ଓଡ଼ିଶାର ଅନ୍ତରୀଣ ଆବେଦନ ଖାରଜ

ନୂଆଦିଲ୍ଲୀ,୧୭ା୯(କୁଲ୍‌ଦୀପ ସିଂ) ଓଡ଼ିଶା-ଛତିଶଗଡ଼ ମଧ୍ୟରେ ଚାଲିଥିବା ମହାନଦୀ ଜଳ ବିବାଦ ମାମଲାରେ ଶନିବାର ଓଡ଼ିଶାକୁ ଝଟ୍‌କା ଲାଗିଛି। ମାମଲା ଶେଷ ହେବା ପର୍ଯ୍ୟନ୍ତ ମହାନଦୀ ଉପରମୁଣ୍ଡରେ ଛତିଶଗଡ଼ କରୁଥିବା ନିର୍ମାଣ ରୋକିବା ସହ ଅଣମୌସୁମୀ ସମୟରେ ୧.୭୪ମେଗାଓ୍ବାଟ ଜଳ ଛାଡ଼ିବା ପାଇଁ ଛତିଶଗଡ଼କୁ ନିର୍ଦ୍ଦେଶ ଦେବାକୁ ଓଡ଼ିଶା କରିଥିବା ଅନ୍ତରୀଣ ଆବେଦନକୁ ଶନିବାର ଟ୍ରିବ୍ୟୁନାଲ ଖାରଜ କରିଛନ୍ତି। ସୁପ୍ରିମ୍‌କୋର୍ଟ ପୂର୍ବତନ ବିଚାରପତି ଏ. ଏମ୍‌. ଖାନ୍‌ଓ୍ବିଲ୍‌କରଙ୍କ ନେତୃତ୍ୱରେ ଗଠିତ ଟ୍ରିବ୍ୟୁନାଲର ୩ଜଣିଆ ଖଣ୍ଡପୀଠ ଅନ୍ତରୀଣ ଆବେଦନର ଶୁଣାଣି କରି ଓଡ଼ିଶା ପକ୍ଷରୁ ଯେଉଁ ଆବେଦନ କରାଯାଇଛି, ବର୍ତ୍ତମାନ ସ୍ଥିତିରେ ରାୟ ଦେବାପାଇଁ କୌଣସି ଗମ୍ଭୀର ସ୍ଥିତି ସୃଷ୍ଟି କରିନାହିଁ ବୋଲି ଟିପ୍ପଣୀ ଦେଇଛନ୍ତି। ପରବର୍ତ୍ତୀ ସମୟରେ ଓଡ଼ିଶା ଚାହିଁଲେ ଆଉ ଏକ ସାନି ଆବେଦନ କରିପାରିବ ବୋଲି କହିଛନ୍ତି। ଏଥିସହିତ ଉଭୟ ରାଜ୍ୟକୁ ଆସନ୍ତା ୧୦ଦିନ ମଧ୍ୟରେ ନିଜ ନିଜ ସାକ୍ଷୀଙ୍କ ତାଲିକା ପ୍ରଦାନ କରିବାକୁ ଖଣ୍ଡପୀଠ କହିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୧୯ରେ ହେବ।

ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ୨୦୧୮-୧୯ ଏବଂ ୨୦୨୨-୨୩ ମଧ୍ୟରେ ଅଣମୌସୁମୀ ସମୟରେ ଛତିଶଗଡ଼ ସରକାର ହୀରାକୁଦ ଡ୍ୟାମ୍‌କୁ ୧.୩୨୮ ମିଲିୟନ ଏକର ଫୁଟ(ଏମ୍‌ଏଏଫ) ଜଳ ଛାଡ଼ିଥିଲା। ଏହା ୨୦୦୫-୦୬ ଏବଂ ୨୦୧୫-୧୬ରେ ଛତିଶଗଡ଼ ଛାଡ଼ିଥିବା ଜଳଠାରୁ ୧.୨୫୨ଏମ୍‌ଏଏଫ୍‌ ଅଧିକ। ହେଲେ ୨୦୧୫-୧୬, ୨୦୧୬-୧୭ ଏବଂ ୨୦୧୭-୧୮ରେ ଛତିଶଗଡ଼ ସରକାର ଯଥାକ୍ରମେ ୦,୭୮୭ ଏମ୍‌ଏଏଫ୍‌, ୦,୭୦୬ ଏମ୍‌ଏଏଫ୍‌ ଏବଂ ୦.୭୭୬ ଏମ୍‌ଏଏଫ୍‌ ଜଳ ହ୍ରାସ କରାଯାଇଥିଲା। ଫଳରେ ଓଡ଼ିଶା ସରକାର ବାଧ୍ୟ ହୋଇ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନେବାକୁ ଟ୍ରିବ୍ୟୁନାଲ୍‌ଙ୍କ ଦ୍ୱାରସ୍ଥ ହୋଇଥିଲେ। ଯଦି ସ୍ଥିତାବସ୍ଥା ଜାରି କରାଯିବା, ତେବେ ମାମଲାର ବିଚାର ସମୟରେ ଛତିଶଗଡ଼ ସର୍ବନିମ୍ନ ୧,୨୫୨ଏମ୍‌ଏଏଫ୍‌ ଜଳ ପ୍ରବାହ କରିପାରିବ ବୋଲି ଓଡ଼ିଶା ପକ୍ଷରୁ କୁହାଯାଇଥିଲା। ଟ୍ରିବ୍ୟୁନାଲରେ ମହାନଦୀ ଜଳ ବିବାଦର ପ୍ରଥମ ଶୁଣାଣି ପୂର୍ବରୁ ୨୦୧୮ ଅକ୍ଟୋବର ୯ରେ ମଧ୍ୟ ଓଡ଼ିଶା ସରକାର ଏକ ଅନ୍ତରୀଣ ଆବେଦନ କରିଥିଲେ। ଜଳ ବିବାଦ ମାମଲାର ବିଚାର ଶେଷ ନ ହେବା ପର୍ଯ୍ୟନ୍ତ ଟ୍ରିବ୍ୟୁନାଲଠାରୁ ଅନ୍ତରୀଣ ରହିତାଦେଶ ଓଡ଼ିଶା ସରକାର ଚାହିଁଥିଲେ। ଅଣମୌସୁମୀ ସମୟ(ନଭେମ୍ବରରୁ ମେ’ ମାସ) ମଧ୍ୟରେ ଓଡ଼ିଶାର ତଳମୁଣ୍ଡରେ ଜଳ ପ୍ରବାହ ହୋଇ ପାରୁ ନାହିଁ। ତେଣୁ ଏହି ସମସ୍ୟାର ସମାଧାନ ପାଇଁ ଛତିଶଗଡ଼ ସରକାର ଏହି ସମୟରେ ୧.୭୪ଏମ୍‌ଏଏଫ୍‌ ଜଳ ପ୍ରବାହ ଜାରି ରଖିବାକୁ ଟ୍ରିବ୍ୟୁନାଲ୍‌ ନିର୍ଦ୍ଦେଶ ଦେବାକୁ ପ୍ରାର୍ଥନା କରାଯାଇଥିଲା। ଉକ୍ତ ଆବେଦନର ଶୁଣାଣିରେ ଓଡ଼ିଶା ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ତଥା ପୂର୍ବତନ ଆଟର୍ନି ଜେନେରାଲ ମୁକୁଲ ରୋହତଗୀ ଯୁକ୍ତି ବାଢ଼ିଥିଲେ। ଏଥିପାଇଁ ଓଡ଼ିଶା ସରକାର ରୋହତଗୀଙ୍କୁ ୧.୧୪କୋଟି ଟଙ୍କା ମଧ୍ୟ ଦେଇଥିଲେ। ୨୦୧୯ ଫେବୃୟାରୀରେ ଟ୍ରିବ୍ୟୁନାଲ ଉକ୍ତ ଆବେଦନର ରାୟକୁ ସଂରକ୍ଷଣ କରିବା ସହ ଉଭୟ ରାଜ୍ୟକୁ ଜଳ ବିବାଦର ଆପୋସ ସମାଧାନ କରିବାକୁ ସମୟ ଦେଇଥିଲେ। ଉଭୟ ରାଜ୍ୟ ମଧ୍ୟରେ କିଛି ମାସ ଧରି ଆଲୋଚନା ହୋଇଥିଲା। ଆଲୋଚନା ସତ୍ତ୍ୱେ କୌଣସି ପକ୍ଷ ଆପୋସ ସମାଧାନ କରି ନ ପାରିବାରୁ ୨୦୨୦ ନଭେମ୍ବରରେ ରୋହତଗୀ ଟ୍ରିବ୍ୟୁନାଲ୍‌ ନିକଟରେ ରାୟ ପ୍ରକାଶ କରିବାକୁ ଆବେଦନ କରିଥିଲେ। ହେଲେ ଟ୍ରିବ୍ୟୁନାଲ କୌଣସି ରାୟ ପ୍ରକାଶ ନ କରି ତାହାକୁ ସଂରକ୍ଷିତ ରଖିଥିଲେ।

ତେବେ ଶନିବାର ଟ୍ରିବ୍ୟୁନାଲ ଓଡ଼ିଶାର ଅନ୍ତରୀଣ ଆବେଦନକୁ ଖାରଜ କରିଛନ୍ତି। ଏଥିସହ ମାମଲାରେ କମନ୍‌ ଫର୍ମାଟ ଇନ୍‌ଫର୍ମେଶନ(ସିଏଫ୍‌ଆଇ) ପାଇଁ ୧୨ ସପ୍ତାହ, ସାକ୍ଷୀମାନଙ୍କ ବୟାନ ଦାଖଲ ପାଇଁ ୧୬ସପ୍ତାହ ଏବଂ ସାକ୍ଷୀମାନଙ୍କୁ ଜେରାପାଇଁ ୨୨ସପ୍ତାହ ସମୟ ପ୍ରଦାନ କରିବାକୁ ଉଭୟ ରାଜ୍ୟ ପକ୍ଷରୁ କରାଯାଇଥିବା ପ୍ରାର୍ଥନାକୁ ମଧ୍ୟ କୋର୍ଟ ଖାରଜ କରିଦେଇଛନ୍ତି। ୪ସପ୍ତାହ ମଧ୍ୟରେ ସିଏଫ୍‌ଆଇର ଅବଶିଷ୍ଟ ଅନୁକ୍ରମଣିକା ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଚୂଡ଼ାନ୍ତ ସିଏଫ୍‌ଆଇ ଦାଖଲ ହେବା ପରେ ଟ୍ରିବ୍ୟୁନାଲ ମାମଲାର ପରବର୍ତ୍ତୀ ନିର୍ଦ୍ଦେଶ ଦେବେ। ପୂର୍ବରୁ ଦାଖଲ ହୋଇଥିବା ଅନୁକ୍ରମଣିକା ଏବଂ ଅବଶିଷ୍ଟ ଅନୁକ୍ରମଣିକାକୁ ଭିତ୍ତି କରି ଟ୍ରିବ୍ୟୁନାଲ ବିଚାର କରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri