Categories: ଖେଳ

ଓଡ଼ିଶା ମହିଳା ଚାମ୍ପିୟନ୍‌

ଭୁବନେଶ୍ୱର,୬ା୨ (ସ୍ପୋଟର୍‌ସ ବ୍ୟୁରୋ): ୧୫ ତମ ଜାତୀୟ ରଗ୍‌ବୀ ଚାମ୍ପିୟନଶିପ୍‌ରେ ଚାମ୍ପିୟନ୍‌ ଆଖ୍ୟ ଅର୍ଜନ କରିଛି ଓଡ଼ିଶା ମହିଳା ଦଳ। କିଟ୍‌ ବିଶ୍ୱବିଦ୍ୟାଳୟ ଗ୍ରାଉଣ୍ଡରେ ଖେଳା ଯାଇଥିବା ଟୁର୍ନାମେଣ୍ଟର ଫାଇନାଲରେ ଓଡ଼ିଶା ୪୭-୭ ପଏଣ୍ଟରେ ବିହାରକୁ ପରାସ୍ତ କରିଥିଲା। ଦିଲ୍ଲୀ ମହିଳା ଦଳ ବ୍ରୋଞ୍ଜ ପଦକ ହାସଲ କରିଥିଲା। ସେହିପରି ପୁରୁଷ ବର୍ଗରେ ଅନୁଷ୍ଠିତ ଫାଇନାଲରେ ଦିଲ୍ଲୀ ହରିକେନ ଏକ ପାଖିଆ ଭାବରେ ୧୦୦-୩ ପଏଣ୍ଟରେ ପଶ୍ଚିମବଙ୍ଗକୁ ପରାସ୍ତ କରିଥିଲା। ତେବେ ବ୍ରୋଞ୍ଜ ପଦକ ମ୍ୟାଚରେ ଇଣ୍ଡିଆନ୍‌ ଆର୍ମି ୪୦-୧୮ରେ କିସ୍‌କୁ ପରାସ୍ତ କରିଥିଲା। ପୂର୍ବତନ ରଗବୀ ଖେଳାଳି ଗଣେଷ ହେମ୍ବ୍ରମ, ଓଡ଼ିଶା ରଗବୀ ଫୁଟବଲ ଆସୋସିଏସନ୍‌ ସମ୍ପାଦକ ଉପେନ୍ଦ୍ର କୁମାର ମହାନ୍ତି, କ୍ରୀଡା ଓ ଯୁବସେବା ଅଧିକାରୀ ୟଶ ଚଭନ, କିଟ୍‌ କ୍ରୀଡା ଅଧିକାରୀ ରୁଦ୍ର କେ ଜେନା ଏବଂ କୋଚ ମାନସ କୁମାର ଜେନା ଉଦ୍‌ଯାପନୀ ଉତ୍ସବରେ ଉପସ୍ଥିତ ଥିଲେ। କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏବଂ ଓଡ଼ିଶା ରଗବୀ ଫୁଟବଲ ଆସୋସିଏସନ ସଭାପତି ପ୍ରିୟଦର୍ଶୀ ମିଶ୍ର ବିଜୟୀ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି।

Share