Posted inଫୁରସତ

୧୦ ବର୍ଷର ବାଳକଙ୍କ ପାଟିରେ ୫୦ ଦାନ୍ତ

ଭୋପାଳ,୧।୩:ମଧ୍ୟପ୍ରଦେଶର ଇନ୍ଦୋରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ୧୦ ବର୍ଷର ବାଳକ ପାଟିରୁ ୫୦ଟି ଦାନ୍ତ ବାହାରିଛି। ଗତ କିଛିଦିନ ହେବ ଯନ୍ତ୍ରଣା ହେଉଥିବା ପିଲାଟି ଦାନ୍ତରେ ହେଉଥିବା କହିବା ପରେ ଡାକ୍ତରମାନେ ତାଙ୍କ ଦାନ୍ତ ପରୀକ୍ଷା କରିଥିଲେ। ପରେ ଜଣାପଡିଥିଲା ଯେ ସେ ଏକ ବିରଳ ରୋଗରେ ପୀଡିତ ଅଛନ୍ତି। ଚିକିତ୍ସା ଜଗତରେ ଏହି ରୋଗକୁ ଓଡୋଣ୍ଟୋମା(Odontoma) କୁହାଯାଏ। ଲକ୍ଷରେ ଏହି ରୋଗର କେବଳ ଜଣେ କିମ୍ବା ଦୁଇ ଜଣଙ୍କୁ ହୋଇଥାଏ।

ସୂଚନାଯୋଗ୍ୟ,ଜଣେ ୧୦ ବର୍ଷର ଶିଶୁର ପାଟି ବହୁତ ଫୁଲି ରହୁଥିଲା। ଦୀର୍ଘ ଦିନ ଧରି ଦାନ୍ତରେ ଯନ୍ତ୍ରଣା ହେଉଥିବା ସେ ଘରେ କହୁଥିଲେ। ତାଙ୍କୁ ଡାକ୍ତରଖାନା ନେବାରୁ ଡାକ୍ତର ତୁରନ୍ତ ଅପରେସନ ଆବଶ୍ୟକ ବୋଲି କହିଥିଲେ।
ଡାକ୍ତର କହିବାଙ୍କ ଅନୁଯାୟୀ, ଯଦି ଏହି ରୋଗର ଚିକିତ୍ସା କରା ନ ଯାଏ ତେବେ ଏହାର ଗୁରୁତର ପରିଣାମ ଦେଖିବାକୁ ମିଳେ। ପିଲାଟିର ଏକ ଅସୁବିଧା ମଧ୍ୟ ଥିଲା ଯେ ଏହି ଅତିରିକ୍ତ ଦାନ୍ତ ତାଙ୍କ ସୁସ୍ଥ ଦାନ୍ତକୁ ମଧ୍ୟ ପ୍ରଭାବିତ କରୁଥିଲା। ତିନିଜଣ ଡାକ୍ତରୀ ଟିମ ପିଲାଟି ସଫଳତାର ସହିତ ଅପରେସନ କରିଛନ୍ତି। ଅପରେସନ ସମୟରେ ୩୦ଟି ଦାନ୍ତ କାଢି ଦିଆଯାଇଛି। ୧୮ ବର୍ଷ ବୟସ ବେଳକୁ ପିଲାଟିର ତିରିଶ ଦାନ୍ତ ଫେରି ଆସିବ ବୋଲି କୁହାଯାଉଛି। ଏହି ଅପରେସନ ବହୁତ କଷ୍ଟସାଧ୍ୟ ଥିଲା ଏବଂ ଏହାକୁ ସମ୍ପୂର୍ଣ୍ଣ କରିବାକୁ ଅଢେଇ ଘଣ୍ଟା ସମୟ ଲାଗିଥିଲା। ଏବେ ଶିଶୁର ସ୍ବାସ୍ଥ୍ୟ ଭଲ ଥିବା ଡାକ୍ତରମାନେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶ ନିର୍ବାଚନରେ ପୁରୁଣା ହୋଇଗଲା ‘ବ୍ୟାଟେଲ ଅଫ ବେଗମ୍ସ’, ଏବେ ରହମାନଙ୍କ ମଧ୍ୟରେ ସିଧା ଟକ୍କର

ଢାକା,୧୧।୨: ବାଂଲାଦେଶରେ ଫେବୃଆରୀ ୧୨, ୨୦୨୬ ରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏଥର, ପାରମ୍ପରିକ ‘ଦୋ ବେଗମ’ ରାଜନୀତି ପରିବର୍ତ୍ତେ, ଦୁଇ ରହମାନଙ୍କ ମଧ୍ୟରେ…

କେଉଁଦିନ ହେବ ମହାବିନାଶକାରୀ ରାତି? ଜଣାପଡିଲା ପ୍ରଳୟର ତାରିଖ!

ବିଶ୍ୱାସ, ଇତିହାସ ଏବଂ ରାଜନୀତି ଉପରେ ହେଉଥିବା ବିତର୍କରେ ପ୍ରାୟତଃ ବିନାଶକାରୀ ରାତିର ଉଲ୍ଲେଖ କରାଯାଏ। ସମ୍ପ୍ରତି, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ…

ବର ସାଜିବେ ସଚିନ ତେନ୍ଦୁଲକରଙ୍କ ପୁଅ: ଜାଣନ୍ତୁ ଅର୍ଜନୁଙ୍କ ମୋଟ ସମ୍ପତ୍ତି କେତେ

ନୂଆଦିଲ୍ଲୀ,୧୧।୨:ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ବିବାହ କାର୍ଡ ବଣ୍ଟାଉଛି। ସଚିନ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ସମେତ ଅନେକ ପ୍ରମୁଖ…

ଟ୍ରେଡ ଡିଲରେ ଆମେରିକା ଚୁପଚାପ କରିଦେଲା ଘୋଟାଲା! କ’ଣ ପରିବର୍ତ୍ତନ ହେଲା? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ଓ୍ବାଶିଂଟନ,୧୧।୨: ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପ୍ରତି ଘୋଷିତ ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତିନାମାକୁ ନେଇ ଏକ ନୂଆ ବିବାଦ ସୃଷ୍ଟି ହୋଇଛି। ହ୍ବାଇଟ ହାଉସ ଚୁପ ଚାପ…

ବିଜେଡିରୁ ଇସ୍ତଫା ଦେଲେ ଜିଲା ଉପସଭାପତି, ଏହି କାରଣ ଦର୍ଶାଇ…

ରାୟଗଡା,୧୧।୨(ଆଶିଷ ରଞ୍ଜନ ପଣ୍ଡା): ଜିଲାରେ ବିଜେଡି ପାଇଁ ବଢୁଛି ଅଡ଼ୁଆ। ଜିଲା କମିଟି ଘୋଷଣା ହେବା ପରେ ଦାୟିତ୍ୱ ପାଇଥିବା ଜଣେ ଉପସଭାପତି ତାଙ୍କ ପଦବୀରୁ ଇସ୍ତଫା…

ଆସନ୍ତାକାଲି ଦେଶବ୍ୟାପୀ ଧର୍ମଘଟ: ବାହାରକୁ ଯିବା ପୂର୍ବରୁ କ’ଣ ଖୋଲା, କ’ଣ ବନ୍ଦ, ଦେଖନ୍ତୁ…

ନୂଆଦିଲ୍ଲୀ/ଭୁବନେଶ୍ୱର,୧୧।୨: ଆସନ୍ତାକାଲି ଭାରତ ବନ୍ଦ ଡାକରା। କେନ୍ଦ୍ରୀୟ ଶ୍ରମ ଆଇନକୁ ବିରୋଧ କରି କେନ୍ଦ୍ର ସରକାର ବିରୋଧରେ ଦେଶବ୍ୟାପୀ ହରତାଳ ଓ ଧର୍ମଘଟ କରିବେ ବିଭିନ୍ନ ଶ୍ରମିକ…

ପୁଇଁହେବା ବେଳେ ବୃଦ୍ଧାଙ୍କ ଦେହରେ ଲାଗିଲା ନିଆଁ

ଆନନ୍ଦପୁର ୧୧।୨(ସୁଶାନ୍ତ କୁମାର ସାହୁ): ଶୀତରୁ ରକ୍ଷା ପାଇବା ପାଇଁ ନିଆଁ ପୁଇଁବା ବେଳେ ପୋଡିହୋଇ ବୃଦ୍ଧା ଜଣକ ଗୁରୁତର ହୋଇଛନ୍ତି। ଏଭଳି ଏକ ଘଟଣା ଘଟିଛି…

ଟ୍ରମ୍ପଙ୍କ ସାଂସଦ ଆଣିଲେ H1B ଭିଜା ଶେଷ କରିବାର ପ୍ଲାନ, ଜାଣନ୍ତୁ ଭାରତୀୟଙ୍କ ଉପରେ କ’ଣ ପଡ଼ିବ ପ୍ରଭାବ

ଓ୍ବାଶିଂଟନ,୧୧।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିକଟତର ଜଣେ ସାଂସଦ ଏକ ବିଲ ଆଗତ କରିଛନ୍ତି ଯାହା ଭାରତୀୟମାନଙ୍କ ପାଇଁ ଏକ ବଡ଼ ଆଘାତ। ସୋମବାର (ଫେବୃଆରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri