Posted inଖେଳ

ସିଜନର ଶେଷ ଗେମ୍‌ ଖେଳିବ ଓଏଫ୍‌ସି: ବିଜୟ ସହ ପ୍ଲେ ଅଫ୍‌ ଲକ୍ଷ୍ୟ

ଭୁବନେଶ୍ୱର,୨୨।୨(ସ୍ପୋଟର୍‌ସ ବ୍ୟୁରୋ): ଇଣ୍ଡିଆନ୍‌ ସୁପର ଲିଗ୍‌ରେ ସିଜନର ନିଜର ଅନ୍ତିମ ମ୍ୟାଚ ଜାମସେଦପୁର ଏଫ୍‌ସି ବିପକ୍ଷରେ ଖେଳିବ ଓଡ଼ିଶା ଏଫ୍‌ସି (ଓଏଫ୍‌ସି)। କଳିଙ୍ଗ ଷ୍ଟାଡିୟମରେ ବୁଧବାର ଏହି ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ ଜିତିଲେ କିମ୍ବା ଡ୍ର ରଖିଲେ ଓଏଫ୍‌ସି ପ୍ଲେ ଅଫ୍‌ରେ ପ୍ରବେଶ କରିବ। ଏହି ମ୍ୟାଚ ପୂର୍ବରୁ ଓଡ଼ିଶା ୧୯ ମ୍ୟାଚରୁ ୯ ବିଜୟ ଓ ୩ ଡ୍ର ସହିତ ୩୦ ପଏଣ୍ଟ ହାସଲ କରି ପଏଣ୍ଟ ଟେବଲର ଷଷ୍ଠ ସ୍ଥାନରେ ରହିଛି। ଗୋଆ ଏଫ୍‌ସି ସମାନ ସଂଖ୍ୟକ ମ୍ୟାଚ ଖେଳି ୨୭ ପଏଣ୍ଟ ପାଇଥିବା ବେଳେ ଗୋଲ ବ୍ୟବଧାନରେ ଆଗୁଆ ରହିଛି। କଳିଙ୍ଗ ଷ୍ଟାଡିୟମରେ ଓଏଫ୍‌ସିର ରେକର୍ଡ ବଢିଆ ରହିଥିବା ବେଳେ ଆଉ ଏକ ୩ ପଏଣ୍ଟ ହାସଲ ଲକ୍ଷ୍ୟରେ ରହିଛି ଦଳ। ନର୍ଥଇଷ୍ଟ ବିପକ୍ଷ ଶେଷ ମ୍ୟାଚରେ ଓଡ଼ିଶା ୩-୧ରେ ଜିତିବା ସହ ପ୍ଲେ ଅଫ୍‌ ଦାବିଦାରୀ ଦୃଢ କରିଥିଲା। ଉଭୟ ଓଡ଼ିଶା ଓ ଜାମସେଦପୁର ମଧ୍ୟରେ ଖେଳା ଯାଇଥିବା ଶେଷ ମ୍ୟାଚକୁ ଓଏଫ୍‌ସି ୩-୨ରେ ଜିତିଥିଲା। ମ୍ୟାଚ୍‌ ପୂର୍ବରୁ ମଙ୍ଗଳବାର ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଯୋଗ ଦେଇଥିଲେ ମୁଖ୍ୟ କୋଚ ଯୋଶେପ୍‌ ଗୋମ୍ବାଉ ଓ ଲାଲଥୁଆମ୍ମଓ୍ବିଆ ରାଲ୍‌ଟେ ଏକ ଖବରଦାତା ସମ୍ମିଳନୀରେ ଯୋଗ ଦେଇଥିଲେ। ଓଏଫ୍‌ସି ସମ୍ମୁଖରେ ଯୋଗ୍ୟତା ଅର୍ଜନର ଏକ ବଢିଆ ସୁଯୋଗ ରହିଛି। ଜେଏଫ୍‌ସି ଶେଷ ମ୍ୟାଚରେ ହାଇଦ୍ରାବାଦ ଏଫ୍‌ସିକୁ ୩-୨ରେ ପରାସ୍ତ କରିଥିଲା। ଏହା ଏକ ଶକ୍ତିଶାଳୀ ଦଳ ଏଥିରେ କୌଣସି ଶଙ୍କା ନାହିଁ ମାତ୍ର ଅନ୍ତିମ ଘରୋଇ ମ୍ୟାଚକୁ ଜିତିବା ପାଇଁ ଆମେ ପ୍ରାଣପଣେ ଚେଷ୍ଟା କରିବୁ ବୋଲି କହିଛନ୍ତି ଓଡ଼ିଶା ଏଫ୍‌ସି ମୁଖ୍ୟ କୋଚ୍‌ ଯୋଶେପ୍‌ ଗୋମ୍ବାଉ। ଲାଲଥୁଆମ୍ମଓ୍ବିଆ ରାଲ୍‌ଟେ କହିଛନ୍ତି ବୁଧବାର ମ୍ୟାଚ ପାଇଁ ଆମେ ଏକ ସପ୍ତାହ ହେଲାଣି ଅଭ୍ୟାସ ଜାରି ରଖିଛୁ। କୋଚ୍‌ଙ୍କ ପରାମର୍ଶ ଅନୁସାରେ ଆମେ ଶତ ପ୍ରତିଶତ ଦେବାକୁ ପ୍ରୟାସ କରିଥାଉ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Gen Zକୁ ନେଇ ପ୍ରଶାନ୍ତ କିଶୋରଙ୍କ ବଡ଼ ଭବିଷ୍ୟବାଣୀ, ‘ସରକାରଙ୍କୁ ଜଣାଅଛି ଯେ…’

ନୂଆଦିଲ୍ଲୀ,୬।୮: ବାଙ୍କିପୁର ଉପନିର୍ବାଚନରେ ବଡ଼ ବିଜୟ ହାସଲ କରିବା ପରେ ଜନସୁରାଜ ପାର୍ଟିର ସଂସ୍ଥାପକ ପ୍ରଶାନ୍ତ କିଶୋର (PK) ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ନିଜର ରାଜନୈତିକ ରଣନୀତି…

ଛାତ୍ର ଆନ୍ଦୋଳନକୁ ନେଇ ରାହୁଲଙ୍କୁ ଟାର୍ଗେଟ କଲେ କଙ୍ଗନା: କହିଲେ- ଉସୁକାଇବା ପାଇଁ..

ନୂଆଦିଲ୍ଲୀ,୬।୮: ହିମାଚଳ ପ୍ରଦେଶର ମଣ୍ଡି ଲୋକ ସଭା ଆସନରୁ ଭାରତୀୟ ଜନତା ପାର୍ଟି (BJP) ସାଂସଦ କଙ୍ଗନା ରାଣାୱତ ଭାରତୀୟ ଜାତୀୟ କଂଗ୍ରେସର ନେତା ଏବଂ ଲୋକ…

RAC ଟିକେଟ୍ ଥିଲେ ଆଉ ଚିନ୍ତା ନାହିଁ, ଏବେ ମିଳିବ ପୁରା….

ନୂଆଦିଲ୍ଲୀ,୬।୮: ଭାରତୀୟ ରେଳରେ ଯାତ୍ରା କରୁଥିବା ଲକ୍ଷାଧିକ ଯାତ୍ରୀଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଦୀର୍ଘଦିନ ଧରି ଅନେକ ଯାତ୍ରୀଙ୍କ ଅଭିଯୋଗ ଥିଲା…

ଏହି କ୍ରିକେଟର୍‌ଙ୍କ ଘର ଉପରକୁ ପେଟ୍ରୋଲ ବୋମା ମାଡ଼: କାରଣ ଜାଣିଲେ…

ନୂଆଦିଲ୍ଲୀ,୬।୮: କିମ୍ବଦନ୍ତୀ ବାଂଲାଦେଶୀ କ୍ରିକେଟର ଏବଂ ପୂର୍ବତନ ଅଧିନାୟକ ସାକିବ ଅଲ ହାସନଙ୍କ ଘର ଉପରେ ପେଟ୍ରୋଲ ବୋମା ମାଡ଼ କରାଯାଇଛି। ବାଂଲାଦେଶର ସବୁଠାରୁ ସଫଳ କ୍ରିକେଟରମାନଙ୍କ…

ବିଲରେ ଛୁଆକୁ ଶୁଆଇଥିବା ବେଳେ କାମୁଡିଦେଲା ସାପ; ହଠାତ୍ ଫୁଲିଗଲା ମୁହଁ, ତାପରେ…

ପଟ୍ଟାଙ୍ଗି,୬।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ପୁକାଲି ଗ୍ରାମପଞ୍ଚାୟତର ମାଳିଗୁଡା ଗ୍ରାମରେ ସାପ କାମୁଡାରେ ଜଣେ ନାବାଳକଙ୍କର ମୃତ୍ୟୁ ହୋଇଛି । କୋରାପୁଟ…

ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କୁ ଦାବିପତ୍ର, ସ୍କୁଲ, କଲେଜ ଶିକ୍ଷକ କର୍ମଚାରୀଙ୍କ…

ମହାକାଳପଡ଼ା,୬ା ୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସମ୍ମୁଖରେ ଓଡ଼ିଶା ସ୍କୁଲ, କଲେଜ ଶିକ୍ଷକ, କର୍ମଚାରୀ ସମନ୍ବୟ ସମିତି ପକ୍ଷରୁ ୪ ଦଫା ଦାବି…

ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ‘ତେହେଲକା’ ସମ୍ପାଦକ: ହାଇକୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ,୬।୮: ୨୦୧୩ ମସିହାର ବହୁଚର୍ଚ୍ଚିତ ବଳାତ୍କାର ମାମଲା ସମ୍ପର୍କରେ ପୂର୍ବତନ ‘ତେହେଲକା’ ସମ୍ପାଦକ ତରୁଣ ତେଜପାଲଙ୍କୁ ଏକ ବଡ଼ ଝଟକା ଲାଗିଛି। ବମ୍ବେ ହାଇକୋର୍ଟର ଗୋଆ ବେଞ୍ଚ…

Gen Zଙ୍କୁ ବଡ଼ ଉପହାର ଦେଲେ ବିଜୟ, କଲେ ବଡ଼ ଘୋଷଣା: ମିଳିବ…

ଚେନ୍ନାଇ,୬।୮: ତାମିଲନାଡୁରେ ଟିଭିକେ ସରକାର ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପ୍ରଥମ ବଜେଟ ବିଧାନସଭାରେ ଉପସ୍ଥାପନ କରିଛି। ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ ନେତୃତ୍ୱାଧୀନ ଏହି ନୂଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri