୨୪ରେ ଓଏଚ୍‌ଆରସିଙ୍କ କେନ୍ଦୁଝର ଗସ୍ତ

କେନ୍ଦୁଝର, ୨୨।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ହୋଇଥିବା ତ୍ରୁଟିପୂର୍ଣ୍ଣ ଏନ୍‌ଏଚ୍‌ ୪୯ର ତଦନ୍ତ ଆସନ୍ତା ୨୪ ତାରିଖରେ କରାଯିବ। ଏନେଇ ଓଡ଼ିଶା ମାନବାଧିକାର କମିଶନ (ଓଏଚ୍‌ଆର୍‌ସି) ଚିଠି ନମ୍ବର (୧୦୭୮୯/୧୬।୧୧।୨୦୨୧)ରେ ସୂଚିତ କରିଛନ୍ତି। କେନ୍ଦୁଝର ସିଟିଜେନ ଫୋରମ ପକ୍ଷରୁ କରାଯାଇଥିବା କେଶ ନମ୍ବର ୨୦୦୫/୨୦୧୯ର ଶୁଣାଣି କରି କମିଶନ ତଦନ୍ତ ଆଦେଶ କରିଛନ୍ତି। ଏହାର ତଦନ୍ତ କରିବାକୁ ଓଏଚ୍‌ଆରସିର ସଚିବ ସୁନିଲ କୁମାର ନାୟକ ଆସନ୍ତା ୨୪ରେ କେନ୍ଦୁଝର ଆସୁଥିବା ବେଳେ ଅଭିଯୋଗକାରୀ ଓ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣର ଆଞ୍ଚଳିକ ଅଧିକାରୀଙ୍କୁ ଉପସ୍ଥିତ ରହିବାକୁ କୁହାଯାଇଛି। ପ୍ରକାଶ ଯେ, ଏନ୍‌ଏଚ୍‌ ୪୯ର ବେଲଦା ଠାରୁ ଜୁଡିଆ ପର୍ଯ୍ୟନ୍ତ ରାସ୍ତା କେନ୍ଦୁଝର ସହର ବାହାରେ ଯାଇଛି, ଯାହାକୁ ସ୍ଥାନୀୟ ଲୋକ ବାଇପାସ କହୁଛନ୍ତି ା ତେବେ ତ୍ରୁଟିପୂର୍ଣ୍ଣ ରାସ୍ତା ନିର୍ମାଣ ଯୋଗୁ ସରକାରଙ୍କ ବ୍ୟାପକ ଅର୍ଥ ହାନି ହେବା ସହ ବିପଦସଙ୍କୁଳ ହୋଇପଡ଼ିଛି।
ସ୍ବଳ୍ପ ବ୍ୟବଧାନରେ ଏନ୍‌ଏଚ୍‌ ୪୯କୁ ତିନୋଟି ସ୍ଥାନରେ ଅହେତୁକ ଭାବେ ବକ୍ର ପଥରେ ନିର୍ମାଣ କରାଯାଇ ଏନ୍‌ଏଚ୍‌ ୨୦ରେ ମିଶିଛି ା ଏଣୁ ମାଧପୁର ଠାରୁ ଧୃପଦା (ବାଲିଆଗୋଡା) ପର୍ଯ୍ୟନ୍ତ ରାସ୍ତାରେ ଯାତାୟାତ ବିପଦପୂର୍ଣ୍ଣ ହୋଇପଡିଛି।
ଏନେଇ ସେ ସମୟରେ ସିଟିଜେନ ଫୋରମ ପକ୍ଷରୁ ସଭାପତି କିରଣ ଶଙ୍କର ସାହୁ ଓ ଅନ୍ୟମାନେ କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ। ଦୁଇ ବର୍ଷ ପରେ କମିଶନ ଗତ ଅକ୍ଟୋବର ୨୫ରେ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଥିଲେ। ଜିଲା ପ୍ରଶାସନ, ଏନଏଚଏଆଇ ପକ୍ଷରୁ ତଥ୍ୟ ଉପସ୍ଥାପନା କରାଯାଇଥିଲା। ଫୋରମ ପକ୍ଷରୁ ବଳିଷ୍ଠ ପ୍ରମାଣ ଉପସ୍ଥାପନ ପରେ କମିଶନ ସମସ୍ତ ତଥ୍ୟ ଅନୁସନ୍ଧାନ କରି ଦୁଇମାସ ମଧ୍ୟରେ ତଦନ୍ତ ଲାଗି ନିର୍ଦ୍ଦେଶ ଦେଇଥିବା ଅଜୟ ସାହୁ କହିଛନ୍ତି।
ପରବର୍ତ୍ତୀ ଶୁଣାଣି ଆସନ୍ତା ୩୧କୁ ଧାର୍ଯ୍ୟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ମହାମନିଷୀଙ୍କ ଅବଦାନ ଅବିସ୍ମରଣୀୟ’

କେନ୍ଦୁଝର,୧ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ପବିତ୍ର ଓଡ଼ିଶା ଦିବସରେ ଜିଲା ବିଜୁ ଜନତା ଦଳ ପକ୍ଷରୁ କେନ୍ଦୁଝର ଜିଲା ସଦରମହକୁମାଠାରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ଜିଲାପାଳଙ୍କ…

ପ୍ରସ୍ତାବିତ ମେଗା ଷ୍ଟିଲପ୍ଲାଣ୍ଟ ପାଇଁ ଗ୍ରାମସଭା: ଏକର ପିଛା ଏତିକି କୋଟି ଦାବି

ପାଟଣା, ୧।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅଞ୍ଚଳ ରେ ପ୍ରସ୍ତାବିତ ମେଗା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ବୁଧବାର ଚେମଣା ପଞ୍ଚାୟତ ଅଙ୍ଗି…

ନଦୀରେ ଭାସିଯାଇ ଯୁବକଙ୍କ ମୃତ୍ୟୁ: ଅଞ୍ଚଳରେ ଶୋକର ଛାୟା

ବଞ୍ଚୋ, ୩୧।୩: (ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅନ୍ତର୍ଗତ ବଞ୍ଚୋ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ଗ୍ରାମର ଚିନ୍ମୟ ସେଠୀ…

ଧାର ଟଙ୍କା ନଦେବାରୁ ତାତିଗଲେ ଭିଣୋଇ, ଶୋଇଥିବା ବେଳେ ପେଟ୍ରୋଲ ଢାଳି ଜାଳିଦେଲେ….

ପାଟଣା,୩୧।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା କିଆପଡା ଗାଁରେ ଅଭାବନୀୟ ଘଟଣା । ଧାର ଟଙ୍କାକୁ କେନ୍ଦ୍ର କରି ଏପରି ହିଂସାତ୍ମକ ଘଟଣା ଏବେ…

ବିଜେଡିକୁ ଶକ୍ତ ଧକ୍କା: ଭାଜପାରେ ମିଶିଲେ ବିଜେଡି ଉପାଧ୍ୟକ୍ଷଙ୍କ ସହ ୮ କାଉନସିଲର

କେନ୍ଦୁଝର,୩୦।୩ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରଗଡ଼ ପୌର ଉପାଧ୍ୟକ୍ଷ ବରୋଦା ପ୍ରସନ୍ନ ଦାସଙ୍କ ସମେତ ଆଠ ଜଣ କାଉନସିଲର ସୋମବାର ବିଧିବଦ୍ଧ ଭାବେ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ…

ଗ୍ୟାସ୍‌ ପାଇଁ ପୁଣି ରାସ୍ତାକୁ ଓହ୍ଲାଇଲେ ଉପଭୋକ୍ତା, କଳାବଜାର ଆଶଙ୍କା କରି…

କେନ୍ଦୁଝର,୩୦ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ରୋଷେଇ ଗ୍ୟାସ ବିତରଣ ସମସ୍ୟା ପ୍ରତିବାଦରେ ସୋମବାର ଗ୍ୟାସ୍‌ ଆଣିବାକୁ ଯାଇଥିବା ଉପଭାକ୍ତା ସିଲିଣ୍ଡର ଧରି ପ୍ରତିବାଦ କରିବା ସହ କେନ୍ଦୁଝର-ଶଙ୍କରପୁର-ବେଲଦା ରାସ୍ତା…

ବିପଦ ସୃଷ୍ଟି କରୁଛି ବେଆଇନ ହୋର୍ଡିଂ

କେନ୍ଦୁଝର,୨୯।୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହରରେ ଅସୁରକ୍ଷିତ ଏବଂ ବେଆଇନ ହୋର୍ଡିଂ ବିପଦ ସୃଷ୍ଟି କରୁଛି। କାଳବୈଶାଖୀ ଯୋଗୁ ସହରର ଗାନ୍ଧୀ ଛକ ନିକଟ ଅନିତା ଲୁଗା…

କେନ୍ଦୁଝର ବିଜେଡିକୁ ଶକ୍ତ ଝଟକା, ୯ କାଉନସିଲରଙ୍କ ସାମୂହିକ ଇସ୍ତଫା

କେନ୍ଦୁଝର,୨୯।୩(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଜି କେନ୍ଦୁଝରଗଡ ପୌର ଉପାଧ୍ୟକ୍ଷ ବରଦା ପ୍ରସନ୍ନଙ୍କଙ୍କ ସହ ୯ ଜଣ ବିଜେଡି କାଉନସିଲର ସମୂହ ଇସ୍ତଫା ଘଟଣା ଚର୍ଚ୍ଚାର ବିଷୟ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri