Posted inଜାତୀୟ

ଅଣଦେଖାରେ ରହିଗଲା ଓଡ଼ିଶାର ଦାବି

ନୂଆଦିଲ୍ଲୀ,୧୦।୮: ଜୁଲାଇ ୧୮ରୁ ଆରମ୍ଭ ହୋଇଥିବା ସଂସଦର ମୌସୁମୀ ଅଧିବେଶନ ଧାର୍ଯ୍ୟ ଦିବସର ୪ଦିନ ପୂର୍ବରୁ ଅର୍ଥାତ୍‌ ଅଗଷ୍ଟ ୮ରେ ଶେଷ ହୋଇଛି। ହେଲେ ଏହି ଅଧିବେଶନ ଓଡ଼ିଶା ପାଇଁ ଫଳପ୍ରଦ ହୋଇପାରିଲା ନାହିଁ। ଓଡ଼ିଶାର ଦାବିଗୁଡ଼ିକ ଅଣଦେଖା ହୋଇ ରହିଗଲା। ଅଧିବେଶନରେ ଓଡ଼ିଶା ବିଧାନ ପରିଷଦ ଗଠନ ଏବଂ ମହିଳା ସଂରକ୍ଷଣ ବିଲ୍‌ ପାସ୍‌ କରିବା ପାଇଁ ବିଜେଡି ପକ୍ଷରୁ ଦାବି କରାଯାଇଥିଲା। ଏପରି କି ଅଧିବେଶନ ପୂର୍ବରୁ ବସିଥିବା ସର୍ବଦଳୀୟ ବୈଠକରେ ବିଜେଡି ଉଭୟ ପ୍ରସଙ୍ଗକୁ ଉଠାଇ ଗୃହରେ ପାରିତ କରିବାକୁ ଦାବି କରିଥିଲା। ହେଲେ କୌଣସି ଗୋଟିଏ ବିଲ୍‌ ମଧ୍ୟ ଆଲୋଚନାକୁ ଆସିପାରିଲା ନାହିଁ।
ମୌସୁମୀ ଅଧିବେଶନରେ ରାଜ୍ୟ ସଭାରେ ୭ ଏବଂ ଲୋକ ସଭାରେ ୫ଟି ବିଲ୍‌ ଗୃହୀତ ହୋଇଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ଆଗତ ସମସ୍ତ ବିଲ୍‌କୁ ବିଜେଡି ସମର୍ଥନ ଜଣାଇଥିଲା, ହେଲେ ବିଜେଡି ପକ୍ଷରୁ ଦାବି କରାଯାଇଥିବା ବିଧାନ ପରିଷଦ ଗଠନ ଏବଂ ମହିଳା ସଂରକ୍ଷଣ ବିଲ୍‌କୁ କେନ୍ଦ୍ର ସରକାର ଲୋକ ସଭାରେ ଉପସ୍ଥାପନ କରିପାରିଲେ ନାହିଁ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ଅପବ୍ୟବହାର ଏବଂ ଦରଦାମ୍‌ ବୃଦ୍ଧି ପ୍ରସଙ୍ଗରେ ବିରୋଧୀ ଉଭୟ ଗୃହରେ ହଟ୍ଟଗୋଳ କରିବା କାରଣରୁ ଅଧିକାଂଶ ସମୟରେ ଗୃହ ମୁଲତବୀ ରହିଲା। ଫଳରେ ବହୁ ବିଲ୍‌ ଉପସ୍ଥାପିତ ହୋଇପାରିଲା ନାହିଁ। ଦରଦାମ ବୃଦ୍ଧି ସମ୍ପର୍କିତ ଆଲୋଚନା ସମୟରେ ବିଜେଡି ଏମ୍‌ପି କେନ୍ଦ୍ର ସରକାରଙ୍କ ନୀତିକୁ ସମାଲୋଚନା କରିଥିଲେ। ଏପରିକି ବିମୁଦ୍ରୀକରଣକୁ ନେଇ ମଧ୍ୟ ସରକାରଙ୍କୁ ଟାର୍ଗେଟ କରାଯାଇଥିଲା। ନଗଦ କାରବାରକୁ ହ୍ରାସ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ୨୦୧୬ ନଭେମ୍ବର ୮ରେ ବିମୁଦ୍ରୀକରଣ ଘୋଷଣା କରିଥିଲେ। ହେଲେ ଏବେ ୩୦ଲକ୍ଷ କୋଟିର ନଗଦ କାରବାର ଚାଲିଛି, ଯାହାକି ୨୦୧୬ ପୂର୍ବଠାରୁ ୨ଗୁଣ ବୋଲି ପୁରୀ ଏମ୍‌ପି ପିନାକୀ ମିଶ୍ର କହିଥିଲେ। ତୈଳ ଦର ବୃଦ୍ଧି ପ୍ରସଙ୍ଗରେ ମଧ୍ୟ ସରକାର ଚିନ୍ତା କରିବାକୁ ମିଶ୍ର କହିଥିଲେ। ସସ୍ମିତ ପାତ୍ର ମହିଳା ସଂରକ୍ଷଣ ବିଲ ପାସ୍‌ କରିବାକୁ ଦାବି କରିଥିଲେ। ଏମ୍‌ପି ଚନ୍ଦ୍ରଶେଖର ସାହୁ ଭୁବନେଶ୍ୱରରୁ ଶିରିଡି ଏବଂ ଡେରାଡୁନ୍‌କୁ ସିଧା ସଳଖ ବିମାନ ଚଳାଚଳ ଦାବି ଉଠାଇଥିବାବେଳେ ଏମ୍‌ପି ଚନ୍ଦ୍ରାଣୀ ମୁର୍ମୁ ଜନଶୁଣାଣି ସମୟରେ ଜନପ୍ରତିନିଧିମାନଙ୍କୁ ଭାଗ ନେବାକୁ ଅନୁମତି ପ୍ରଦାନ କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ। ଅପରପକ୍ଷରେ ଭାଜପା ଏମ୍‌ପି ସୁରେଶ ପୂଜାରୀ ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାରଙ୍କ ସହଯୋଗ ଚାହିଁଥିଲେ। ଏମ୍‌ପି ବସନ୍ତ ପଣ୍ଡା ତାଙ୍କ ସଂସଦୀୟ କ୍ଷେତ୍ରର ବିଭିନ୍ନ ପ୍ରସଙ୍ଗ ଉଠାଇବା ସହ ରାଜ୍ୟର ବହୁ ମନ୍ଦିରକୁ ସଂରକ୍ଷିତ ଐତିହ୍ୟ ତାଲିକାରେ ସ୍ଥାନିତ କରିବାକୁ ଦାବି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri