ହାତୀ ବେକରେ ଲାଗିଲା ରେଡିଓ କଲାର, ଓଡ଼ିଶାରେ ପ୍ରଥମ

ଛେଣ୍ଡିପଦା,୨୧।୨(ଅଜିତ ଧଳ): ଅନୁଗୋଳ ଜିଲା ଛେଣ୍ଡିପଦା ବନାଞ୍ଚଳରେ ଗୁଳିବିଦ୍ଧ ଦନ୍ତାହାତୀକୁ ବନବିଭାଗ ତତ୍ତ୍ୱାବଧାନରେ ୫ଦିନ ଧରି ୩ଟି ଡାକ୍ତରୀ ଦଳ ଚିକିତ୍ସା କରିବା ପରେ ବୁଧବାର ଶୃଙ୍ଖଳ ମୁକ୍ତ କରାଯାଇଛି। ଜଙ୍ଗଲରେ ଛଡ଼ାଯିବା ପୂର୍ବରୁ ହାତୀ ବେକରେ ରେଡିଓ କଲାର ଲଗାଯାଇଛି। ଫଳରେ ହାତୀର ଗତିବିଧି ଉପରେ ଏଣିକି ନଜର ରଖାଯାଇପାରିବ। ଏଥିସହିତ ହାତୀ-ମଣିଷ ଲଢ଼େଇ ବିଷୟରେ ବି ଜଣାପଡ଼ିବ। ଫଳରେ ସମୟ ପୂର୍ବରୁ କୌଣସି ପଦକ୍ଷେପ ନିଆଯାଇପାରିବ ବୋଲି ପିସିସିଏଫ୍‌(ବନ୍ୟପ୍ରାଣୀ) ସୁଶାନ୍ତ ନନ୍ଦ ସୂଚନା ଦେଇଛନ୍ତି।

ଅନୁଗୋଳରେ ହୋଇଥିବା ଏହି ରେଡିଓ କଲାର କାର୍ଯ୍ୟ ସଫଳ ହୋଇଥିବାରୁ ରାଜ୍ୟର ଅନ୍ୟ ସ୍ଥାନରେ ଏହିଭଳି ଆହତ ହାତୀଙ୍କ ବେକରେ ରେଡିଓ କଲାର ଲାଗଇବା ପାଇଁ ଯୋଜନା କରିବୁ ବୋଲି ପିସିସିଏଫ୍‌ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଛେଣ୍ଡିପଦା ବନାଞ୍ଚଳରେ କ୍ଷତାକ୍ତ ହୋଇ ବୁଲୁଥିବା ଦନ୍ତାହାତୀକୁ ବନବିଭାଗ କର୍ମଚାରୀ ଏବଂ ନନ୍ଦନକାନନ, କପିଳାସ ଓ ସାତକୋଶିଆ ଡାକ୍ତରୀ ଦଳ ସପୋଇସାହି ନିକଟରେ ଟ୍ରାଙ୍କୁଲାଇଜ କରି କ୍ଷତ ଗୁଡ଼ିକର ଚିକିତ୍ସା କରିଥିଲେ। ପ୍ରଥମ ଦିବସ ଚିକିତ୍ସା ପରେ ହାତୀ ଗୋଡ଼କୁ ଲୁହାଚେନରେ ବାନ୍ଧି ରଖାଯିବା ସହିତ ତାର ଚିକିତ୍ସା କରାଯାଇଥିଲା। ରାତିରେ ବନ ବିଭାଗର ଟିମ୍‌ ଓ ଡାକ୍ତରୀ ଦଳ କିଛି ଦୂରରେ ହାତୀକୁ ନଜର ରଖି ତାକୁ ଅନୁଧ୍ୟାନ କରୁଥିଲେ। ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବନ ବିଭାଗ ପକ୍ଷରୁ ହାତୀର ଚାରିପଟେ କର୍ଡନ କରି ରଖାଯାଇଥିଲା।

ହାତୀକୁ ୫ମ ଦିନରେ ଡାକ୍ତରୀ ଦଳ ୩ୟ ଥର ଟ୍ରାଙ୍କୁଲାଇଜ କରି କ୍ଷତଗୁଡିକ ଚିକିତ୍ସା କରିବା ସହିତ କ୍ଷତଗୁଡିକୁ ସୁରକ୍ଷିତ ରଖିବା ପାଇଁ ଏକ ପଟି ସହାୟତାରେ ଘୋଡାଇ ଦିଆଯାଇଛି। ରେଡିଓ କଲାର ମାଧ୍ୟମରେ ହାତୀ ଉପରେ ୩୦ଦିନ ପର୍ଯ୍ୟନ୍ତ ତାର ଗତିବିଧି ଉପରେ ନଜର ରଖାଯିବ ବୋଲି ଡିଏଫଓ ବିବେକ କୁମାର ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ୟାସ ଓ ପେଟ୍ରୋଲ ପମ୍ପ ମାଲିକଙ୍କ ମନମାନୀ, ପ୍ରଶାସନର ନିର୍ଦ୍ଦେଶକୁ ବେଖାତିର କରୁଥିବା ଅଭିଯୋଗ, ତୁରନ୍ତ…

ଭଞ୍ଜନଗର,୧୭।୩ (ବାବୁଲା ପ୍ରଧାନ): ବିଶ୍ୱ ଖାଉଟି ଦିବସ ଅବସରରେ ଭଞ୍ଜନଗରଠାରେ ଖାଉଟି ସୁରକ୍ଷା ଓ ଅଧିକାରକୁ ନେଇ ଗମ୍ଭୀର ପ୍ରଶ୍ନ ଉଠିଛି। ସୋମବାର କାରଗିଲ ଭବନଠାରେ ଉପଭୋକ୍ତା…

କର୍ମୀଙ୍କ ବିଶ୍ୱାସରେ ବିଷ ଦେଲେ ବିଧାୟକ, କ୍ରସ ଭୋଟିଂକୁ ନିନ୍ଦା, ରମେଶଙ୍କ ସହ ୩ଜଣଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

ଭଞ୍ଜନଗର,୧୭।୩ (ବାବୁଲା ପ୍ରଧାନ): ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ଓଡ଼ିଶା ରାଜନୀତିରେ ବଡ଼ ଧରଣର ଚର୍ଚ୍ଚା ଲାଗି ରହିଛି। କଂଗ୍ରେସ ଓ ବିଜେଡିର ୧୧…

‘ମୋର ବିଜୟ କି ଲାଭ ଯଦି ଲଦାଖ ହାରିଯାଏ?’ ଜେଲରୁ ମୁକୁଳିବା ପରେ ମୁହଁ ଖୋଲିଲେ ସୋନମ ୱାଙ୍ଗଚୁକ

ୱାଶିଂଟନ,୧୭।୩: ପ୍ରାୟ ୧୭୦ ଦିନ କାରାଗାରରେ ବିତାଇବା ପରେ ଶନିବାର ଜେଲରୁ ମୁକୁଳିଛନ୍ତି ଲଦାଖର ବିଶିଷ୍ଟ ଶିକ୍ଷାବିତ୍ ତଥା ପରିବେଶ କର୍ମୀ ସୋନମ ୱାଙ୍ଗଚୁକ। କେନ୍ଦ୍ର ସରକାର…

ହରମୁଜରେ ଫସିଲା ପାକିସ୍ତାନର ତେଲ ଜାହାଜ, ଇରାନ କଲା ବଡ଼ ଘୋଷଣା

ତେହରାନ,୧୭।୩: ଇରାନ ପାକିସ୍ତାନର ବାଣିଜି୍ୟକ ତୈଳ ଟ୍ୟାଙ୍କରକୁ ହରମୁଜ ମଧ୍ୟରେ ଏହାର କ୍ଷେତ୍ରୀୟ ଜଳସୀମା ଦେଇ ଯିବା ପାଇଁ ଅନୁମତି ପ୍ରଦାନ କରିଛି। ପାକିସ୍ତାନ ନ୍ୟାସନାଲ ସିପିଂ…

କେରଳରେ ଦୁଇ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଛେଳିକୁ ବଞ୍ଚେଇବାକୁ ଯାଇ…

ପାତ୍ରପୁର, ୧୭।୦୩(ଉମା ଚରଣ ନେପାକ): ଜରଡା ଥାନା ଖାରିଆଗୁଡା ଫାଣ୍ଡି ଅନ୍ତର୍ଗତ ଖାରିଆଗୁଡା ଗ୍ରାମର ଦୁଇ ଜଣ ଦାଦନ ଶ୍ରମିକଙ୍କ କେରଳରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି…

ୱାରେଣ୍ଟିଙ୍କୁ ଗିରଫ ପରେ କୋର୍ଟ ଚାଲାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ମଙ୍ଗଳବାର ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗ୍ରାମର ଟୁନା ମହାନ୍ତିଙ୍କୁ ୱାରେଣ୍ଟ ବଳରେ ଗିରଫ କରି…

ଇସ୍ରାଏଲ ଚାପରେ ଇରାନ ସହ ଯୁଦ୍ଧ ଆରମ୍ଭ କରିଛି ଆମେରିକା: ଇସ୍ତଫା ଦେଲେ ଟ୍ରମ୍ପଙ୍କ…

ୱାଶିଂଟନ,୧୭।୩: ଆମେରିକା ପ୍ରଶାସନରେ ଏକ ବଡ଼ ଧରଣର ବିଭ୍ରାଟ ଦେଖାଦେଇଛି। ଇରାନ ସହ ଚାଲିଥିବା ଯୁଦ୍ଧକୁ ବିରୋଧ କରି ଡୋନାଲ୍ଡ ଟ୍ରମ୍ପଙ୍କ ନ୍ୟାସନାଲ କାଉଣ୍ଟର ଟେରରିଜମ ସେଣ୍ଟର…

ଦିଗପହଣ୍ଡିରେ ସାମାଜିକ ସମୀକ୍ଷା ଜନ ଶୁଣାଣି; କାମ ନ କରି ୪୯ ହଜାର ଟଙ୍କା ଉଠାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପ୍ରଶାସନ ପକ୍ଷରୁ ମଙ୍ଗଳବାର ବ୍ଳକସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ସହକାରୀ ଉପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri