ଗୋଆରେ ଓଡ଼ିଆ ଯୁବକଙ୍କୁ ହତ୍ୟା

ରାଇଆ(ଗୋଆ)/ ଜୁନାଗଡ଼(ଉତ୍ତମ ଦାସ),୧୬।୪: କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଗୌଡ଼ଛେଣ୍ଡିଆ ଗ୍ରାମର ଖଗେଶ୍ୱର ଶବର(୩୮) ଦିନ ମଜୁରିଆ କାମ କରିବାକୁ ଗୋଆ ଯାଇଥିଲେ। ସେଠାରେ ଏକ କମ୍ପାନୀରେ କାର୍ଯ୍ୟ କରିବା ସହ ରାଇରା ଜିଲାର ସୋନାରଓ୍ବଡୁରେ ଏକ ଭଡ଼ା ଘରେ ରହୁଥିଲେ। ତାଙ୍କ ସହିତ ଯଶୋବନ୍ତ ମାଝି(୪୩) ଏବଂ ରବି ମାଝି(୨୮) ସାଙ୍ଗ ହୋଇ ରହୁଥିଲେ। ଯଶୋବନ୍ତଙ୍କ ଘର ଗୌଡ଼ଛେଣ୍ଡିଆ ଗ୍ରାମରେ ହୋଇଥିବାବେଳେ ରବିଙ୍କ ଘର ଜୁନାଗଡ଼ ବ୍ଲକ ଝିଲିଙ୍ଗଡର ଗ୍ରାମରେ। ଗତ ଶନିବାର କୌଣସି କଥାକୁ ନେଇ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ଯଶୋବନ୍ତ ଏବଂ ରବି ଉଭୟେ ମିଶି ଖଗେଶ୍ୱରଙ୍କୁ ହତ୍ୟା କରିଥିଲେ। ଖଗେଶ୍ୱରଙ୍କ ମୃତଦେହ ଭଡ଼ା ଘରେ ପଡ଼ିଥିବାବେଳେ ଉଭୟେ ଫେରାର ହୋଇଯାଇଥିଲେ। ରବିବାର ଖଗେଶ୍ୱରଙ୍କ ମୃତ୍ୟୁ ଖବର ଜଣାପଡ଼ିବା ପରେ ସ୍ଥାନୀୟ ପଞ୍ଚାୟତର ସଦସ୍ୟ ପିଟର କ୍ୱାଡ୍ରୋସ୍‌ ନିକଟସ୍ଥ ମାଇନା କର୍ଟୋରିମ୍‌ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ହତ୍ୟା ଘଟଣା ପରଠାରୁ ଯଶୋବନ୍ତ ଏବଂ ରବି ଫେରାର ଥିବାରୁ ସେମାନଙ୍କ ଉପରେ ସନ୍ଦେହ କରି ଅଭିଯୋଗ ହୋଇଥିଲା। ପୋଲିସ ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ୩ଟି ଟିମ୍‌ କରି ନିକଟସ୍ଥ ମାର୍‌ଗାଓ ରେଳ ଷ୍ଟେଶନ, କେଟିସି ବସ୍‌ ଷ୍ଟାଣ୍ଡ ଏବଂ ସ୍ଥାନୀୟ ଅଞ୍ଚଳରେ ଅଭିଯୁକ୍ତଙ୍କୁ ଖୋଜାଖୋଜି କରିଥିଲା। ସ୍ଥାନୀୟ ଗୋଇନ୍ଦା ରିପୋର୍ଟ ଏବଂ ଟେନାଣ୍ଟ ଭେରିଫିକେଶନ ରିପୋର୍ଟକୁ ଆଧାର କରି ପୋଲିସ ଯଶୋବନ୍ତଙ୍କୁ ମାରଗାଓ ରେଳ ଷ୍ଟେଶନରୁ ପ୍ରଥମେ ଗିରଫ କରିଥିଲା। ପରେ ତାଙ୍କ ସୂଚନା ଆଧାରରେ ରବିଙ୍କୁ ମଧ୍ୟ ପୋଲିସ ଗିରଫ କରିଥିଲା। ଉଭୟଙ୍କ ବିରୋଧରେ ଏକ ହତ୍ୟା ମାମଲା ରୁଜୁ କରାଯାଇ ପଚରାଉଚରା କରାଯାଉଥିବା ପୋଲିସ ସୂଚନା ଦେଇଛି। ପ୍ରକାଶ ଯେ, ଖଗେଶ୍ୱର କିଛି ବର୍ଷ ଧରି ଗୋଆରେ କାମ କରୁଥିବାବେଳେ ଶେଷ ଥରପାଇଁ ଗତ ନଭେମ୍ବର ମାସରେ ଯାଇଥିଲେ। ତାଙ୍କର ମୃତ୍ୟୁ ଖବର ପାଇବା ପରେ ଭାଇ ଯଦୁ ଶବର ଏବଂ ଅନ୍ୟ ସମ୍ପର୍କୀୟମାନେ ଗୋଆ ଯାଇଛନ୍ତି। ଖଗେଶ୍ୱରଙ୍କ ସ୍ତ୍ରୀ ଏବଂ ୨ ପୁଅ ଗ୍ରାମରେ ରହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବାହାରେ କିମ୍ବା ଘରେ ଅଦରକାରୀ ଜିନିଷ ଠୁଳ ହୋଇ ରହିବା ପ୍ରଦୂଷଣର କାରଣ ପାଲଟୁଛି। ପ୍ରଦୂଷଣ ହ୍ରାସ କରିବା ସକାଶେ ରିସାଇକ୍ଲିଂ ପଦ୍ଧତିରେ ଏଗୁଡ଼ିକର ପୁନଃ...

ପୁଟିନଙ୍କ ପରେ ଭାରତ ଆସିପାରନ୍ତି ଜେଲେନ୍‌ସ୍କି

ନୂଆଦିଲ୍ଲୀ,୮ା୧୨:ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ୨୦୨୬ ଜାନୁଆରୀରେ ଭାରତ ଆସିପାରନ୍ତି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତ ପରେ ନୂଆଦିଲ୍ଲୀ ପକ୍ଷରୁ କୂଟନୈତିକ ସନ୍ତୁଳନ ଉଦ୍ୟମ...

ବାଘ ଆତଙ୍କ ଯୋଗୁ ୫୫ ସ୍କୁଲ ବନ୍ଦ: ଜାଣନ୍ତୁ କେଉଁଠି

ଡେରାଡୁନ୍‌,୮ା୧୨:ଉତ୍ତରାଖଣ୍ଡର ପୌରି ଜିଲାରେ କଲରାପତରିଆ ବାଘ ଆତଙ୍କ ଯୋଗୁ ୫୫ ସ୍କୁଲକୁ ସାମୟିକ ଭାବେ ବନ୍ଦ କରିଦିଆଯାଇଛି। ଉକ୍ତ ସ୍କୁଲଗୁଡ଼ିକର ପିଲାମାନଙ୍କୁ ଅନ୍‌ଲାଇନ ମୋଡ୍‌ରେ ପାଠପଢ଼ା...

ପୁଟିନ୍‌ଙ୍କ ଭାରତ ଗସ୍ତ ଅନ୍ତରାଳେ

ଭାରତକୁ ଆମେରିକା ନାଲିଆଖି ଦେଖାଇ ଟାରିଫ ବୃଦ୍ଧି କରିଛି। ଏହାସହ ଭାରତ-ରଷିଆ ସମ୍ପର୍କକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଘୋର ଅସନ୍ତୁଷ୍ଟ। ଏଭଳି ଏକ...

ଓଡ଼ିଶାରେ ବଢୁଛି ଓ୍ବେଷ୍ଟର୍ନ ପର୍ଯ୍ୟଟକଙ୍କ ସଂଖ୍ୟା: ୫ବର୍ଷରେ ୭ଗୁଣ ବୃଦ୍ଧି

ଭୁବନେଶ୍ୱର,୮୧୨(ରବିନାରାୟଣ ଜେନା):ରାଜ୍ୟର ପର୍ଯ୍ୟଟନ ଭିତ୍ତିଭୂମି ପ୍ରତି ଆକୃଷ୍ଟ ହୋଇ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ମଧ୍ୟରେ ଓ୍ବେଷ୍ଟର୍ନ ୟୁରୋପ ପର୍ଯ୍ୟଟକଙ୍କ ସଂଖ୍ୟା ଦିନକୁ ଦିନ ବଢୁଛି ।...

ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ମାମଲାର ତଦନ୍ତ ଅଧିକାରୀଙ୍କ ଭିଆର୍‌ଏସ୍‌ ଆବେଦନ

ଭୁବନେଶ୍ୱର,୮ା୧୨(ତ୍ରିନାଥ ମହାନ୍ତି): ଚଳିତବର୍ଷର ବହୁ ଚର୍ଚ୍ଚିତ ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ଓ ଭାଇରାଲ ମାମଲାର ତଦନ୍ତ କରୁଥିବା ତଦନ୍ତକାରୀ ଅଧିକାରୀ ସିଆଇଡି ଡିଏସ୍‌ପି ସରୋଜକାନ୍ତ ମହନ୍ତ...

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri