Categories: ଜାତୀୟ

ଆସନ୍ତା ବର୍ଷଠାରୁ ଜୁନ୍‌ ୧ରେ ଭୋପାଳରେ ସରକାରୀ ଛୁଟି: ଶିବରାଜଙ୍କ ଘୋଷଣା…

ଭୋପାଳ,୧।୬ : ମଧ୍ୟପ୍ରଦେଶର ରାଜଧାନୀରେ ଭୋପାଳ ମିଶ୍ରଣ ତଥା ଭୋପାଳର ଗୌରବ ଦିବସ ଅବସରରେ ଭୋପାଳ ଆସନ୍ତା ବର୍ଷ ଠାରୁ ଜୁନ ୧ ତାରିଖ ଏକ ସରକାରୀ ଛୁଟିଦିନ ହେବ। ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଗୁରୁବାର ସକାଳ ୮ଟା ୧୫ରେ ରେ ଏହି ଘୋଷଣା କରିଛନ୍ତି। ସେ ଏକ ଗବେଷଣା ପ୍ରତିଷ୍ଠାନ ପ୍ରତିଷ୍ଠା ବିଷୟରେ ମଧ୍ୟ କହିଥିଲେ। ଯାହାଫଳରେ ରାଜ ଭୋଜ ଏବଂ ରାଣୀ କମଲାପତି ପ୍ରମୁଖଙ୍କ ଇତିହାସ ଯୁବ ପିଢ଼ିଙ୍କୁ କୁହାଯାଇପାରିବ।

ମିଶ୍ରଣ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଶିବରାଜ କହିଛନ୍ତି ୧୫ ଅଗଷ୍ଟ ୧୯୪୭ ରେ ଦେଶ ସ୍ବାଧୀନ ହୋଇଥିଲା, କିନ୍ତୁ ଭୋପାଳ ସ୍ବାଧୀନ ହୋଇପାରି ନ ଥିଲା। ଏଠାକାର ନବାବ ଭୋପାଳ ରାଜ୍ୟକୁ ଭାରତ ସହିତ ମିଶ୍ରଣ କରିବାକୁ ମନା କରିଦେଇଥିଲେ। ତା’ପରେ ସେଠାରେ ମିଶ୍ରଣ ଆନ୍ଦୋଳନ ହୋଇଥିଲା। ଲଗାତାର ଅଢ଼େଇ ବର୍ଷ ଧରି ଭୋପାଳ ରାଜ୍ୟରେ ରହୁଥିବା ଲୋକମାନେ ଭୋପାଳର ଭାରତ ମିଶ୍ରଣ ପାଇଁ ଆନ୍ଦୋଳନ କରିଥିଲେ। ପରେ ଭାପାଳ ଭାରତର ଏକ ଅଂଶ ହୋଇଥିଲା। ଭୋପାଳ ମିଶ୍ରଣ ଆନ୍ଦୋଳନରେ ପି.ଟି ଉଦଭଦାସ ମେହେଟ୍ଟା, ମାଷ୍ଟର ଲାଲ ସିଂ, ବାଲକୃଷ୍ଣ ଗୁପ୍ତା, ଡକ୍ଟର ଶଙ୍କରଦୟାଲ ଶର୍ମାଙ୍କ ସମେତ ବହୁ ମହାନ ବ୍ୟକ୍ତି ଲଢ଼ିଥିଲେ। ୧ ଜୁନ ୧୯୪୯ ରେ ଭୋପାଳ ଭାରତର ଏକ ଅଂଶ ହୋଇଥିଲା।

Share