ବାରାକ ଓବାମା, ମିଶେଲ ଓବାମାଙ୍କୁ ସ୍ୱତନ୍ତ୍ର ସମ୍ମାନ, ହ୍ୱାଇଟ ହାଉସରେ ଲାଗିଲା ଅଫିସିୟାଲ ପୋଟ୍ରେଟ୍‌

ୱାଶିଂଟନ,୮ ।୯: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଓ ପୂର୍ବତନ ଫାଷ୍ଟ ଲେଡି ମିଶେଲ ଓବାମାଙ୍କର ଅଫିସିୟାଲ ଫଟୋ ବୁଧବାର ହ୍ୱାଇଟ ହାଉସରେ ଏକ ଭବ୍ୟ ସମାରୋହ ସହ ଅନାବରଣ କରାଯାଇଛି । ଏହି ସମାରୋହରେ ଓମାବା ଓ ବିଶେଲଙ୍କ ବ୍ୟତୀତ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଫାଷ୍ଟ ଲେଡି ଡ. ଜିଲ ବାଇଡେନ ଓ ଉପରାଷ୍ଟ୍ରପତି କମଲା ହ୍ୟାରିସ ଉପସ୍ଥିତ ଥିଲେ ।
ଏହି ଅବସରେ ଜୋ ବାଇଡେନ କହିଥିଲେ ଆଜି ପର୍ଯ୍ୟନ୍ତ ବି ଓବାମା ଓ ମିଶେଲ ଆମେରିକୀୟଙ୍କ ହୃଦୟରେ ରହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ମୁଁ ଓ ଜିଲ ବେଶ କିଛି ଦିନ ହେବ ମାହାମାରୀରୁ ସୁସ୍ଥ ହେବା ପରେ ଅପେକ୍ଷା ରଖିଥିଲୁ ହ୍ୱାଇଟ ହାଉସର ଏକ ବିଶେଷ କାର୍ଯ୍ୟକ୍ରମରେ ଯୋଗ ଦେବାକୁ । ଏବେ ଆମେ ଆମର ଦୁଇ ଭଲ ବନ୍ଧୁ ଓ ଦୁଇ ମହାନ ଆମେରିକୀୟଙ୍କ ଚିତ୍ର ଉନ୍ମୋଚନ କରି ଏମିତି ଖୁସି ଅନୁଭବ କରୁଛୁ , ଯିଏ ଏବେ ପର୍ଯ୍ୟନ୍ତ ବି ଆମେରିକାବାସୀଙ୍କ ହୃଦୟରେ ରହିଛନ୍ତି ।
ଓବାମା ଓ ମିଶେଲଙ୍କ ପୋଟ୍ରେଟକୁ ହ୍ୱାଇଟ ହାଉସ ହିଷ୍ଟୋରିକାଲ ଆସୋସିଏଶନ ଦ୍ୱାରା ଅଧିଗ୍ରହଣ ଓ କମିଶନ କରାଯାଇଛି । ଯାହାକୁ ଏକ ପରମ୍ପରା ଭାବେ ଆସୋସିଏଶନ ୧୯୬୫ରେ ଆରମ୍ଭ କରିଥିଲା । ସେତେବେଳେ ପ୍ରଥମଥର କଳାକାରଙ୍କ ଅଫିସିଆଲ ନାମ ସାମ୍ନାକୁ ଆସିଥିଲା । ରବର୍ଟ ମ୍ୟାକକର୍ଡି ପୂର୍ବତନ ରାଷ୍ଟ୍ରପତି ଓବାମାଙ୍କ ଫଟୋ ପ୍ରସ୍ତୁତ କରିଥିବା ବେଳେ ମିଶେଲ ଓବାମାଙ୍କ ଫଟୋ ଶୋରୋନ ସ୍ପଂଗ ପେଣ୍ଟ କରିଛନ୍ତି । ଏମାନଙ୍କର ଖୁବ୍ ପ୍ରଶଂସା କରିଛନ୍ତି ଓବାମା । ସେ କହିଛନ୍ତି ମିଶେଲଙ୍କର ଯାହା ତାଙ୍କୁ ପସନ୍ଦ ଲାଗେ ଏ ସବୁକୁ ଚିତ୍ରରେ ସ୍ଥାନିତ କରିଛନ୍ତି ଶୋରୋନ । ଏହାସହ ରବର୍ଟ ମ୍ୟାକକର୍ଡି ମଧ୍ୟ ଏକ ଅଦ୍ଭୁତ କଳାକାର । ସେ ମୁହଁର ପ୍ରକୃତ ଏକ୍ସପ୍ରେସନ ଏମିତିକି ଶର୍ଟର ପ୍ରତିଟି କ୍ରିଚକୁ ବି ପାଖରୁ ଦେଖି ଫଟୋରେ ସ୍ଥାନିତ କରିଛନ୍ତି । ଏହି ଅବସରରେ ଓବାମା କହିଥିଲେ ଆମେରିକାକୁ ବାଇଡେନଙ୍କ ଭଳି ଜଣେ ରାଷ୍ଟ୍ରପତି ମିଳିବା ସୌଭାଗ୍ୟର ବିଷୟ ।


Enter your email to get our daily news in your inbox.

All Right Reserved By Dharitri.Com

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା: ଟାରିଫ୍‌କୁ ବେଆଇନ୍‌ କହିଲେ ଆମେରିକା ସୁପ୍ରିମକୋର୍ଟ, ଏବେ…

ଓ୍ବାଶିଂଟନ,୨୦।୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକା ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ଶୁକ୍ରବାର କୋର୍ଟ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ବ୍ୟାପକ ‘ଟାରିଫ’ (Tariff) ବା ଆମଦାନୀ…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

କିଡ୍‌ନୀ, ହାର୍ଟ ଦାନକରି ଅମର ହେଲେ ଶୁଭମ୍‌

ବଞ୍ଚୋ/ବଉଳା/ଛେନାପଦି,୨୦ା୨(ପ୍ରଦୋଷ କୁମାର ବିଶ୍ୱାଳ/ଦୁର୍ଗା ପ୍ରସାଦ ଆୟଚ/ ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଜମ୍ଭିରା ଗ୍ରାମର ଉପେନ୍ଦ୍ର ଆୟଚଙ୍କ ପୁତ୍ର ଶୁଭମ୍‌ ଆୟଚ(୧୨) ଦୁର୍ଘଟଣାରେ ମୃତ୍ୟୁ…

୨୧୮ ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା

ଦିଗପହଣ୍ଡି/ପାଟପୁର,୨୦ା୨(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସମଗ୍ର ଶିକ୍ଷା ଅଭିଯାନ ଓ ଜିଲା ଦୃଷ୍ଟି ବାଧିତ ନିୟନ୍ତ୍ରଣ କାର୍ଯ୍ୟାଳୟ ଆନୁକୂଲ୍ୟରେ ରାଜ୍ୟ ସରକାରଙ୍କ ସୁରେନ୍ଦ୍ର ସାଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri