ଓଡ଼ିଶାର ଦୀର୍ଘତମ ଫ୍ଲାଏଓଭର ଲୋକାର୍ପିତ 

ଯୋଡ଼ା,୧୧ା୩(ମାନସ ମହାନ୍ତି)- କେନ୍ଦୁଝର ଜିଲାର ଯୋଡ଼ାଠାରେ ଓଡ଼ିଶାର ଦୀର୍ଘତମ ଫ୍ଲାଏଓଭର ସୋମବାର ଲୋକାର୍ପିତ ହୋଇଯାଇଛି। ୩ କି.ମି. ଲମ୍ବ ବିଶିଷ୍ଟ ଏହି ଫ୍ଲାଏଓଭରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଲୋକାର୍ପଣ କରିଛନ୍ତି। କାର୍ଯ୍ୟକ୍ରମରେ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଉପସ୍ଥିତ ଥିଲେ।
ଏହି ଅବସରରେ ଯୋଡ଼ା ବନେଇକଳାସ୍ଥିତ ଦୁର୍ଗାପୂଜା ପଡ଼ିଆରେ ଆୟୋଜିତ ଉଦ୍‌ଘାଟନୀ ଉତ୍ସବରେ କେନ୍ଦୁଝର ଜିଲାପାଳ ବିଶାଲ ସିଂଙ୍କ ସମେତ ଜିଲା ପ୍ରକଳ୍ପ ନିର୍ଦ୍ଦେଶକ ବିଷ୍ଣୁପ୍ରସାଦ ଆଚାର୍ଯ୍ୟ, ଚମ୍ପୁଆ ବିଧାୟିକା ମୀନାକ୍ଷୀ ମହାନ୍ତ, ଯୋଡ଼ା ବ୍ଲକ ଅଧ୍ୟକ୍ଷ କବୀନ୍ଦ୍ର ନାଏକ, ଯୋଡ଼ା ପୌର ଅଧ୍ୟକ୍ଷ ଡା. ଜଗଦୀଶ ପ୍ରସାଦ ସାହୁ, ଉପାଧ୍ୟକ୍ଷା ସା ପାତ୍ର, ବଡ଼ବିଲ ପୌରାଧ୍ୟକ୍ଷ ଲକ୍ଷ୍ମଣ ମହାନ୍ତ, ଯୋଡ଼ା ସହରର ବିଭିନ୍ନ ୱାର୍ଡ କାଉନସିଲର, ବିଜେଡିର ଯୁବ ସଙ୍ଗଠକ, ଯୋଡ଼ା ଟ୍ରକ୍‌ ମାଲିକ ସଂଘ ସମ୍ପାଦକ ସୁଶାନ୍ତ କୁମାର ବାରିକ୍‌, ଯୋଡ଼ା ବ୍ଲକ ଅଧୀନ ବିଭିନ୍ନ ପଞ୍ଚାୟତ ସରପଞ୍ଚ, ଓଡ଼ିଶା ବ୍ରିଜ୍‌ କନ୍‌ଷ୍ଟ୍ରକ୍ସନ କର୍ପୋରେଶନର ଚିଫ୍‌ ଜେନେରାଲ ମ୍ୟାନେଜର ଅଜିତ ବାବୁ, ଓବିସିସିର ଜେନେରାଲ ମ୍ୟାନେଜର ନରସିଂହ ମହାନ୍ତ, ଚେଭରୋକ୍ସ ଠିକା ସଂସ୍ଥାର ମୁଖ୍ୟ ବିପୁଲ ବାରାଟ, ଚେଭରୋକ୍ସର ଅଧ୍ୟକ୍ଷ କିଶୋର ବିରଙ୍ଗାମାଙ୍କ ସମେତ ଯୋଡ଼ାର ବହୁ ମାନ୍ୟଗଣ୍ୟ ମହିଳା ଓ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ।
ବହୁ ପ୍ରତୀକ୍ଷିତ ଫ୍ଲାଏଓଭର ପ୍ରକଳ୍ପର ଲୋକାର୍ପଣ ଉତ୍ସବରେ ପ୍ରାୟ ୬ ହଜାରରୁ ଅଧିକ ଜନସାଧାରଣ ଉପସ୍ଥିତ ଥିଲେ। ପ୍ରଦୂଷଣ ଓ ଅନିୟନ୍ତ୍ରିତ ଟ୍ରାଫିକ ସମସ୍ୟାରୁ ମୁକ୍ତି ପାଇଁ ଯୋଡ଼ାବାସୀଙ୍କ ବହୁଦିନର ଦାବିକୁ ରାଜ୍ୟ ସରକାର ଡିଏମ୍‌ଏଫ୍‌ ଅର୍ଥ ବିନିଯୋଗକରି  ଫ୍ଲାଏଓଭର ନିର୍ମାଣ  କରିଥିବାରୁ  ବିଧାୟିକା ମୀନାକ୍ଷୀ ମହାନ୍ତ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ବିଧାୟିକା ଫଳକ ଉନ୍ମୋଚନକରି ଫ୍ଲାଏଓଭରରେ ଯାତାୟାତର ଶୁଭାରମ୍ଭ କରିଥିଲେ। ଉତ୍ସାହ ଓ ଉଦ୍ଦୀପନାର ସହ ଯୁବଗୋଷ୍ଠୀ ଓ ସାଧାରଣ ଲୋକେ ଫ୍ଲାଏଓଭର ଉପରେ ହାଲୁକା ଯାନବାହନ ଓ ଦୁଇଚକିଆ ଧରି ବୁଲିଥିଲେ। ଏପରିକି ଦୀର୍ଘତମ ଏକ ଫ୍ଲାଏଓଭରକୁ ମହିଳାମାନେ ଚାଲି ଚାଲି ବୁଲିଥିଲେ। ତେବେ ଓବିସିସିର କନିଷ୍ଠ ଯନ୍ତ୍ରୀ କହିଛନ୍ତି, କମ୍ପ୍ରେସିଭ ଷ୍ଟ୍ରେନ୍ଥ ଆସିବା ପରେ ଭାରିଯାନ ଚଳାଚଳ ପାଇଁ ଆଉ କିଛି ଦିନ ପରେ ଅନୁମତି ଦିଆଯିବ। ଅନ୍ୟପକ୍ଷରେ ଫ୍ଲାଏଓଭର ତଳେ ସହରରେ ନିର୍ମାଣ ଚାଲିଥିବା ସର୍ଭିସ୍‌ ରୋଡ୍‌ ଆଗାମୀ ୨ ମାସ ମଧ୍ୟରେ ସରିବ ବୋଲି ଚେଭରୋକ୍ସର ମାନବ ସମ୍ବଳ ଅଧିକାରୀ ଭାଗୀରଥି ପଣ୍ଡା କହିଥିଲେ।

Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri