ସରକାରଙ୍କ ନିୟନ୍ତ୍ରଣରେ ନାହାନ୍ତି ଅଫିସର: ବିଜେଡି

ଭୁବନେଶ୍ୱର,୨୪।୮(ଅନିଲ ଦାସ): ଚିକିଟି ମଦମୃତ୍ୟୁକୁ ନେଇ ଶୁକ୍ରବାର ବିଧାନସଭା ଶୂନ୍ୟକାଳରେ ବିରୋଧୀ ଓ ଶାସକ ଦଳ ସଭ୍ୟମାନେ ମୁହାଁମୁହିଁ ହୋଇଥିଲେ। ଶୂନ୍ୟକାଳ ଆରମ୍ଭ ହେବା ମାତ୍ରେ ବାଚସ୍ପତି ବିଜେଡି ସଭ୍ୟ ବ୍ୟୋମକେଶ ରାୟଙ୍କୁ କହିବାକୁ ଅନୁମତି ଦେଇଥିଲେ। ସେ କହିଥିଲେ, ଭାଜପା ସରକାର ଗଢ଼ିବା ପୂର୍ବରୁ କହି ଆସୁଥିଲା ରାଜ୍ୟକୁ ମଦମୁକ୍ତ କରାଯିବ ।
ଜଣେ କ୍ୟାବିନେଟ୍‌ ମନ୍ତ୍ରୀ କହିଲେ, ଅଗଷ୍ଟ ୧୫ସୁଦ୍ଧା ଓଡ଼ିଶା ମଦମୁକ୍ତ ହେବ। ଅବକାରୀ ମନ୍ତ୍ରୀ କହିଲେ, ଚୋରା ମଦ କାରବାର ସମ୍ପୂର୍ଣ୍ଣ ବନ୍ଦ କରାଯିବ। ସରକାରଙ୍କର କୌଣସି ବିଭାଗ କିମ୍ବା ଅଫିସରଙ୍କ ଉପରେ ନିୟନ୍ତ୍ରଣ ନାହିଁ। ସରକାରଙ୍କ ହାଲ୍‌କା ମନ୍ତବ୍ୟ ଯୋଗୁ ରାଜ୍ୟରେ ବେଆଇନ ମଦ କାରବାର ବଢ଼ିଛି। ମଦମୃତ୍ୟୁ ଘଟଣାରେ ପୂର୍ବତନ ଅବକାରୀ ମନ୍ତ୍ରୀ କାଳନ୍ଦୀ ବେହେରା ଏବଂ ଏ.ୟୁ. ସିଂଦେଓ ଇସ୍ତଫା ଦେଇଥିଲେ। ଅବକାରୀ ମନ୍ତ୍ରୀ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବା ଦରକାର। ସରକାର ନ ଚେତିଲେ ଆଗାମୀ ଦିନରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ ବୋଲି ସେ ଚେତାବନୀ ଦେଇଛନ୍ତି।
ସଦସ୍ୟ ଟଙ୍କଧର ତ୍ରିପାଠୀ କହିଛନ୍ତି, ଯେଉଁମାନେ ୨୪ ବର୍ଷ ଧରି ଶାସନରେ ରହିଲେ, ବିରୋଧୀ ଦଳର ଭୂମିକା ଶିଖିଲେ ନାହିଁ। ମହିଳା ସଶକ୍ତୀକରଣ କଥା କହୁଥିଲେ। ଜଣେ ମହିଳା ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢ଼ି ଯେଉଁଭଳି ଆଚରଣ ଦେଖାଇଲେ ତାହା କ’ଣ ମାଆକୁ ସମ୍ମାନ। ବିରୋଧୀ ଦଳ ନେତା କ’ଣ ଏଇଆ ଶିଖାଇଛନ୍ତି। ବିରୋଧୀ ଆଲୋଚନା ପାଇଁ ଆସନ୍ତୁ ବୋଲି ସେ କହିଛନ୍ତି।
ସଦସ୍ୟ ଧ୍ରୁବ ସାହୁ କହିଲେ, ସମଗ୍ର ରାଜ୍ୟ ପାଇଁ ମଦମୃତ୍ୟୁ ଏକ ସମ୍ବେଦନଶୀଳ ଘଟଣା। ଚୋରା ମଦ କାରବାରରେ ଶାସକ ଦଳର ସଦସ୍ୟମାନଙ୍କର ସମ୍ପୃକ୍ତି ରହିଛି। ଏହା କହିବା ମାତ୍ରେ ଶାସକ ଦଳର ସଦସ୍ୟମାନେ କଡ଼ା ବିରୋଧ କରିଥିଲେ। କେଉଁ ବିଧାୟକଙ୍କର ସମ୍ପୃକ୍ତି ରହିଛି ତା’ର ପ୍ରମାଣ ଦିଅନ୍ତୁ । ନଚେତ ଏହାକୁ ଗୃହ ବିବରଣୀରୁ ବାଦ୍‌ ଦିଆଯାଉ ବୋଲି ସେମାନେ ଦାବି କରିଥିଲେ। ଭାଜପା ସଭ୍ୟ ଜୟ ନାରାୟଣ ମିଶ୍ର ଏହା ଉପରେ ଆପତ୍ତି ଉଠାଇ କହିଲେ, ମଦ ମାଫିଆଙ୍କ ସହ କେଉଁ ଶାସକ ଦଳର ନେତାଙ୍କର ସମ୍ପୃକ୍ତି ରହିଛି ତାହା ଏଠାରେ ପ୍ରମାଣିତ କରନ୍ତୁ। ନଚେତ୍‌ ବିବରଣୀରୁ ବାଦ୍‌ ଦିଆଯାଉ ବୋଲି ସେ କହିଥିଲେ। ଭାଜପା ସଭ୍ୟ ସନାତନ ବିଜୁଳି କହିଥିଲେ, ପୂର୍ବ ସରକାର ସମୟରେ ଅଧିକ ମଦ ବିକ୍ରି କଲେ ପୁରସ୍କାର ମିଳୁଥିଲା। ବିଜେଡି ସରକାର ଲୋକଙ୍କୁ ପିଇବା ପାଣି ଯୋଗାଇପାରିଲେ ନାହିଁ । ମଦ ବନ୍ୟା ସୃଷ୍ଟି କରିଛନ୍ତି।
ସଭ୍ୟ ଗୌତମ ବୁଦ୍ଧ ଦାସ କହିଥିଲେ, ଚିକିଟି ମଦମୃତ୍ୟୁ ରାଜ୍ୟ ପାଇଁ ଏକ କଳଙ୍କିତ ଅଧ୍ୟାୟ । ଦୀର୍ଘବର୍ଷ ଧରି ଏହାକୁ ରୋକାଯାଇ ପାରିଥିଲା। ଏବେ ପୁଣି ମଦମୃତ୍ୟୁ ଘଟଣା ଘଟିଛି ।
ଏହି ଘଟଣାରେ ଅବକାରୀ ବିଭାଗ ମଦମାଫିଆଙ୍କ ମଧ୍ୟରେ ସମ୍ପର୍କ ରହିଛି। ଭାଜପା ସଭ୍ୟ ଇରାଶିଷ ଆଚାର୍ଯ୍ୟ କହିଥିଲେ, ଧାନଗାଡ଼ି ଧରାଯିବ, ମାତ୍ର ମଦଗାଡ଼ି ଧରାଯିବ ନାହିଁ। ସମସ୍ତ ବିଧାୟକଙ୍କୁ ମଦ ମାଫିଆଙ୍କ ସହ ସମ୍ପୃକ୍ତି ଅଛି ବୋଲି କହି ନ ଥିବା ଧ୍ରୁବ ସଫେଇ ଦେଇଥିଲେ। ତେବେ ଧ୍ରୁବଙ୍କ ମନ୍ତବ୍ୟକୁ ବାଚସ୍ପତି ଗୃହର ବିବରଣୀରୁ ବାଦ୍‌ ଦେଇଥିଲେ।
ସଭ୍ୟ ତାରାପ୍ରସାଦ ବାହିନୀପତି ଓ ନୀଳମାଧବ ହିକ୍‌କା ଗୁଣପୁର, ବିଷମ କଟକରେ ହୋଇଥିବା ଝାଡ଼ାବାନ୍ତି ପ୍ରସଙ୍ଗ ଉଠାଇଥିଲେ। ସରକାର ତୁରନ୍ତ ଘଟଣା ସ୍ଥଳକୁ ଏକ ଡାକ୍ତରୀ ଟିମ୍‌ ପଠାଇବାକୁ ସେମାନେ ଦାବି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ ପାର୍ ହେଉଥିବା ବେଳେ ମହିଳାଙ୍କୁ ପିଟିଦେଲା ଟ୍ରେନ, ତାପରେ…

କୋରାପୁଟ,୨୩।୩ ( ଅମିତାଭ ବେହେରା ): କୋରାପୁଟ ସହରର ଉପକଣ୍ଠରେ ସୋମବାର ସକାଳେ ଏକ ଦୁଃଖଦ ଘଟଣା ଘଟିଛି । ରେଳ ଧକ୍କାରେ ଜଣେ ମହିଳାଙ୍କ ଜୀବନ ଚାଲିଯାଇଛି…

ବିନା ସୂଚନା ଫଳକରେ ବୁର୍ଡା-ସିଆଲବାହାଲି ରାସ୍ତା କାମ: ସାଧାରଣରେ ପ୍ରଶ୍ନବାଚୀ

ଲୋଇସିଂହା,୨୩।୩(ସୁଶାନ୍ତ ବାରିକ):ଗତ ୫ବର୍ଷ ପୂର୍ବେ ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକର ବୁର୍ଡା-୨୬ ନଂ ଜାତୀୟ ରାଜପଥରୁ ସିଆଲବାହାଲି ପର୍ଯ୍ୟନ୍ତ ରାସ୍ତା କାମ କରାଯାଇଥିଲା। ସେତେବେଳେ ନିମ୍ନମାନର କାମ…

ସରିଯିବ ତେଲ, ବଞ୍ଚିପାରିବେନି କୌଣସି ଦେଶ! ଯୁଦ୍ଧ ମଧ୍ୟରେ ବଡ଼ ଶକ୍ତି ସଙ୍କଟକୁ ନେଇ ଚେତାବନୀ ଦେଲେ IEA ମୁଖ୍ୟ

ତେହରାନ୍‌,୨୩।୩: ଇରାନ ଏବଂ ଆମେରିକା-ଇସ୍ରାଏଲ ମେଣ୍ଟ ମଧ୍ୟରେ ସଂଘର୍ଷ ପ୍ରାୟ ତିନି ସପ୍ତାହ ଧରି ଚାଲିଛି, କିନ୍ତୁ ବର୍ତ୍ତମାନ ଏହାର କୌଣସି ଅନ୍ତ ଦେଖାଯାଉନାହିଁ। ଏହି ସମୟରେ,…

ସୁନା୬,୭୦୦ ଏବଂ ରୂପା ୧୨,୭୦୦ ଟଙ୍କା କମିଲା, ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ଦାମ୍

ନୂଆଦିଲ୍ଲୀ,୨୩।୩ ଘରୋଇ ଫ୍ୟୁଚର୍ସ ବଜାରରେ ସୁନା ଏବଂ ରୂପାର ମୂଲ୍ୟରେ ତୀବ୍ର ହ୍ରାସ ହୋଇଛି । MCX ରେ, ସୁନା ୧,୪୦,୧୫୮ (ପ୍ରତି ୧୦ ଗ୍ରାମ) ରେ…

ପୂର୍ବତନ ମନ୍ତ୍ରୀ ଜୟଦେବ ଜେନାଙ୍କୁ ହତ୍ୟା ଧମକ ଘଟଣା: ୨ ଜଣଙ୍କୁ ବାନ୍ଧିଲା ପୋଲିସ

ହାଟଡିହୀ,୨୩।୩(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ତପୁର ବିଧାନସଭା କ୍ଷେତ୍ରର ପୂର୍ବତନ କଂଗ୍ରେସ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଜୟଦେବ ଜେନାଙ୍କୁ ହତ୍ୟା ଧମକ ଘଟଣାରେ ନନ୍ଦିପଦା ପୋଲିସ…

ବାଇକ ସହ ମୁହାଁମୁହିଁ ହେଲା ଭାଜପା ନେତାଙ୍କ ଗାଡ଼ି, ଚିଟିଙ୍ଗ ଘାଟିରେ….

ପାରଳାଖେମୁଣ୍ଡି,୨୩।୩(ଗିରିଧାରୀ ପରିଛା): ଚିଟିଙ୍ଗ ଘାଟିରେ ସଡ଼କ ଦୁର୍ଘଟଣା ହୋଇଛି । କାର – ବାଇକ ମୁହାଁ ମୁହିଁ ଧକ୍କା ହୋଇଥିବା ସୂଚନା ରହିଛି । ଚନ୍ଦ୍ରଗିରି ଚିଟିଙ୍ଗ…

ନ୍ୟୁୟର୍କର La Guardia Airportର ରନଓ୍ବେରେ ବଡ଼ ଦୁର୍ଘଟଣା

ନ୍ୟୁୟର୍କ,୨୩।୩: ସୋମବାର (୨୩ ମାର୍ଚ୍ଚ) ନ୍ୟୁୟର୍କର ଲାଗାର୍ଡିଆ ବିମାନବନ୍ଦରରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏକ ଏୟାର କାନାଡା ଏକ୍ସପ୍ରେସ ବିମାନ ରନଓ୍ବେ ଉପରେ ଠିଆ ହୋଇଥିବା…

ଇସ୍ରାଏଲ ଉପରେ ନିକ୍ଷେପ କରାଯାଇଥିବା କ୍ଷେପଣାସ୍ତ୍ରରେ ସ୍ପେନିସ ପ୍ରଧାନମନ୍ତ୍ରୀଙ୍କ ଫଟୋ ଲଗାଇଲା ଇରାନ

ତେହରାନ୍‌,୨୩।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଏକ ଆକର୍ଷଣୀୟ ଘଟଣା ଘଟୁଛି। ଇସ୍ରାଏଲରେ ଲକ୍ଷ୍ୟସ୍ଥଳରେ ନିକ୍ଷେପ କରାଯାଇଥିବା ବାଲିଷ୍ଟିକ କ୍ଷେପଣାସ୍ତ୍ରରେ IRGC…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri