ସମୟର ସ୍ବରୂପ

କେବେ ଭାବିଛନ୍ତି, ଯଦି ସମୟକୁ ରୋକି ହୁଅନ୍ତା ଆଉ ପୁଣି ବିଗତ ସମୟକୁ ଫେରେଇ ଆଣି ହୁଅନ୍ତା, ଏ ସାରା ସଂସାରଟା କେତେ ବିଚିତ୍ର ଲାଗନ୍ତା ସତେ। ଜନ୍ମ ମରଣ ସବୁ ଖେଳଘର ପରି ଲାଗନ୍ତା । କିଏ ବାପା କିଏ ମାଆ କିଏ ପୁଅ କିଏ ଶାଶୁ କିଏ ଶ୍ୱଶୁର କିଛି ଜାଣିହୁଅନ୍ତା ନାହିଁ। ସାରା ସଂସାରର ନିୟମ ସବୁ ଓଲଟପାଲଟ ହୋଇଯାନ୍ତା। ହେଲେ ଆମ ପ୍ରଚଳିତ ସଂସାର ଏକ ଅଫେରା ନଈର ଚିର ପ୍ରବାହିତ ସ୍ରୋତ ପରି ଯାହା ଆମକୁ ଭସାଇ ନେଉଛି କେବଳ ଆଗକୁ ଆଉ ଆଗକୁ।
ତେବେ ସମୟ କ’ଣ ଏକ ଘଟଣାର ପ୍ରବାହ ମାତ୍ର ଯେପରି କି ଆମ ଜୀବନଚକ୍ର। ପୃଥିବୀର ନିଜ ଚାରିପଟେ ଘୂରିବା ସହିତ ସୂର୍ଯ୍ୟ ଚାରିପଟେ ଘୂର୍ଣ୍ଣନକୁ ନେଇ ତିଆରି ହୋଇଥିବା ବର୍ଷ, ମାସ, ଦିନ ରାତି ଆଦି କ’ଣ ବାସ୍ତବ ସମୟ ନା ମଣିଷ ନିଜ କାର୍ଯ୍ୟ ସାଧନ ପାଇଁ ପ୍ରଣିତ ଏକ ଏକକ ମାତ୍ର। ଯଦି ମାନବ ସମାଜ କେବେ ଅନ୍ୟ ଏକ ଗ୍ରହକୁ ସ୍ଥାନାନ୍ତରିତ ହୁଏ ସେହି ଗ୍ରହରେ ଘୂର୍ଣ୍ଣନର ମାପଦଣ୍ଡକୁ ନେଇ ସମୟର ଏକକ ବି ବଦଳି ଯିବ। ସେଠି ମଣିଷର ଆୟୁଷ ମଧ୍ୟ ସେହି ଅନୁଯାୟୀ ନିର୍ଦ୍ଧାରିତ ହେବ। କହିବା ବାହୁଲ୍ୟ ଯେ ସମୟ ମାନବକୃତ ଏକ ପରିମାପ, କିନ୍ତୁ ସମ୍ପୂର୍ଣ୍ଣ ବିଶ୍ୱ ବ୍ରହ୍ମାଣ୍ଡ ପାଇଁ ଏହାର ସ୍ବରୂପ କିପରି? ଏ ପର୍ଯ୍ୟନ୍ତ ସମୟର ସବୁଠାରୁ ବୃହତମ ଏକକ ଆଲୋକ ବର୍ଷ ଯାହା ନକ୍ଷତ୍ରରୁ ନକ୍ଷତ୍ର ଏବଂ ନକ୍ଷତ୍ର ମଣ୍ଡଳରୁ (ଗାଲାକ୍ସି) ନକ୍ଷତ୍ର ମଣ୍ଡଳ ମଧ୍ୟରେ ଦୂରତାକୁ ମାପିବାରେ ବ୍ୟବହାର ହେଉଛି। ଅନ୍ୟପକ୍ଷରେ ସମୟର କ୍ଷୁଦ୍ରତମ ଏକକ ଆଟୋସେକେଣ୍ଡକୁ ମଣିଷ ପରମାଣୁ ମଧ୍ୟରେ ଥିବା ଅତିସୂକ୍ଷ୍ମ କଣିକାର ବେଗ ପରିବେଗ ମାପିବା ପାଇଁ ବ୍ୟବହାର କରୁଛି।
ତେବେ ସମୟର ଆରମ୍ଭ କେଉଁଠାରୁ ଓ ଏହା ସମାପ୍ତ କେଉଁଠି ହେବ, ସର୍ବୋପରି ସମୟର ସ୍ବରୂପ କ’ଣ ଏହା ବୈଜ୍ଞାନିକମାନଙ୍କ ପାଇଁ ଏବେ ବି ଏକ ଗବେଷଣାର ବିଷୟ ହୋଇ ରହିଯାଇଛି। କିଏ କହୁଛି ବିଗ୍‌ ବ୍ୟାଙ୍ଗ୍‌ର ଆରମ୍ଭ ହିଁ ସମୟର ଆରମ୍ଭ ଅର୍ଥାତ୍‌ ବିଶ୍ୱର ବୟସ ୧୩.୯କୋଟି ବର୍ଷ ଓ ଏହା ନିରନ୍ତର ଅସୀମ ଭାବରେ ପରିବ୍ୟାପ୍ତ ହୋଇ ଚାଲିଥିବ। ଆମେ ଅନୁଭବ କରୁଥିବା ୩ଟି ଆୟାମ ଉପରେ କେତେକ ବିଜ୍ଞାନୀ ସମୟକୁ ଚତୁର୍ଥ ଆୟାମ ଭାବରେ ବିବେଚନା କରି ପଦାର୍ଥ ବିଜ୍ଞାନର ଅନେକ ତତ୍ତ୍ୱ ଓ ଗାଣିତିକ ସରଞ୍ଚନାମାନ ପ୍ରଦାନ କରିଛନ୍ତି। ବିଶ୍ୱ ବିଖ୍ୟାତ ପଦାର୍ଥ ବିଜ୍ଞାନୀ ଆଲବର୍ଟ ଆଇନଷ୍ଟାଇନ ତାଙ୍କ ଆପେକ୍ଷିକ ତତ୍ତ୍ୱରେ ବର୍ଣ୍ଣନା କରି ମହାଶୂନ୍ୟ ଓ ସମୟକୁ ଏକ ନମନୀୟ ଚଦର ସଦୃଶ ତୁଳନା କରିଛନ୍ତି, ଯାହା ଉପରେ ବସ୍ତୁମାନେ ସେମାନଙ୍କ ଘନତ୍ୱ ଅନୁଯାୟୀ ଏକ ଖାତ ସଦୃଶ ଆକାର କରି ମାଧ୍ୟାକର୍ଷଣ ବଳରେ ଘୂରିବୁଲୁଛନ୍ତି। ଏହି ତତ୍ତ୍ୱ ଅନୁଯାୟୀ ଯେଉଁ ବସ୍ତୁର ଘନତା ଯେତେ ଅଧିକ ହେବ, ସେ ସେତେ ଗଭୀର ଖାତ କରି ଏହି ଚାଦର ଉପରେ ଗତି କରିବ ଓ ଏହି ଖାତର ଗଭୀରତା ଯେତେ ଅଧିକ ହେବ ତାହାର ମଧ୍ୟାକର୍ଷଣର ଶକ୍ତି ସେତିକି ବଢିଯିବ, ଯାହାର ପ୍ରଭାବରେ ବସ୍ତୁର ଚାରିପଟର ଦୂରତା ସଙ୍କୁଚିତ ହୋଇଯିବା ସହିତ ସମୟ ବି ଧିମା ହୋଇଯିବ। ଏହି ମହାଶୂନ୍ୟ ଓ ସମୟର ଚାଦର ଉପରେ ବସ୍ତୁତ୍ୱ ହୀନ କଣିକା ଫୋଟନ୍‌ (ଆଲୋକ) ହିଁ କେବଳ ସର୍ବାଧିକ ବେଗରେ ଗତି କରିପାରିବ, ଯାହାର ବେଗର ସୀମା ସେକେଣ୍ଡକୁ ପ୍ରାୟ ୩ଲକ୍ଷ କିଲୋମିଟର । ଏହି ତତ୍ତ୍ୱ ଅନୁଯାୟୀ ଫୋଟନ କଣିକାଗୁଡିକ ସମୟର ଅଧୀନ ନୁହନ୍ତି କିନ୍ତୁ ଅନ୍ୟ କୌଣସି ବସ୍ତୁ ଏହି ଆଲୋକର ବେଗରେ ଗତି କଲେ ସମୟ ତା’ ପାଇଁ ଧିମା ହୋଇଯିବ ଅର୍ଥାତ୍‌ ଆମେ ଯଦି ଆଲୋକର ବେଗରେ ଗତି କରିବା ତେବେ ଆମ ବୟସ ଅନ୍ୟମାନଙ୍କ ତୁଳନାରେ କମ୍‌ ହୋଇଯିବ। ମନେକରନ୍ତୁ, ଆମଠାରୁ ୨.୫୩୭ ଆଲୋକ ବର୍ଷ ଦୂରରେ ଥିବା ଏକ ନିକଟତମ ନକ୍ଷତ୍ରମଣ୍ଡଳ ଆଣ୍ଡ୍ରୋମେଡା ଗାଲାକ୍ସିକୁ ଆମେ ଏକ ଯାନରେ ଆଲୋକର ବେଗରେ ଯିବା ତେବେ ଆପେକ୍ଷିକ ତତ୍ତ୍ୱ ଅନୁସାରେ ଏହି ବେଗରେ ଗଲେ ଏତେ ବିଶାଳ ଦୂରତା ଅନେକ ଗୁଣା ସଙ୍କୁଚିତ ହୋଇଯିବ ଓ ଆମେ ମାତ୍ର କେତେ ଘଣ୍ଟାରେ ବା କିଛି ଦିନ ମଧ୍ୟରେ ସେଠାକୁ ଯାଇ ଫେରି ଆସିପାରିବା କିନ୍ତୁ ପୃଥିବୀକୁ ଫେରି ଆସିବା ବେଳକୁ ପୃଥିବୀରେ ୪କୋଟି ବର୍ଷ ଅତିବାହିତ ହୋଇଯାଇଥିବ। ହୁଏତ ସେତେବେଳକୁ ମଣିଷ ସଭ୍ୟତାର ବିବର୍ତ୍ତନ ହୋଇ ଆଉ ଅନ୍ୟ କୌଣସି ଜୀବର ବିକାଶ ଘଟିଥିବ ଅବା ମାନବ ସଭ୍ୟତା ବିଲୁପ୍ତ ହୋଇଯାଇଥିବ। ଅର୍ଥାତ୍‌ ବିଶ୍ୱରେ ସମୟ ସହିତ ବସ୍ତୁର ଘନତା ଓ ବେଗର ଅନେକ ସମ୍ପର୍କ ରହିଛି ଓ ଏହା ଆପେକ୍ଷିକ । ଆପେକ୍ଷିକ ତତ୍ତ୍ୱର ଏହି ନିୟମ ଅନୁଯାୟୀ ସମୟର ଆରମ୍ଭ ବିଗ୍‌ ବ୍ୟାଙ୍ଗ୍‌ରୁ ହୋଇଛି ଆଉ ଏହାର ଅନ୍ତ ବିଶ୍ୱର ସବୁଠାରୁ ଘନବସ୍ତୁ କୃଷ୍ଣ ଗର୍ତ୍ତ ବା ବ୍ଲାକ୍‌ହୋଲରେ ହୁଏ। ଅତି ସଘନ ବସ୍ତୁତ୍ୱ ଥିବାରୁ ବ୍ଲାକ୍‌ହୋଲର ମାଧ୍ୟାକର୍ଷଣ ଶକ୍ତିରୁ ସର୍ବାଧିକ ବେଗଗାମୀ ଆଲୋକ ବି ମୁକୁଳିପାରେ ନାହିଁ, ତେଣୁ ସମୟ ସେହିଠାରେ ଅଟକି ଯାଏ ଓ ଏହାର ଅନ୍ତ ଘଟେ। କେତେକ ବୈଜ୍ଞାନିକଙ୍କ ମତରେ ସାରା ବିଶ୍ୱର ସବୁ ଦୃଶ୍ୟମାନ ବସ୍ତୁ ଓ ସମୟ ଧୀରେ ଧୀରେ ବ୍ଲାକ୍‌ହୋଲମାନଙ୍କ ଶକ୍ତିଶାଳୀ ମାଧ୍ୟାକର୍ଷଣ ବଳ ମାଧ୍ୟମରେ ଶୋଷିତ ଓ ସମାପ୍ତ ହୋଇ ପୁଣି ଏକ ନୂତନ ବିଶ୍ୱ ସୃଷ୍ଟି କରିବେ। ଏହିପରି ସୃଜନ ଓ ବିନାଶର ଏକ ଚକ୍ର ସର୍ବଦା ଚାଲୁରହିବ।
କେତେକ ବିଜ୍ଞାନୀଙ୍କ ମତରେ ବିଶ୍ୱବ୍ରହ୍ମାଣ୍ଡରେ ସମୟର କୌଣସି ଅସ୍ତିତ୍ୱ ନାହିଁ ବରଂ ଏହା ଏକ ମାୟା । ଏହି ତତ୍ତ୍ୱକୁ ନେଇ ହଲିଉଡ୍‌ରେ ଅନେକ ଚଳଚ୍ଚିତ୍ର ମଧ୍ୟ ତିଆରି କରାଯାଇଛି, ଯେଉଁଥିମଧ୍ୟରୁ ମାଟ୍ରିକ୍ସ ଓ ମାଟ୍ରିକ୍ସ ରିଭୋଲ୍ୟୁଶନ ଅନ୍ୟତମ। ତେବେ ସମୟର ବାସ୍ତବତା କ’ଣ? ଅନ୍ୟ ଦୃଷ୍ଟିରେ ଦେଖିଲେ ସମୟ ଆଧୁନିକ ମନୁଷ୍ୟକୃତ ଏକ ଏକକ, ଯାହାର ବାସ୍ତବତା କେବଳ ମଣିଷ ସଭ୍ୟତା ଥିବା ପର୍ଯ୍ୟନ୍ତ ରହିଥିବ କିନ୍ତୁ ତାହା ପରେ ସମୟ କହିଲେ ଆଉ କି ପ୍ରୟୋଜନ ଥିବ। ଅତଏବ ମାନବ ସଭ୍ୟତା ପରି ଏକ ସଜୀବ ଅନୁଶୀଳନକ୍ଷମ ଚେତନା ସହିତ ସମୟର ଆଧାର ପର୍ଯ୍ୟବସିତ। ପ୍ରତ୍ୟେକ ମଣିଷ ପାଇଁ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସମୟ ଏକ ଘଟଣାର ପ୍ରବାହ ମାତ୍ର। ବ୍ୟକ୍ତିର ଜନ୍ମ ପୂର୍ବରୁ ଓ ମୃତ୍ୟୁ ପରେ ତାହା ପାଇଁ ସମୟର ସ୍ବରୂପ କିଛିନାହିଁ, ହଁ ପଠନ ଓ ଶ୍ରବଣ ମାଧ୍ୟମରେ କିଛି ବିଗତ ସମୟର ଇତିହାସ ତାହାକୁ ଗୋଚର ହୋଇପାରେ କିନ୍ତୁ ଭବିଷ୍ୟତ ସମୟ ବିଷୟରେ ସେ ସମ୍ପୂର୍ଣ୍ଣ ଅଗୋଚର ଓ ସମୟ ଉପରେ ଆମର କୌଣସି କର୍ତ୍ତୃତ୍ୱ ନାହିଁ। ମଣିଷ ପାଇଁ ସମୟର ସବୁଠାରୁ ବିଚିତ୍ର ପ୍ରକୃତି ହେଉଛି ଯେ ଏହା ଅଫେରା, ଯାହା ଥରେ ବିତିଗଲେ ଆଉ ଫେରି ଆସେନା ଓ ଭବିଷ୍ୟତ ସମୟ ସର୍ବଦା ଅଗୋଚର।
ବିଶ୍ୱ ବ୍ରହ୍ମାଣ୍ଡରେ ବସ୍ତୁର ବିପରିତଧର୍ମୀ ଏକ ପ୍ରତିବସ୍ତୁର ଅସ୍ତିତ୍ୱ ଥିବାର କେତେକେ ମତ ଦିଅନ୍ତି, ଯେଉଁ ତତ୍ତ୍ୱ ଅନୁଯାୟୀ ଆମ ବିଶ୍ୱର ଏକ ପ୍ରତିରୂପ ବିଶ୍ୱ ବି ଥାଇପାରେ। ବିରାଟ ବିଶ୍ୱର ଅନ୍ୟ କେଉଁ ଏକ କୋଣରେ ଏକ ପ୍ରତିରୂପ ବିଶ୍ୱରେ ଅନ୍ୟ କେଉଁ ଏକ ଗ୍ରହରେ ଆମର ଏକ ପ୍ରତିରୂପ ଥାଇପାରେ ଯାହା ଆମେ ଯେତେବେଳେ ଶୋଇଯାଉ ଜାଗ୍ରତ ଓ ଚେତନଶୀଳ ହୁଏ ଏବଂ ଆମେ ଯେତେବେଳେ ଜାଗ୍ରତ ରହୁ ତାହା ଶୋଇଯାଏ ଓ ଅବଚେତନ ସ୍ତରକୁ ଚାଲିଯାଏ। ବ୍ରହ୍ମାଣ୍ଡର ମହାଚେତନା ଏହି ପ୍ରତିରୂପର ଯୋଗସୂତ୍ର ରୂପରେ କାମ କରୁଥାଇପାରେ। ଏହି ପରିପ୍ରେକ୍ଷୀରେ ସମୟ ଆମ ପାଇଁ ଜାଗ୍ରତ ଓ ସୁସୁପ୍ତ ଅବସ୍ଥାର ଏକ ପ୍ରହେଳିକାମୟ ଲୁଚକାଳି ଖେଳ ଭଳି, ଯେଉଁଥିରେ ଆମକୁ ଆମ ନିଦ୍ରା ପର ଅଚେତନ ବ୍ରହ୍ମାଣ୍ଡର ରହସ୍ୟ ଅଗୋଚର ହିଁ ରହେ।
ସୂକ୍ଷ୍ମ ଦୃଷ୍ଟିରେ ଦେଖିଲେ ଆମେ ବିଶ୍ୱ ଭିତରେ ଅଛେ ଓ ବିଶ୍ୱ ଆମ ଭିତରେ ଅଛି ଠିକ୍‌ ସେହିପରି ଆମେ ସମୟ ଭିତରେ ଅଛେ ଓ ସମୟ ଆମ ଭିତରେ ଅଛି। ତେବେ ସମୟ ଓ ମହାଶୂନ୍ୟର ଏହି ପ୍ରବାହମାନ ସ୍ରୋତ ଭିତରେ କିଏ ପ୍ରବାହିତ ହେଉଛି; ନା ସମୟ ନା ମହାଶୂନ୍ୟ ନା ଆମ ଜୀବନଚକ୍ର, ବାସ୍ତବରେ ଏସବୁ ଭିତରେ ଜ୍ଞାନ ହିଁ ପ୍ରବାହମାନ ହୋଇ ବିକଶିତ ହେଉଛି।
ଦଧିବାବନପୁର, କଟକ
ମୋ: ୮୦୧୮୮ ୩୪୭୩୪


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

ଦିନକ ପରେ ବରଗଡ଼ ଧନୁଯାତ୍ରା: ମହୋତ୍ସବକୁ ନେଇ ଏମିତି କହିଲେ ଜିଲାପାଳ

ବରଗଡ,୨୨।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ୭୮ତମ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ଦିନେ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri