ରିୟାଙ୍କ ନିକଟକୁ ଆସୁଛି ଅଫର ପରେ ଅଫର, ବଡ଼ ପ୍ରୋଜେକ୍ଟରେ ଆସିବେ ନଜର

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଏକ ବଡ଼ ପ୍ରୋଜେକ୍ଟରେ ନଜର ଆସିବେ। ଏହି ପ୍ରୋଜେକ୍ଟ ବିଷୟରେ ରିୟା ଏବେ ଚିନ୍ତା କରୁଛନ୍ତି। ରିୟା ଶେଷଥର ପାଇଁ ଫିଲ୍ମ ‘ଜଲେବୀ’ରେ ନଜର ଆସିଥିଲେ। ଯାହା ଏକ ରୋମାଣ୍ଟିକ୍‌ ଡ୍ରାମା ଫିଲ୍ମ ଥିଲା। ଏବେ ତାଙ୍କର ଆଗାମୀ ଫିଲ୍ମ ‘ଚେହେରେ’ ରିଲିଜ ଅପେକ୍ଷାରେ ରହିଛି। ରୁମି ଜାଫରୀଙ୍କ ଏହି ଫିଲ୍ମରେ ଅମିତାଭ ବଚ୍ଚନ, ଅନୁ କପୁର, ଇମ୍‌ରାନ ହାସମ ଏବଂ କ୍ରିଷ୍ଟାଲ ଡିସୁଜା ରହିଛନ୍ତି। ଏବେ ରିୟାଙ୍କ ନିକଟକୁ ଆଉ ଏକ ଅଫର ଆସିଛି। ‘ମହାଭାରତ’ରେ ରିୟା ଦ୍ରୌପଦୀ ଭୂମିକାରେ ଅଭିନୟ କରିବାକୁ ଅଫରଟି ମିଳିଛି। ଯାହାକୁ ନେଇ ରିୟା ବହୁତ ଖୁସି ଅଛନ୍ତି।

ରିୟା ପୂର୍ବରୁ ‘ବ୍ୟାଙ୍କ୍‌ ଚୋର’, ‘ହାଫ୍‌ ଗର୍ଲଫ୍ରେଣ୍ଡ’ ଏବଂ ‘ମେରେ ଡ୍ୟାଡ୍‌ କି ମାରୁତି’ରେ ନଜର ଆସିଥିଲେ। ଆଜିକାଲି ରିୟା ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ରହୁଛନ୍ତି। ରିୟା ଡ୍ରଗ୍‌ସ ମାମଲାରେ ଜେଲ୍‌ ଯାଇ ଫେରିଛନ୍ତି।

Share