Categories: ଜାତୀୟ

ଓଡ଼ିଶାର ୨୮,୬୬୭ ପେନସନଭୋଗୀ ପାଇଛନ୍ତି ୧୩୭.୧୫ କୋଟି

ନୂଆଦିଲ୍ଲୀ, ୭।୧୧ (ପିଆଇବି): ଓ୍ବାନ୍‌ ର଼୍ୟାଙ୍କ୍‌ ଓ୍ବାନ୍‌ ପେନ୍‌ସନ (ଓଆର୍‌ଓପି) ଲାଗୁ କରିବା ଲାଗି କେନ୍ଦ୍ର ସରକାର ୨୦୧୫ ନଭେମ୍ବର ୭ରେ ଏକ ନିର୍ଦ୍ଦେଶ ଜାରି କରିଥିଲେ। ଏହି ଲାଭ ୨୦୧୪ ସେପ୍ଟେମ୍ବର ୧ରୁ କାର୍ଯ୍ୟକାରୀ ହୋଇଥିଲା। ବିପୁଳ ଆର୍ଥିକ ବୋଝ ସତ୍ତ୍ୱେ ଅବସରପ୍ରାପ୍ତ ସେନା କର୍ମଚାରୀମାନଙ୍କ କଲ୍ୟାଣ ପ୍ରତି ରହିଥିବା ପ୍ରତିବଦ୍ଧତାକୁ ବ୍ୟକ୍ତ କରି ସରକାର ଏହାକୁ କାର୍ଯ୍ୟକାରୀ କରିଥିଲେ। ପ୍ରତିରକ୍ଷା ପେନ୍‌ସନର ପରିମାଣ ଓ ଜଟିଳତାକୁ ଆଖି ଆଗରେ ରଖି ଓଆର୍‌ଓପି କାର୍ଯ୍ୟକାରୀ କରିବା ପୂର୍ବରୁ ବିଶେଷଜ୍ଞ ଓ ପୂର୍ବତନ ସେନା କର୍ମଚାରୀମାନଙ୍କ ସହ ବ୍ୟାପକ ବିଚାର ବିମର୍ଶ କରାଯାଇଥିଲା। ଏହା ଲାଗୁ ହେବା ପରେ ଏରିଅର ଆକାରରେ ୨୦,୬୦,୨୨୦ ପ୍ରତିରକ୍ଷା ପେନ୍‌ସନ/ପରିବାର ପେନ୍‌ସନଭୋଗୀଙ୍କୁ ୧୦,୭୯୫.୪ କୋଟି ଟଙ୍କା ପ୍ରଦାନ କରାଯାଇସାରିଛି। ଏହି ଅବଧି ମଧ୍ୟରେ ଓଡ଼ିଶାର ୨୮,୬୬୭ ଜଣ ପେନ୍‌ସନଭୋଗୀଙ୍କୁ ୧୩୭.୧୫ କୋଟି ଟଙ୍କା ପ୍ରଦାନ କରାଯାଇଛି।

Share