Posted inଫୁରସତ

ଓଡ଼ିଶୀ ନୃତ୍ୟ ଦେଇଛି ପରିଚୟ

ସେ ପିଲାଟିଦିନୁ କଳାପ୍ରେମୀ। କେଉଁଠି ବାଦ୍ୟ ବାଜିଲେ ଆପେ ଆପେ ନାଚି ଉଠେ ତାଙ୍କ କୁନି କୁନି ପାଦ। ଆଉ ପିଲାଦିନର ସେହି ରୁଚି ଆଜି ତାଙ୍କୁ ଦେଇଛି ଜଣେ ସଫଳ ଓଡ଼ିଶୀ ନୃତ୍ୟାଙ୍ଗନାର ପରିଚୟ। ସେ ହେଉଛନ୍ତି ଭୁବନେଶ୍ୱର ନାଲ୍‌କୋ ନଗରରେ ରହୁଥିବା ମାଆ ବିଷ୍ଣୁପ୍ରିୟା ମିଶ୍ର ଏବଂ ବାପା ବିଜୟ କୁମାର ମହାପାତ୍ରଙ୍କ ଝିଅ ଶୁଭଶ୍ରୀ। ସେ ମାତ୍ର ୫ ବର୍ଷ ବୟସରୁ ପୁଷ୍ପରଞ୍ଜନ ମଙ୍ଗରାଜଙ୍କ ନିକଟରେ ନୃତ୍ୟଶିକ୍ଷା ଆରମ୍ଭ କରିଥିଲେ। ଧୀରେ ଧୀରେ ଓଡ଼ିଶୀ ସଙ୍ଗୀତ ଓ ନୃତ୍ୟ ତାଙ୍କୁ ଆମ କଳା ଓ ସଂସ୍କୃତି ଆଡ଼କୁ ଆକୃଷ୍ଟ କରିଚାଲିଲା। ସେ ନିଜ ବିଦ୍ୟାଳୟ ବ୍ୟତୀତ ରାଜ୍ୟର ବିଭିନ୍ନ ମଞ୍ଚରେ ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ କରି ଦର୍ଶକଙ୍କଠାରୁ ସାଉଁଟିଛନ୍ତି ପ୍ରଶଂସା। ବର୍ତ୍ତମାନ ସୁଦ୍ଧା ସେ ଇଣ୍ଟରନ୍ୟାଶନାଲ୍‌ ଓଡ଼ିଶୀ ଡ୍ୟାନ୍ସ ଫେଷ୍ଟିଭାଲ୍‌-୨୦୨୨, ଉତ୍କଳଶ୍ରୀ ଅଲ୍‌ ଇଣ୍ଡିଆ ଡ୍ୟାନ୍ସ କ୍ଲାସିକାଲ୍‌ ଆଣ୍ଡ ଫୋକ୍‌ ଫେଷ୍ଟିଭାଲ୍‌- ୨୦୨୨, ନୃତ୍ୟାଞ୍ଜଳି ଫେଷ୍ଟିଭାଲ୍‌ ଭଳି ଅନେକ ଉତ୍ସବରେ ଏକକ ନୃତ୍ୟ ପରିବେଷଣ କରି ପୁରସ୍କୃତ ହୋଇଛନ୍ତି। ସେ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗରେ ମାଷ୍ଟର ଡିଗ୍ରୀ ହାସଲ କରିବା ସହିତ ପ୍ରାଚୀନ କଳାକେନ୍ଦ୍ର, ଚଣ୍ଡିଗଡ଼ରୁ ଓଡ଼ିଶୀରେ ନୃତ୍ୟ ବିଶାରଦ ମଧ୍ୟ ସମାପ୍ତ କରିସାରିଛନ୍ତି। ସତ୍ୟ ଉପରେ ଆଧାରିତ ଫିଲ୍ମ ବା ଡକ୍ୟୁମେଣ୍ଟାରୀ ଫିଲ୍ମରେ ରୁଚି ଥିବାରୁ ସେ କଲେଜପଢ଼ା ସହିତ ଅନେକ ଓଡ଼ିଆ ଡକ୍ୟୁମେଣ୍ଟାରୀ ଫିଲ୍ମ ମେକରଙ୍କ ସହ ଆସିଷ୍ଟାଣ୍ଟ ଡାଇରେକ୍ଟର ଏବଂ ସିନେମାଟୋଗ୍ରାଫର୍‌ ଭାବେ କାର୍ଯ୍ୟ କରିସାରିଛନ୍ତି। ସେହିପରି ସେ ସାଉଥ୍‌ ଇଣ୍ଡିଆନ୍‌ ଫିଲ୍ମ ଇଣ୍ଡଷ୍ଟ୍ରୀରେ ମଧ୍ୟ ପ୍ରଡକ୍ସନ ଟିମ୍‌ ସହିତ କାମ କରିଛନ୍ତି। ବର୍ତ୍ତମାନ ସେ ଭୁବନେଶ୍ୱରରେ ଏକ ଆଡ୍‌ ଏଜେନ୍ସିରେ କ୍ରିଏଟିଭ୍‌ ମ୍ୟାନେଜର ଭାବେ କାର୍ଯ୍ୟରତ ଅଛନ୍ତି। ସେ ନିଜର ସମସ୍ତ ସଫଳତା ପଛରେ ଅଭିଭାବକଙ୍କ ଉତ୍ସାହ ଓ ଗୁରୁଙ୍କ ପ୍ରୋତ୍ସାହନ ରହିଛି ବୋଲି ପ୍ରକାଶ କରନ୍ତି। ଭବିଷ୍ୟତରେ ଜଗନ୍ନାଥ ସଂସ୍କୃତି ଏବଂ ଓଡ଼ିଶୀ ନୃତ୍ୟ ଉପରେ ଅଧିକରୁ ଅଧିକ ରିସର୍ଚ୍ଚ କରି ବିଶ୍ୱଦରବାରରେ ଏହାର ପ୍ରଚାର ପ୍ରସାର କରିବାକୁ
ଲକ୍ଷ୍ୟ
ରଖିଥିବା କୁହନ୍ତି ଶୁଭଶ୍ରୀ।


Enter your email to get our daily news in your inbox.

All Right Reserved By Dharitri.Com

ମାଟିରେ ପ୍ଲାଷ୍ଟିକ୍‌ ପୋତିହୋଇ ଜଳଧାରଣ ହ୍ରାସ

ପଟ୍ଟାମୁଣ୍ଡାଇ,୧ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ପ୍ଲାଷ୍ଟିକର ବ୍ୟବହାର ବହୁଳ ଭାବରେ ବଢ଼ିଚାଲିଛି। ସହର ସାରା କୁଢ଼ କୁଢ଼ ପ୍ଲାଷ୍ଟିକ ଅଳିଆ ଓ ଆବର୍ଜନା…

‘ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ମହାମନିଷୀଙ୍କ ଅବଦାନ ଅବିସ୍ମରଣୀୟ’

କେନ୍ଦୁଝର,୧ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ପବିତ୍ର ଓଡ଼ିଶା ଦିବସରେ ଜିଲା ବିଜୁ ଜନତା ଦଳ ପକ୍ଷରୁ କେନ୍ଦୁଝର ଜିଲା ସଦରମହକୁମାଠାରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ଜିଲାପାଳଙ୍କ…

‘ଆତ୍ମନିର୍ଭର ଓଡ଼ିଶା ଗଠନ ପାଇଁ ସରକାର ସଂକଳ୍ପବଦ୍ଧ’

ସାକ୍ଷୀଗୋପାଳ,୧ା୩(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ସ୍ମୃତିପୀଠ ପୁରୀ ଜିଲାର ସତ୍ୟବାଦୀରେ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ସମାରୋହ ବୁଧବାର ପାଳିତ ହୋଇଛି। ଏହି…

ତୁମୁଡ଼ିବନ୍ଧ ବ୍ଲକ କାର୍ଯ୍ୟାଳୟରେ ଓଡ଼ିଆ ଦିବସ ପାଳନ

ତୁମୁଡ଼ିବନ୍ଧ,୧ା୩(ଦୀପକ କୁମାର ପରାସେଠ୍‌): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟର ସଭା ଗୃହରେ ୯୧ତମ ଓଡ଼ିଆ ଦିବସ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ତୁମୁଡିବନ୍ଧ ବ୍ଲକ ମଙ୍ଗଳ…

ଜୁଲାଇରେ ଜିମ୍ବାୱେ ଗସ୍ତ କରିବ ଟିମ୍ ଇଣ୍ଡିଆ, ଟି-୨୦ ସିରିଜରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିବ କି ସୁଯୋଗ ?

ନୂଆଦିଲ୍ଲୀ,୧।୪: ଟିମ୍ ଇଣ୍ଡିଆର ଜିମ୍ବାୱେ ଗସ୍ତର କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଭାରତୀୟ ଦଳର ଏହି ଗସ୍ତ ଜୁଲାଇରେ ହେବାକୁ ଯାଉଛି। ଏହି ଗସ୍ତ ସମୟରେ ତିନି ମ୍ୟାଚ୍…

ନାବାଳିକା ୭ ମାସର ଅନ୍ତଃସତ୍ତ୍ୱା, ଅଭିଯୁକ୍ତ ଗିରଫ

ଚାନ୍ଦବାଲି, ୩୦ା୩(କିଷାନ ପାତ୍ର): ଭଦ୍ରକ ଜିଲା ଚାନ୍ଦବାଲି ଥାନା ଅଞ୍ଚଳର ଜଣେ ନାବାଳିକା ୭ ମାସର ଅନ୍ତଃସତ୍ତ୍ୱା ହେବା ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ…

ପ୍ରସ୍ତାବିତ ମେଗା ଷ୍ଟିଲପ୍ଲାଣ୍ଟ ପାଇଁ ଗ୍ରାମସଭା: ଏକର ପିଛା ଏତିକି କୋଟି ଦାବି

ପାଟଣା, ୧।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅଞ୍ଚଳ ରେ ପ୍ରସ୍ତାବିତ ମେଗା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ବୁଧବାର ଚେମଣା ପଞ୍ଚାୟତ ଅଙ୍ଗି…

ରୋଷେଇ କରୁଥିବାବେଳେ ଫାଟିଲା ଗ୍ୟାସ୍‌ ସିଲିଣ୍ଡର, ଆଉ ତା’ ପରେ…

ତୁମୁଡ଼ିବନ୍ଧ,୧ା୩(ଦୀପକ କୁମାର ପରାସେଠ୍‌): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଥାନା ମୁଖ୍ୟ ବଜାରସ୍ଥିତ ଦୁଷ୍ମନ୍ତ ସାହୁ ନାମକ ବ୍ୟବସାୟୀଙ୍କ ବାସଭବନ ରୋଷେଇ ଘରେ ରନ୍ଧନ ଗ୍ୟାସ ଫାଟି ଯିବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri