Categories: ଜାତୀୟ

୨ ହଜାର କୃଷକଙ୍କୁ ମାଗଣାରେ ଖାଇବାକୁ ଦେଇ ଚର୍ଚ୍ଚାରେ ଏହି ଢାବା

ହରିୟାଣା,୨୮ା୧୧: କୃଷକ ଆନ୍ଦୋଳନ ଶୁକ୍ରବାର ଉଗ୍ରରୂପ ଧାରଣ କରିଥିଲା। ଯେଉଁଥିପାଇଁ ସମଗ୍ର ରାଜପଥରେ ଯାନବାହନର ଲମ୍ବା ଧାଡ଼ି ଲଗାଯାଇଥିଲା। ଏହି ସମୟରେ ମୁର୍ଥଲର ପ୍ରସିଦ୍ଧ ଢାବା ‘ସୁଖଦେବ‘ ଚାଷୀଙ୍କ ପାଇଁ ମାଗଣା ଖାଦ୍ୟ ଏବଂ ପାନୀୟ ପାଇଁ ବ୍ୟବସ୍ଥା କରିଥିଲା। ଯାହା ବର୍ତ୍ତମାନ ଚର୍ଚ୍ଚାରେ ରହିଛି।

ପଞ୍ଜାବରୁ ଦିଲ୍ଲୀ ଆସିଥିବା ଚାଷୀମାନଙ୍କୁ ଏହି ଢାବା ମାଗଣାରେ ଖାଦ୍ୟ ଖାଇବାକୁ ଦେଇଥିଲା। ଏହି ବ୍ୟବସ୍ଥାରେ କୃଷକମାନେ ବହୁତ ଖୁସି ବ୍ୟକ୍ତ କରିଛନ୍ତି। ଏହା ସେମାନଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରିଛି ବୋଲି କୃଷକମାନେ କହିଛନ୍ତି।


‘ସୁଖଦେବ’ ଢାବା ୨ ହଜାର ଚାଷୀଙ୍କ ପାଇଁ ଖାଦ୍ୟ ପାନୀୟର ବ୍ୟବସ୍ଥା କରିଥିଲା। ଢାବା ମାଲିକ କହିଛନ୍ତି ଯେ, ଅନ୍ନଦାତାଙ୍କଠାରୁ ଅଧିକ ଦାତା କେହି ନାହାନ୍ତି। ମୁର୍ଥଲରେ ଖାଦ୍ୟର ଅଭାବ ରହିବ ନାହିଁ।

Share