୂର କରିବାକୁ ପ୍ରାଥମିକତା ଦିଆଯିବା ଉଚିତ। କାରଣ କୃଷକମାନେ ଆଇନ ସେମାନଙ୍କ ପାଇଁ କ୍ଷତିକାରକ ବୋଲି ଭାବୁଛନ୍ତି। ଶୁକ୍ରବାର ହରିୟାଣାର ସାମ୍ପଲାଠାରେ ୩ଟି କୃଷି ଆଇନ ବିରୋଧରେ ବୀରେନ୍ଦ୍ର ସିଂ ଏକ ଦିନିଆ ବିକ୍ଷୋଭରେ ଭାଗ ନେବେ ବୋଲି ଆଶା କରାଯାଉଛି।ସୂଚନାଯୋଗ୍ୟ, ହରିୟାଣାରେ ଭାଜପା ନେତାମାନେ କୃଷକ ସଂଗଠନକୁ ସମାଲୋଚନା କରିଥିଲେ। କିନ୍ତୁ ଏବେ ଦଳର ନେତାମାନେ କୃଷକ ଆନ୍ଦୋଳନରେ ଯୋଗ ଦେଉଥିବାର ଦେଖାଯାଇଛି। ଏହା ଭାଜପା ପାଇଁଚ ଏକ ବଡ଼ ଧକ୍କା ହୋଇପାରେ। ହରିୟାଣାରୁ ଆସିଥିବା ବିରେନ୍ଦ୍ର ସିଂ ମୋଦି ସରକାରରେ କ୍ୟାବିନେଟ ମନ୍ତ୍ରୀ ରହିସାରିଛନ୍ତି।

 

Share