ହୀରାକୁଦରେ ହଇଜା ବ୍ୟାପିବା ଘଟଣା: ଓଏଚ୍‌ଆର୍‌ସିରେ ମାମଲା ରୁଜୁ

କଟକ,୨୭ା୩(କାର୍ତ୍ତିକ ସାହୁ): ସମ୍ବଲପୁର ଜିଲା ହୀରାକୁଦ ଅଞ୍ଚଳରେ ହଇଜା ବ୍ୟାପିବା ଘଟଣାରେ ଓଡ଼ିଶା ମାନବିକ ଆୟୋଗ(ଓଏଚ୍‌ଆର୍‌ସି)ରେ ଏକ ମାମଲା ବୁଧବାର ରୁଜୁ ହୋଇଛି। ମାମଲାର ପକ୍ଷମାନଙ୍କୁ ଆୟୋଗଙ୍କ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିବା ପାଇଁ ଆବେଦନକାରୀ ହାଇକୋର୍ଟର ଆଇନଜୀବୀ ଶିବଶଙ୍କର ମହାନ୍ତି ନିବେଦନ କରିଛନ୍ତି। ନିରାପଦ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ଅବହେଳା ଓ ରାଜ୍ୟ ଜଳ ନିୟମ ଏବଂ ଡ୍ରିଙ୍କ ଫ୍ରମ୍‌ ଟ୍ୟାପ୍‌ ମିଶନର ବିଫଳତାକୁ ନେଇ ଆୟୋଗଙ୍କ ନିକଟରେ ପ୍ରତିପକ୍ଷମାନେ ଜବାବ ରଖିବାକୁ ପିଟିଶନ୍‌ରେ ଦର୍ଶାଯାଇଛି। ଏହି ସମସ୍ୟାର ନିରାକରଣ ପାଇଁ କି ପଦକ୍ଷେପ ନିଆଯାଇଛି ତାହା ଜଣାଇବା ପାଇଁ ମଧ୍ୟ ପ୍ରାର୍ଥନା କରାଯାଇଛି। ଏଥିସହ ଜଳଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ନୂତନ ନାଶନାଲ ଓ୍ବାଟର ପଲିସି ଲାଗୁ କରିବା ଦିଗରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସଂକ୍ରାନ୍ତରେ ମଧ୍ୟ ଜବାବ ରଖିବା ନିମନ୍ତେ ପ୍ରାର୍ଥନା କରାଯାଇଛି। ଏଥିରେ ରାଜ୍ୟ ସରକାରଙ୍କ ମୁଖ ଶାସନ ସଚିବ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧ୍ୟକ୍ଷ, ସମ୍ବଲପୁର ଜିଲାପାଳ, ସମ୍ବଲପୁର ପୌର ନିଗମ କମିସନର ଓ ଓଡ଼ିଶା ସରକାରଙ୍କ ଜନସ୍ବାସ୍ଥ୍ୟ ବିଭାଗର ମୁଖ୍ୟଯନ୍ତ୍ରୀଙ୍କୁ ପକ୍ଷଭୁକ୍ତ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ହୀରାକୁଦ ଅଞ୍ଚଳରେ ହଇଜା ବ୍ୟାପିଥିବା ନେଇ ଗତ ୨୫ ତାରିଖରେ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା। ସ୍ବାସ୍ଥ୍ୟ ବିଭାଗର ଟିମ୍‌ ସମ୍ପୃକ୍ତ ଅଞ୍ଚଳ ପରିଦର୍ଶନ କରିବା ପରେ ପାନୀୟ ଜଳ ପ୍ରଦୂଷିତ ହେବା ଦ୍ୱାରା ଏଭଳି ଘଟଣା ଘଟିଛି ବୋଲି ଆଶଙ୍କା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଝିଅ ଜନ୍ମ ହେବା ମାତ୍ରେ ମିଳିବ ୨୧,୦୦୦ ଟଙ୍କା, ପଢିବା ଖର୍ଚ୍ଚ ମଧ୍ୟ ବହନ କରିବେ ସରକାର, ଜାଣନ୍ତୁ ଏହି ଯୋଜନା କ’ଣ…

ନୂଆଦିଲ୍ଲୀ,୬।୨: ଝିଅମାନଙ୍କୁ ଶିକ୍ଷା ଏବଂ ପାଳନପୋଷଣ ପାଇଁ ସରକାର ଅନେକ ଯୋଜନା ଚଳାନ୍ତି। ରାଜ୍ୟ ସରକାରଗୁଡ଼ିକ ମଧ୍ୟ ରାଜ୍ୟ ସ୍ତରରେ ଅନେକ ଯୋଜନା ଚଳାନ୍ତି, ଯେପରିକି ଉତ୍ତର…

କୁମୁତାଲପେଟାରେ ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ୧୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି

ଜେକେପୁର,୬ା୨(ରାଜେଶ ବିଶ୍ୱାଳ): ରାୟଗଡା ବ୍ଲକର କୁମୁତାଲପେଟା ପଞ୍ଚାୟତ ଅନ୍ତର୍ଗତ କୁମୁତାଲପେଟା ଗ୍ରାମରେ ଥିବା ପଞ୍ଚାୟତ କମ୍ପ୍ଲେକ୍ସର ଏକ ଦୋକାନରେ ଶୁକ୍ରବାର ଭୋର୍‌ ସମୟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି।…

‘ଆପଣଙ୍କୁ କେବଳ ପବ୍ଲିସିଟି ଦରକାର’, କାହିଁକି ପ୍ରଶାନ୍ତ କିଶୋରଙ୍କୁ ଏମିତି କହିଲେ ସୁପ୍ରିମକୋର୍ଟ? ଜାଣନ୍ତୁ…

ପାଟନା,୬।୨: ୨୦୨୫ ବିହାର ବିଧାନସଭା ନିର୍ବାଚନକୁ ଚ୍ୟାଲେଞ୍ଜ କରି ଏବଂ ନୂତନ ନିର୍ବାଚନ ପାଇଁ ପ୍ରଶାନ୍ତ କିଶୋରଙ୍କ ଜନ ସୂରଜ ପାର୍ଟି ଦ୍ୱାରା ଦାୟର କରାଯାଇଥିବା ଆବେଦନର…

ଅଟୋ ଛାତରେ ବସି କୁକୁରର ସହର ପରିକ୍ରମା, ଭିଡିଓ ଭାଇରାଲ୍

ପୁଣେ,୬।୨: ମହାରାଷ୍ଟ୍ରର ପୁଣେ ସହରରେ ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି। ସହରର ବ୍ୟସ୍ତବହୁଳ ‘ଡାଙ୍ଗେ ଛକ’ ଅଞ୍ଚଳରେ ଏକ ଚଳନ୍ତା ଅଟୋ-ରିକ୍ସା ଛାତ ଉପରେ ଏକ…

୭ରୁ ଓଡ଼ିଶା-ଜାପାନ ପର୍ବ: ଜାଣନ୍ତୁ ଏହାର ଉଦେଶ୍ୟ

ପୁରୀ,୬ା୨(ଅଜିତ୍‌ କୁମାର ମହାନ୍ତି): ଚଳିତ ମାସ ୭ ଏବଂ ୮ ତାରିଖ ସନ୍ଧ୍ୟାରେ ଇଣ୍ଡିଆ-ଜାପାନ ଫ୍ରେଣ୍ଡଶିିପ୍‌ ସେଣ୍ଟର ପକ୍ଷରୁ ସ୍ଥାନୀୟ ତାଳବଣିଆ ପଡ଼ିଆରେ ଓଡ଼ିଶା-ଜାପାନ ପର୍ବ ଆୟୋଜନ…

ଭାଙ୍ଗିଗଲାଣି ଶ୍ରେଣୀଗୃହ, ଗଛତଳେ ପଢୁଛନ୍ତି ପିଲା

କେସିଙ୍ଗା/ନର୍ଲା,୬ା୨(ତୁମେଶ୍ୱର ସାହୁ/ସନ୍ତୋଷ ପାତ୍ର): କଳାହାଣ୍ଡି ଜିଲା କେସିଙ୍ଗା ଓ ନର୍ଲା ବ୍ଲକ ସୀମାନ୍ତ ଅଞ୍ଚଳରେ ଅସ୍ଥାପତି ବିଦ୍ୟାଳୟକୁ ଶିକ୍ଷା ବିଭାଗ ସମେତ ନେତା ବିଧାୟକଙ୍କ ଦୃଷ୍ଟି ଗୋଚର…

‘ଟଙ୍କା ଖୁସି କିଣି ପାରିବ ନାହିଁ…’ କୋଟି କୋଟି ଆୟ ପରେ ଏଲୋନ ମସ୍କ ଏକ ଆଶ୍ଚର୍ଯ୍ୟଜନକ ପୋଷ୍ଟ

ନୂଆଦିଲ୍ଲୀ,୬।୨: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ ବର୍ତ୍ତମାନ ଏକ ନୂଆ ଇତିହାସ ରଚିଛନ୍ତି। ସେ ଦୁନିଆର ପ୍ରଥମ ବ୍ୟକ୍ତି ଭାବେ ୮୦୦ ବିଲିୟନ ଡଲାର…

Ola Uber Rapido Strike: ଗୋଟିଏ ଦିନ ପରେ ଆଉ ବୁକ୍‌ କରିପାରିବେନି ଓଲା, ଉବର, ରାପିଡୋ! ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୬।୧: ଓଲା, ଉବର ଏବଂ ରାପିଡୋ ଭଳି ଆପ-ଭିତ୍ତିକ ଚାଳକମାନେ ଆସନ୍ତାକାଲି, ଶନିବାର ଦେଶବ୍ୟାପୀ ଧର୍ମଘଟ କରିବେ। ଫେବୃଆରୀ ୭ରେ ଏହି ଦେଶବ୍ୟାପୀ ଧର୍ମଘଟ ଏହି ଆପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri