Posted inଖେଳ

ବାରବାଟୀ ଟି୨୦ ପାଇଁ ଆଜିଠୁ ଅଫଲାଇନ ଟିକେଟ ବିକ୍ରି: ରାତିରୁ ଅସମ୍ଭାଳ ଭିଡ଼

କଟକ,୪।୧୨(ଶିଳ୍ପା ପ୍ରିୟଦର୍ଶିନୀ): ଆଜିଠୁ ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି ଆରମ୍ଭ ହେବ। ଅଫଲାଇନ ଟିକେଟ ବିକ୍ରି ପୂର୍ବରୁ ଅସମ୍ଭାଳ ଭିଡ଼ ଦେଖାଯାଇଛି। ଦିନ ୯ଟାରୁ ଟିକେଟ ବିକ୍ରି ହେବ। ଏହାପୂର୍ବରୁ ଷ୍ଟାଡିୟମ ବାହାରେ ପ୍ରବଳ ଭିଡ଼ ଲାଗିରହିଛି। ରାଜ୍ୟ ତଥା ବାହାରୁ କ୍ରିକେଟ ପ୍ରେମୀଙ୍କ ଗହଳି ଦେଖିବାକୁ ମିଳିଛି। ସ୍ପେଶାଲ କାଉଣ୍ଟରରେ ମହିଳା ଟିକେଟ କାଟିବେ ବୋଲି ଜଣାପଡିଛି।

ବାରବାଟୀ ଟି୨୦ ମ୍ୟାଚ୍‌କୁ ଆଉ ମାତ୍ର ଚାରିଦିନ ଥିବାବେଳେ ଷ୍ଟାଡିୟମ ସମ୍ପୂର୍ଣ୍ଣ ରୂପେ ସଜେଇ ହୋଇଛି। ଷ୍ଟାଡିୟମ ସୁରକ୍ଷିତ ଭାବେ ମ୍ୟାଚ୍‌ ପରିଚାଳନା କରିବା ପାଇଁ ସକ୍ଷମ ବୋଲି ଆଇଆଇଟି ଭୁବନେଶ୍ୱରର ବୈଷୟିକ ଟିମ୍‌ ସାର୍ଟିଫିକେଟ ପ୍ରଦାନ କରିଥିବା ସୂଚନା ମିଳିଛି। ସେହିପରି ମ୍ୟାଚ୍‌ ପୂର୍ବରୁ ଅଗ୍ନିଶମ ବିଭାଗ ପକ୍ଷରୁ ଅଧିକାରୀମାନେ ଗୁରୁବାର ବାରବାଟୀରେ ଅଗ୍ନିଶମ ବ୍ୟବସ୍ଥାକୁ ତନ୍ନତନ୍ନ କରି ପରଖିଛନ୍ତି ଏବଂ ଡିସେମ୍ବର ୬ ଓ ୭ ତାରିଖ ସନ୍ଧ୍ୟା ସମୟରେ ଷ୍ଟାଡିୟମକୁ ସମ୍ପୂର୍ଣ୍ଣ ଭାବେ ଅନ୍ଧାର କରାଯିବ ଏବଂ ଅଗ୍ନିଶମ ବିଭାଗ ଦ୍ୱାରା ମକ୍‌ଡ୍ରିଲ ହେବ। ଇତିମଧ୍ୟରେ ଦୁଇଦିନ ଧରି ଓସିଏ ଅନୁବନ୍ଧିତ ସଂସ୍ଥାଗୁଡ଼ିକୁ ଟିକେଟ ବିକ୍ରି ଶେଷ ହୋଇଛି। ଶୁକ୍ରବାରଠାରୁ କାଉଣ୍ଟରରେ ଟିକେଟ ବିକ୍ରି ଆରମ୍ଭ କରାଯିବ। ଟିକେଟ ବିକ୍ରି ସମୟରେ ଧାଡ଼ିଠାରୁ ଆରମ୍ଭ କରି କାଉଣ୍ଟର ଯାଏ ସମସ୍ତ ସ୍ଥାନକୁ ୪୩ଟି ବୁଲେଟି ଆଇପି କ୍ୟାମେରା ଜଗିବ। ଏପରି କି ପ୍ରଥମକରି ଚଳିତ ମ୍ୟାଚ୍‌ରେ ଏଲ୍‌ଇଡି ପ୍ୟାନେଲର ବ୍ୟବସ୍ଥା କରାଯାଇଛି। ଦୁଇଟି ଏଲ୍‌ଇଡି ପ୍ୟାନେଲ ଯୋଗେ ଟିକେଟ କିଣିବା ସମୟରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅପରପକ୍ଷରେ ବାରବାଟୀରେ ଡିଏମ୍‌ଏକ୍ସ ଶୋ’ ନିମନ୍ତେ ଗୁରୁବାର ଫ୍ଲଡ୍‌ ଲାଇଟ୍‌ର ଗୋଟିଏ ଖୁଣ୍ଟିର ଡ୍ରାଏ ରନ୍‌ କରାଯାଇଛି ଏବଂ ଦିନେ ଦୁଇଦିନରେ ସମସ୍ତ ଲାଇଟ୍‌ର ଏକା ସଙ୍ଗେ ଡ୍ରାଏ ରନ୍‌ କରାଯିବ ବୋଲି ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ)ର କନ୍‌ସଲଟାଣ୍ଟ ବିଷ୍ଣୁପ୍ରସାଦ ମହାପାତ୍ର ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ, ରାଜ୍ୟର ଏହି ଏକମାତ୍ର ଅନ୍ତର୍ଜାତୀୟ କ୍ରିକେଟ ଭେନ୍ୟୁରେ ୪ର୍ଥ ଥର ଟି୨୦ ମ୍ୟାଚ୍‌ ଖେଳାଯିବ। ବିଶୃଙ୍ଖଳାକୁ ଏଡ଼ାଇବାକୁ ପ୍ରଥମ କରି ଲୁହା ବ୍ୟାରିକେଡ୍‌ର ବ୍ୟବସ୍ଥା କରାଯାଇଛି। ପୂର୍ବରୁ ଟିକେଟ ଆଶାୟୀଙ୍କ ନିମନ୍ତେ ଉଦ୍ଦିଷ୍ଟ ବ୍ୟାରିକେଡ୍‌ର ଚଉଡା ୨ଫୁଟ୍‌ ରହୁଥିଲା। ଏହା ନିକଟରେ ଥିବା ସର୍ଭିସ ବ୍ୟାରିକେଡ୍‌ ରହୁଥିଲା ୩ ଫୁଟ୍‌। ହେଲେ ଏଥର ଜନସାଧାରଣଙ୍କ ପାଇଁ ହେବାକୁ ଥିବା ବ୍ୟାରିକେଡ୍‌ ଅଢ଼େଇ ଫୁଟ ବିଶିଷ୍ଟ ହେବ। ସର୍ଭିସ ବ୍ୟାରିକେଡ୍‌କୁ ୪ ଫୁଟ୍‌ ଚଉଡା କରାଯିବ ବୋଲି ସ୍ଥିର ହୋଇଛି। କାଉଣ୍ଟର ପାଖରୁ ୮୦୦ ମିଟର ପର୍ଯ୍ୟନ୍ତ ଷ୍ଟିଲ ବ୍ୟାରିକେଡ୍‌ ଲଗାଯାଇଛି। ସେହିପରି ଆମ୍ବୁଲାନ୍ସ, ବାୟୋଟଏଲେଟ୍‌ ଏବଂ ଏକ ମେଡିକାଲ ଟିମ୍‌ ନିୟୋଜିତ କରାଯିବ। କାଉଣ୍ଟରରେ ସକାଳ ୯ଟାରୁ ସନ୍ଧ୍ୟା ୬ଟା ଯାଏ ଟିକେଟ ବିକ୍ରି କରାଯିବ ।

 

Dharitri – Odisha’s No.1 Odia Daily

 

 


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ଜାପାନୀ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ, ୨୦୨୨ ରେ ବେକରେ ଲାଗିଥିଲା ଗୁଳି

ଟୋକିଓ,୨୧।୧: ପୂର୍ବତନ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ହତ୍ୟା କରିଥିବା ବ୍ୟକ୍ତିଙ୍କୁ ଆଜୀବନ କାରାଦଣ୍ଡ ଦିଆଯାଇଛି। ବୁଧବାର ଜାପାନର ଏକ କୋର୍ଟ ଆବେଙ୍କ ହତ୍ୟା ମାମଲାର...

ଏହି ଜିଲାର ଶିକ୍ଷା ଅଧିକାରୀଙ୍କ ବିରୋଧରେ ଗିରଫ ପରୱାନା ଜାରି କଲେ ହାଇକୋର୍ଟ

କଟକ,୨୧ା୧: ଦୁଇ ଆଇଏଏସ’ଙ୍କୁ ଗିରଫ ୱାରେଣ୍ଟ ପରେ ବୁଧବାର ଜଣେ ଜିଲା ଶିକ୍ଷାଧିକାରୀଙ୍କୁ ୱାରେଣ୍ଟ ଜାରି କରିଛନ୍ତି ଓଡିଶା ହାଇକୋର୍ଟ। ଅଦାଲତ ଅବମାନନା ମାମଲାରେ ଢେଙ୍କାନାଳ...

କାହିଁକି ହେଉନାହିଁ IPL 2026 କାର୍ଯ୍ୟସୂଚୀ ଘୋଷଣା? ବିଳମ୍ବର କାରଣ କ’ଣ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସଂସ୍କରଣ ପାଇଁ ଆପାତକାଳୀନ ତାରିଖ ଘୋଷଣା ସତ୍ତ୍ୱେ, ବିସିସିଆଇ ଏପର୍ଯ୍ୟନ୍ତ ମ୍ୟାଚ ସୂଚୀ ଘୋଷଣା କରିନାହିଁ। ବୋର୍ଡ କହିଛି...

ରେଳଯାତ୍ରୀଙ୍କ ପାଇଁ ଖୁସିଖବର: ଷ୍ଟେଶନରେ ମିଳୁଛି ଶସ୍ତା ରୁମ୍‌; ଅନଲାଇନ୍‌ରେ ବୁକ୍‌ କରିବାର ପୂରା ପ୍ରକ୍ରିୟା ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧: ପ୍ରତିଦିନ ସାରା ଭାରତରେ ୨ କୋଟିରୁ ଅଧିକ ଯାତ୍ରୀ ଟ୍ରେନରେ ଯାତ୍ରା କରନ୍ତୁ। ଯାତ୍ରୀମାନଙ୍କର ସୁବିଧା ପାଇଁ ରେଳ ଷ୍ଟେଶନରେ ରୁମ୍‌ ଯୋଗାଇ ଦିଆଯାଏ।...

ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ଜଣେ ଦୁଷ୍କର୍ମ ପୀଡ଼ିତାଙ୍କୁ ଗର୍ଭପାତ ପାଇଁ ଅନୁମତି

କଟକ,୨୧ା୧: ଜଣେ ଦୁଷ୍କର୍ମ ପୀଡ଼ିତାଙ୍କ ଆବେଦନ ଉପରେ ଶୁଣାଣି କରି ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି । ପୀଡ଼ିତାଙ୍କ ଶାରୀରିକ ଓ ମାନସିକ...

ତେଲେଙ୍ଗାନାରେ ପୁଣି କୁକୁରଙ୍କୁ ହତ୍ୟା, ୫୦୦ ପରେ ଏବେ ୧୦୦ଜଣଙ୍କୁ ବିଷ ଦେଇ ମାରିଦେଲେ

ହାଇଦ୍ରାବାଦ,୨୧ା୧: ପୁଣିଥରେ ତେଲେଙ୍ଗାନାରେ ବହୁ ସଂଖ୍ୟକ ବୁଲା କୁକୁରଙ୍କୁ ହତ୍ୟା କରାଯାଇଛି । ହାଇଦ୍ରାବାଦରୁ ମାତ୍ର ୫୦ କିଲୋମିଟର ଦୂର ରଙ୍ଗାରେଡ୍ଡି ଜିଲ୍ଲାରେ ୧୦୦ କୁକୁରଙ୍କୁ...

ଜୋମାଟୋ ପ୍ୟାରେଣ୍ଟ କମ୍ପାନୀ ‘ଇଟର୍‌ନାଲ୍‌ CEO ପଦ ଛାଡିଲେ ଦୀପିନ୍ଦର ଗୋୟଲ

ନୂଆଦିଲ୍ଲୀ,୨୧।୧: ଜୋମାଟୋର ପ୍ୟାରେଣ୍ଟ କମ୍ପାନୀ ‘ଇଟର୍‌ନାଲ୍‌’ର ନେତୃତ୍ୱରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କମ୍ପାନୀର ପ୍ରତିଷ୍ଠାତା ଦୀପିନ୍ଦର ଗୋୟଲ ସିଇଓ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ...

ରାଜପଥ ଉପରେ ଗଦା ହୋଇଛି କୁଢ଼କୁଢ଼ ପ୍ଲାଷ୍ଟିକ୍‌, ଗୋରୁ ଖାଇ ହେଉଛନ୍ତି ଅସୁସ୍ଥ

ଦାରିଙ୍ଗବାଡ଼ି,୨୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପରେ ଅନ୍ୟତମ ବଜାର ହେଉଛି ସିମନବାଡ଼ି। ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ ହେଉଥିବା ୫୯ ନଂ ଜାତୀୟ ରାଜପଥ କଡ଼ରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri