Posted inରାଜ୍ୟ

ଓଡ଼ିଶାର ରାଜପଥଗୁଡ଼ିକୁ ଆମେରିକା ମାନରେ ପରିଣତ କରାଯିବ: ନୀତିନ ଗଡକରୀ

ଭୁବନେଶ୍ୱର, ୧୮ା୪: ଓଡ଼ିଶାରେ ବିଭିନ୍ନ ରାଜପଥ ପ୍ରକଳ୍ପର ଶୁଭାରମ୍ଭ ଅବସରରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀ ଗୁରୁବାର ଦିନିକିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରର ବରମୁଣ୍ଡା ପଡ଼ିଆଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ 19ଟି ଗୁରୁତ୍ୱପୂର୍ଣ୍ଣ ସଡ଼କ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‍ଘାଟନ କରିଛନ୍ତି ।
ସୂଚନା ଯୋଗ୍ୟ ଯେ, ଏହି ପ୍ରକଳ୍ପ ଗୁଡ଼ିକ ମଧ୍ୟରୁ ୮୪୫ କୋଟିରେ ଦୁଇଟି ସଡ଼କ ପ୍ରକଳ୍ପର ଲୋକାର୍ପଣ, 3332 କୋଟି ଟଙ୍କା ବ୍ୟୟ ଅଟକଳ ସହିତ ୧୭ଟି ପ୍ରକଳ୍ପର ଶିଳାନ୍ୟାସ ଏବଂ ଭୂମିପୂଜନ କରାଯାଇଛି। ଏହାଦ୍ୱାରା ଓଡ଼ିଶାରେ ବିକାଶର ଗତି ତ୍ୱରାନ୍ୱିତ ହେବ େବାଲି ବକ୍ତାମାନେ ମତ ଦେଇଥିଲେ।
କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଗଡ଼କରୀ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରସ୍ତାବିତ ୧୩ ଟି ପ୍ରକଳ୍ପ ମଞ୍ଜୁର କରିଥିଲେ। ଏହି ପ୍ରକଳ୍ପ ଗୁଡ଼ିକର ମୁଲ୍ୟ ୯୦୨୩ କୋଟି ଟଙ୍କା। ଏହି ପ୍ରକଳ୍ପ ଗୁଡ଼ିକ ହେଲା –
୧ – କନକତୋରା-ଝାରସୁଗୁଡା ରାସ୍ତା ୪ ଲେନ ବିଶିଷ୍ଟ ହେବ। ୬୮ କିଲୋମିଟର ବିଶିଷ୍ଟ ଏହି ରାସ୍ତା ପାଇଁ ୨ ହଜାର କୋଟି ଟଙ୍କା ବିନିଯୋଗ ହେବ। ଏହା ଦ୍ୱାରା ଏହି ସଡ଼କରେ ୧୧ଟି ବ୍ଲାକ୍‍ ସ୍ପଟ୍‍ ଦୂର ହେବ। ଯାତ୍ରା ସମୟ ୩ ଘଣ୍ଟାରୁ କମି ୧ ଘଣ୍ଟା ହେବ।
୨ – ବଡରମା ବନ୍ୟଜୀବ କ୍ଷେତ୍ରରେ ୪ ଲେନ୍‍ ବିଶିଷ୍ଟ ରାସ୍ତା ହେବ । ୨୭ କିଲୋମିଟର ବିଶିଷ୍ଟ ଏ ରାସ୍ତା ପାଇଁ ୮୫୦ କୋଟି ଟଙ୍କା ବିନିଯୋଗ ହେବ।
୩ – ପୁରୀ-କୋଣାର୍କ ଲିଙ୍କ ରୋଡ଼ ୪ ଲେନ ବିଶିଷ୍ଟ ହେବ । ୨୫ କିଲୋମିଟର ବିଶିଷ୍ଟ ଏ ରାସ୍ତା ପାଇଁ ୮୦୦ କୋଟି ଟଙ୍କା ବିନିଯୋଗ ହେବ।
୪ – ଭଞ୍ଜପୁର-ତେଲବଣୀ ରାସ୍ତା ୪ ଲେନ ହେବ । ୨୫ କିଲୋମିଟର ବିଶିଷ୍ଟ ଏ ରାସ୍ତା ପାଇଁ ୫୧୦ କୋଟି ବିନିଯୋଗ ହେବ।
୫ – ମୋହନାରୁ – କୋରାପୁଟ ପର୍ଯ୍ୟନ୍ତ ରାସ୍ତା ୨ ଲେନ ହେବ । ୨୦୨ କିଲୋମିଟର ବିଶିଷ୍ଟ ଏ ରାସ୍ତା ପାଇଁ ୧୫୨୬ କୋଟି ବିନିଯୋଗ ହେବ।
୬ – କୋଟାରୁ – ମୋଟୁ ପର୍ଯ୍ୟନ୍ତ ରାସ୍ତା ହେବ । ୧୮୬ କିଲୋମିଟର ବିଶିଷ୍ଟ ଏ ରାସ୍ତା ପାଇଁ ୧୬୦୦ କୋଟି ବିନିଯୋଗ ହେବ।
୭ – ଦେବଗଡ଼ – ଖେରାପଲ୍ଲୀ ପର୍ଯ୍ୟନ୍ତ ରାସ୍ତା ୨ ଲେନ ହେବ ।  ୭୧ କିଲୋମିଟର ବିଶିଷ୍ଟ ଏ ରାସ୍ତା ପାଇଁ ୪୭୨ କୋଟି ବିନିଯୋଗ ହେବ।
୮ – ଅଙ୍ଗ ନଦୀ ଉପରେ ୨ ଲେନ ବିଶିଷ୍ଟ ସେତୁ । ୨ କିଲୋମିଟର ବିଶିଷ୍ଟ ଏ ସେତୁ ପାଇଁ ୩୫୦ କୋଟି ବିନିଯୋଗ ହେବ।
୯ – ପୋଡମାରୀ – ମୋହନା ପର୍ଯ୍ୟନ୍ତ ରାସ୍ତା ୨ ଲେନ ହେବ । ୨୯ କିଲୋମିଟର ବିଶିଷ୍ଟ ଏ ରାସ୍ତା ପାଇଁ ୩୫୦ କୋଟି ଟଙ୍କା ବିନିଯୋଗ ହେବ।
୧୦ – କଳାହାଣ୍ଡି ଜିଲ୍ଲାରେ ତେଲ ନଦୀ ଉପରେ ସେତୁ । ୨ କିଲୋମିଟର ବିଶିଷ୍ଟ ଏ ସେତୁ ପାଇଁ ୯୨ କୋଟି ଟଙ୍କା ବିନିଯୋଗ ହେବ।
୧୧ – ସୋନପୁରରେ ୨ ଲେନ ବିଶିଷ୍ଟ ବାଇପାସ୍‍ । ୯ କିଲୋମିଟର ବିଶିଷ୍ଟ ଏ ରାସ୍ତା ପାଇଁ ୧୭୮ କୋଟି ଟଙ୍କା ବିନିଯୋଗ ହେବ।
୧୨ – ଆସ୍କା ସହରରେ ୨ ଲେନ ବିଶିଷ୍ଟ ବାଇପାସ୍‍ । ୧୧ କିଲୋମିଟର ବିଶିଷ୍ଟ ଏ ରାସ୍ତା ପାଇଁ ୧୭୫ କୋଟି ଟଙ୍କା ବିନିଯୋଗ ହେବ।
୧୩ – କୋଲାବିରାରେ ୨ ଲେନ ବିଶିଷ୍ଟ ବାଇପାସ୍‍ । ୫ କିଲୋମିଟର ବିଶିଷ୍ଟ ଏ ରାସ୍ତା ପାଇଁ ୧୨୦ କୋଟି ଟଙ୍କା ବିନିଯୋଗ ହେବ।
କାର୍ଯ୍ୟକ୍ରମରେ ଅଭିଭାଷଣ ରଖି ଗଡକରୀ କହିଲେ ଯେ, ଓଡ଼ିଶାରେ ପ୍ରାୟ ୨ ଲକ୍ଷ କୋଟି ଟଙ୍କାର ସଡକ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ସେ କହିଥିଲେ ଯେ, ଓଡ଼ିଶାରେ ୬୦ ହଜାର କୋଟି ଟଙ୍କାର କାମ ସମ୍ପୂର୍ଣ୍ଣ ହୋଇସାରିଛି। ବର୍ତ୍ତମାନ ୬୦ ହଜାର କୋଟି ଟଙ୍କାର କାମ ଚାଲିଛି ଏବଂ ଅଳ୍ପ କିଛିଦିନ ମଧ୍ୟରେ ଆଉ ୭୫ ହଜାର କୋଟି ଟଙ୍କାର (Upcoming Projects) କାମ କରାଯିବ।  ଆଗାମୀ ୨ ବର୍ଷରେ ୩ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟକାରୀ ହେବ ବୋଲି ସେ କହିଥିଲେ ।
ସଭାରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସଡ଼କ ଭିତ୍ତିଭୂମି ପାଣ୍ଠି (CRIF) ରୁ ଓଡ଼ିଶାକୁ ସଡ଼କ ଉନ୍ନତିକରଣ ପାଇଁ ୮୦୦ କୋଟି ଟଙ୍କା ଦେବାକୁ ପ୍ରସ୍ତାବ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବକୁ ଗ୍ରହଣ କରି ଗଡକରୀ କହିଥିଲେ ଯେ, ଏହାକୁ ତୁରନ୍ତ ମଞ୍ଜୁର କରାଗଲା ଏବଂ ଏହା ସହିତ ତାଙ୍କ ନିଜ ସାଂସଦ ପାଣ୍ଠିରୁ ଆଉ ୨୦୦ କୋଟି ଟଙ୍କା ଦେବେ। ଏ ବାବଦରେ ଓଡ଼ିଶାକୁ ୧୦୦୦ କୋଟି ଟଙ୍କା ମିଳିବ ବୋଲି ସେ କହିଥିଲେ ।
ଏହା ସହିତ ଓଡ଼ିଶା ପାଇଁ ପ୍ରାୟ ୫ ହଜାର କୋଟି ଟଙ୍କାର ୮ ଟି ବାଇପାସ୍‍ ମଧ୍ୟ ମଞ୍ଜୁର କରିଥିଲେ। ଏହି ବାଇପାସ୍‍ ଗୁଡ଼ିକ ହେଲା ବ୍ରହ୍ମପୁର, ସମ୍ୱଲପୁର, ବଲାଙ୍ଗୀର, ନୟାଗଡ଼, ଝାରସୁଗୁଡ଼ା, ନବରଙ୍ଗପୁର, ଫୁଲବାଣୀ ଓ ରାୟଗଡ଼ା।
ସେ କହିଥିଲେ ଯେ, ଓଡ଼ିଶାରେ ନୂଆ ସରକାର ଆସିବା ପରେ, ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀ ଦାୟିତ୍ୱ ନେବା ପରେ ଓଡ଼ିଶାର ବିକାଶର ଗତିରେ ତ୍ୱରଣ ଆସିଛି। ଓଡ଼ିଶା ସରକାର ଓଡ଼ିଶାର ବିକାଶ ପାଇଁ ଯାହା ବି ପ୍ରସ୍ତାବ ଦେବେ, ତାହା ତୁରନ୍ତ ମଞ୍ଜୁର ହେବ ବୋଲି ସେ କହିଥିଲେ।
କାର୍ଯ୍ୟକ୍ରମରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଲେ ଯେ, କୌଣସି ଅଞ୍ଚଳର ବିକାଶର ଦର୍ପଣ ହେଉଛି ଏହାର ରାସ୍ତା। ତେଣୁ ଆମେ ଓଡ଼ିଶା ବିକାଶ ପାଇଁ ଯେଉଁ ସଂକଳ୍ପ ନେଇଛୁ ସେଥିପାଇଁ ଆମେ ଆମର ସଡକ ଭିତ୍ତିଭୂମିକୁ ସୁଦୃଢ଼ କରିବୁ।
ସେ କହିଥିଲେ ଯେ, ପୁଞ୍ଜି ଆକର୍ଷଣରେ ଓଡ଼ିଶା ଅଭୁତପୂର୍ବ ସଫଳତା ହାସଲ କରିଛି। ଏହି ସବୁ ପ୍ରକଳ୍ପ ଗୁଡ଼ିକୁ କାର୍ଯ୍ୟକାରୀ କରିବା ପାଇଁ ସୁଦୃଢ଼ ଭିତ୍ତିଭୂମି ଆବଶ୍ୟକ। ତେଣୁ ଭିତ୍ତିଭୂମି ଉପରେ ଗୁରୁତ୍ବାରୋପ କରାଯାଉଛି। ଓଡ଼ିଶା ରାଜ୍ୟ ରାଜପଥ କର୍ତ୍ତୃପକ୍ଷ ଗଠନ ପାଇଁ ବିଲ୍‍ ପାସ୍‍ କରାଯାଇଛି। ଆସନ୍ତା ୫ ବର୍ଷରେ ଓଡ଼ିଶାରେ ୭୫ ହଜାର କିଲୋମିଟର ବିଶ୍ୱସ୍ତରୀୟ ସଡ଼କ ନିର୍ମାଣ ପାଇଁ ମଧ୍ୟ ନିଷ୍ପତ୍ତି କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସହରରୁ ପଞ୍ଚାୟତ ପର୍ଯ୍ୟନ୍ତ ସବୁ ରାସ୍ତାର ଉନ୍ନତିକରଣ କରାଯିବ।

Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri