ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ ଝୁଲା ପୋଲ, ଟ୍ରି ହାଉସ୍‌

କେନ୍ଦୁଝର,୧୧ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାର ପ୍ରସିଦ୍ଧ ସାନଘାଗରା ଜଳ ପ୍ରପାତ ନିକଟରେ ଥିବା ନେଚର୍‌ କ୍ୟାମ୍ପ (ପ୍ରକୃତି ନିବାସ)ରେ ନିର୍ମାଣ ହୋଇଥିବା ଝୁଲା ପୋଲ ଓ ଟ୍ରି ହାଉସ ସୋମବାର ଲୋକାର୍ପିତ ହୋଇଛି।
 ଉଦ୍‌ଘାଟନୀ ଉତ୍ସବରେ ଏମ୍‌ପି ଚନ୍ଦ୍ରାଣି ମୁର୍ମୁ, ଜିଲା ପରିଷଦ ଅଧ୍ୟକ୍ଷା ସାଗରିକା ସାହୁ, ଜିଲାପାଳ ବିଶାଲ ସିଂହ,ଏସ୍‌ପି ନୀତିନ କୁଶଲକର ଡାଗଡୁ, ଡିଏଫ୍‌ଓ ଏଚ୍‌ଡି ଧନରାଜ ପ୍ରମୁଖ ଯୋଗ ଦେଇଥିଲେ। ନେଚର କ୍ୟାମ୍ପରେ ରହିବାକୁ ଆସୁଥିବା ପର୍ଯ୍ୟଟକମାନେ ହିଁ କେବଳ ଝୁଲା ପୋଲ ଓ ଟ୍ରି ହାଉସ୍‌ ମଜା ନେଇପାରିବେ।
ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଭୂମିଠାରୁ ପ୍ରାୟ ୨୦ ଫୁଟ ଉଚ୍ଚରେ  ନିର୍ମାଣ କରାଯାଇଛି ଏକ ଝୁଲନ୍ତା ପୋଲ ଓ  ଟ୍ରି ହାଉସ୍‌ (ଗଛ ଉପରେ ଘର୍‌)। ଏଠାରେ ଥିବା ଗଛ ଗୁଡ଼ିକୁ ସଂଯୋଗ କରି ପ୍ରାୟ ୨୭୦ ଫୁଟ ଝୁଲନ୍ତା ପୋଲ ନିର୍ମାଣ କରାଯାଇଛି। ଏଥିରେ ପର୍ଯ୍ୟଟକ ବୁଲି ଚାରିପଟର ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ ବୋଲି ଅତିରିକ୍ତ ବନ ସଂରକ୍ଷକ ଅଶୋକ ଦାସ କହିଛନ୍ତି। ସେହିପରି ଏହି ଝୁଲନ୍ତା ପୋଲ ମଝିରେ ଗଛରେ ନିର୍ମାଣ ହୋଇଛି ବିଶ୍ରାମ ସ୍ଥଳୀ (ଟ୍ରି ହାଉସ୍‌)। ଯେଉଁଥିରେ ଛିଡ଼ା ହୋଇ ପର୍ଯ୍ୟଟକ ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ।
ପ୍ରକାଶ ଯେ,  ଏହି ପ୍ରକୃତି ନିବାସରେ ରହିଛି ୫ଟି କଟେଜ୍‌। ଏଥିସହ ଗୋଟିଏ ଅଧିକ ପର୍ଯ୍ୟଟକ ଆସିଲେ ଏକ ସଙ୍ଗେ ରହିବା ପାଇଁ ଡରମିଟୋରି  ଓ ଡ୍ରାଇଭରଙ୍କ ପାଇଁ ରହିଛି ବିଶ୍ରାମ ଗୃହ। ପ୍ରାୟ ୨୦ ଲକ୍ଷ ଟଙ୍କା ବ୍ୟୟରେ ଝୁଲାପୋଲ ଓ ଟ୍ରି ହାଉସ୍‌ ନିର୍ମାଣ ହୋଇଥିବା ସୂଚନା ମିଳିଛି।  ତେବେ ବନ ବିଭାଗ ପକ୍ଷରୁ ମାଙ୍କଡ଼ ଓ ଅନ୍ୟ ଜୀବଜନ୍ତୁଙ୍କ ସୁରକ୍ଷିତ ରାସ୍ତାପାର ହେବା ପାଇଁ ଏନ୍‌ଏଚ୍‌ନଂ. ୪୯ର ବିଭିନ୍ନ ସ୍ଥାନରେ ଲକ୍ଷାଧିକ ଟଙ୍କା ବ୍ୟୟରେ କ୍ୟାନ୍‌ପି ବ୍ରିଜ୍‌ (ଝୁଲନ୍ତା ପୋଲ) ନିର୍ମାଣ ହୋଇଥିଲେ ମଧ୍ୟ ସେଗୁଡ଼ିକ କାମରେ ଲାଗୁନାହିଁ। ଏପରିକି ରକ୍ଷଣା ବେକ୍ଷଣ ଅଭାବରୁ ଭାଙ୍ଗିବାକୁ ବସିଲାଣି। ତେଣୁ ଲକ୍ଷାଧିକ ଟଙ୍କା ବ୍ୟୟରେ ପର୍ଯ୍ୟଟକଙ୍କ ପାଇଁ ନିର୍ମାଣ ହୋଇଥିବା ଝୁଲନ୍ତା ପୋଲ କେତେ ସୁରକ୍ଷିତ ଓ ଆକର୍ଷଣୀୟ ହୋଇ ପାରିବ ତାହା ଆଗାମୀ ଦିନରେ ଜଣା ପଡ଼ିବ ବୋଲି ମତ ପ୍ରକାଶ ପାଉଛି।

Enter your email to get our daily news in your inbox.

All Right Reserved By Dharitri.Com

‘ସେବା ସଂକଳ୍ପ ଅଭିଯାନ’ରେ ସାମିଲ ହେଲେ ରାଜ୍ୟ ସଭା ଏମ୍‌ପି: କଲେ ବୃକ୍ଷରୋପଣ

କର୍ଲାମୁଣ୍ଡା, ୨୯।୯ (ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ଅଞ୍ଚଳକୁ ମଙ୍ଗଳବାର ରାଜ୍ୟ ସଭା ଏମ୍‌ପି ସୁଜିତ୍‌ କୁମାର ଗସ୍ତ କରିଛନ୍ତି। ତାଙ୍କ ସହ…

ମୃତକଙ୍କ ପରିବାର ଲୋକଙ୍କୁ ଭେଟିଲେ ଗଣ୍ଡ ସମାଜ ପ୍ରତିନିଧି ଦଳ, ବଢ଼ାଇଲେ ସହାୟତାରେ ହାତ

ତୁମୁଡିବନ୍ଧ,୨୯।୯:(ଦୀପକ କୁମାର ପରାସେଠ): ରାଜ୍ୟସ୍ତରୀୟ ଗଣ୍ଡ ସମାଜର ଏକ ପ୍ରତିନିଧି ଦଳ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଲଙ୍କାଗଡ଼ ପଞ୍ଚୟତ ଗସ୍ତକରି ଏକ ମର୍ମନ୍ତୁଦ ଦୁର୍ଘଟଣାରେ ପ୍ରାଣ…

ଐଶ୍ୱର୍ଯ୍ୟାଙ୍କ ରୟାଲ ଲୁକ୍‌ ଦେଖି ଅଟକିଗଲା ସମସ୍ତଙ୍କ ନଜର

ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ପୁଣିଥରେ ନିଜ ଗ୍ଲାମରସ ଲୁକ୍‌କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଆଇଫେଲ ଟାୱାର୍‌ର ଚମତ୍କାର ପୃଷ୍ଠଭୂମିରେ ଆୟୋଜିତ ‘ଲୋରିଆଲ ପ୍ୟାରିସ ଲେ…

ଖେଳିବାକୁ ଆସି ପୋଖରୀରେ ବୁଡ଼ି ଚାଲିଗଲା ଦଶମ ଶ୍ରେଣୀ ଛାତ୍ରଙ୍କ ଜୀବନ, ଖେଳ ଶିକ୍ଷକ ନିଲମ୍ବିତ

ଖୋର୍ଦ୍ଧା,୨୯।୯(ପ୍ରଭାତ ପାଣିଗ୍ରାହୀ): ଖେଳିବାକୁ ଆସି ପୋଖରୀରେ ବୁଡ଼ି ଚାଲିଗଲା ଦଶମ ଶ୍ରେଣୀ ଛାତ୍ରଙ୍କ ଜୀବନ । ଖୋର୍ଦ୍ଧା ଜିଲା ନରଣଗଡ଼ସ୍ଥିତ ଚିନ୍ତାମଣି ବିଦ୍ୟା ନିକେତନ ନିକଟରେ ଘଟିଛି…

ବନ୍ଦ ହେଲା ହୀରାକୁଦର ୬ ଗେଟ୍‌, ଏତିକି ଗେଟ୍‌ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ

ସମ୍ବଲପୁର,୨୯।୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବା ପରେ ମଙ୍ଗଳବାର ୪ଟି ଗେଟ୍‌ ବନ୍ଦ କରି ଦିଆଯାଇଛି। ଫଳରେ ହୀରାକୁଦ ଜଳଭଣ୍ଡାରର ବାମ…

ସଭା କଲେ ନାଁ ନେଲେନି

ଭୁବନେଶ୍ୱର, ୨୯।୯(ସୁନିତ୍‌ ମିଶ୍ର): ଏମ୍‌ଏମ୍‌ଡିଆର୍‌ ସଂଶୋଧନ ବିଲ୍‌ ଏକ ସାଧାରଣ କଥା ନୁହେଁ। ରାଜ୍ୟର ଅଧିକାର ସହିତ ଏହି ବିଲ୍‌ ଜଡ଼ିତ। ଓଡ଼ିଶାର ଖଣି, ଜମି ଉପରେ…

ଗୋବିନ୍ଦା-କୋମଲ ରାଣୀଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା; ପୁଣି ମୁହଁ ଖୋଲିଲେ ସୁନିତା, କହିଲେ ସେ ଖୁସିରେ…

ମୁମ୍ବାଇ,୨୯।୯: ବଲିଉଡ୍‌ ଅଭିନେତା ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନିତା ଆହୁଜାଙ୍କ ବିବାହିତ ଜୀବନକୁ ନେଇ କିଛି ସମୟ ଧରି ବିଭିନ୍ନ ଚର୍ଚ୍ଚା ହେଉଛି। ଏହାରି ମଧ୍ୟରେ…

ବିଦା ହେଲେ ପ୍ରେମିକା! ଏଥର ସୁନିତା ଆହୁଜାଙ୍କ ହାତ ଧରିଥିବା ନଜର ଆସିଲେ ଗୋବିନ୍ଦା; ୟୁଜର୍ସ କହିଲେ…

ମୁମ୍ବାଇ,୨୯।୯: ବଲିଉଡର ବରିଷ୍ଠ ଅଭିନେତା ଗୋବିନ୍ଦାଙ୍କ ବ୍ୟକ୍ତିଗତ ଜୀବନ କିଛି ସମୟ ଧରି କ୍ରମାଗତ ଭାବେ ଚର୍ଚ୍ଚାର ବିଷୟ ପାଲଟିଛି। ସୋସିଆଲ ମିଡିଆ ଏବଂ ମନୋରଞ୍ଜନ ଜଗତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?